ଆଇ-କ୍ରିଏଟ୍‌ ସହ ୱାର୍ଡୱିଜାର୍ଡର ଦ୍ୱିପାକ୍ଷିକ ରାଜିନାମା

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ନବସୃଜନଭିତ୍ତିକ ଷ୍ଟାର୍ଟଅପ୍‌ ଇନ୍‌କୁବେଟର ଆଇ-କ୍ରିଏଟ୍‌ ସହ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଇ-କ୍ରିଏଟ୍‌ ସହଯୋଗିତାରେ ୱାର୍ଡୱିଜାର୍ଡ ଦେଶର ଇଭି ଷ୍ଟାର୍ଟଅପ୍‌ଗୁଡ଼ିକୁ ମେଟରିଂ ଓ ଫଣ୍ଡିଂ ସହାୟତା ପ୍ରଦାନ କରିବ। ସେହିଭଳି ଅହମ୍ମଦାବାଦଠାରେ ଥିବା ଆଇ-କ୍ରିଏଟ୍‌ କ୍ୟାମ୍ପସ୍‌ରେ ଉଦ୍ୟୋଗୀମାନଙ୍କୁ ୱାର୍ଡୱିଜାର୍ଡ ପକ୍ଷରୁ ପ୍ରତ୍ୟକ୍ଷ ମେଟରିଂ ପ୍ରଦାନ କରାଯିବ। ସେହିପରି ଦେଶର ଷ୍ଟାର୍ଟଅପ୍‌ ପରିବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଭାରତକୁ ଏକ ନିଯୁକ୍ତି ସୃଷ୍ଟିକାରୀ ରାଷ୍ଟ୍ରରେ ପରିଣତ କରିବା ଲାଗି ଭାରତ ସରକାରଙ୍କ ଷ୍ଟାର୍ଟଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ରହିଥିବା ଲକ୍ଷ୍ୟ ଅନୁସାରେ ୱାର୍ଡୱିଜାର୍ଡ ଏବଂ ଆଇ-କ୍ରିଏଟ୍‌ ମଧ୍ୟରେ ସହଯୋଗିତା ସ୍ଥାପନ ହୋଇଛି।
ଏ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ୟତିନ୍‌ ଗୁପ୍ତେ କହିଛନ୍ତି, ଆଇ-କ୍ରିଏଟ୍‌ ସହ ସହଯୋଗିତା ସ୍ଥାପନକରି ଆମେ ବେଶ୍‌ ଆନନ୍ଦିତ ଅଛୁ। ଏହି ସହଯୋଗିତା ଜରିଆରେ ଆମେ ପ୍ରତିଶ୍ରୁତିଭରା ଷ୍ଟାର୍ଟଅପ୍‌ଗୁଡ଼ିକ ସହ ଚିନ୍ତାଧାରାର ଆଦାନପ୍ରଦାନକୁ ସୁଦୃଢ଼ କରିବା ଏବଂ ଇଭି ଶିଳ୍ପକୁ ଭଲ ଭାବେ ବୁଝିବା ଲାଗି ସେମାନଙ୍କୁ ଆମର ବଜାର ଜ୍ଞାନ ଏବଂ ଅନୁଭବ ପ୍ରଦାନ କରିବାରେ ସହାୟକ ହେବାକୁ ଚାହୁଁଛୁ। ସେହିଭଳି ଆଇ-କ୍ରିଏଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ପୁନେକର କହିଛନ୍ତି, ଭାରତର ଇଭି କ୍ଷେତ୍ରରେ ଉଲ୍ଲେଖନୀୟ ନବସୃଜନକାରୀଙ୍କୁ ଚିହ୍ନଟ କରିବା ଏବଂ ବାସ୍ତବ ଦୁନିଆର ଶିଳ୍ପ ସମସ୍ୟାର ସମାଧାନ ଲାଗି ସେମାନଙ୍କୁ ବ୍ୟାପକ କରିବାକୁ ୱାର୍ଡୱିଜାର୍ଡରେ ଆମେ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri