ଆପୋସ ସମାଧାନ ଚାହୁଁଛି: ଶ୍ରୀୟା

ପୁରୀ ଅଫିସ,୨୨।୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅତ୍ୟଧିକ ମଦ ପିଅନ୍ତି। ମଦ ଛାଡ଼ିବାକୁ କହିବା ପରେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ ବୋଲି ପୁରୀରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ତ୍ରୀ ଶ୍ରୀୟା ମିଶ୍ର କହିଛନ୍ତି।

ହ୍ୟୁମାନ ଅତ୍ୟଧିକ ମାତ୍ରାରେ ମଦ ପିଅନ୍ତି। ସେଥିପାଇଁ ତାଙ୍କର ବହୁ ରେକଡିଂ ବାତିଲ ହୋଇଛି। ଅନେକ ସମୟରେ ସେ ମଦ ନିଶାରେ ଘରକୁ ଫେରୁଥିଲେ। ହେଲେ ଗାଡ଼ିରୁ ଓହ୍ଲାଇ ପାରୁ ନ ଥିଲେ। ଆମେ ତାଙ୍କୁ ଧରି ଗାଡ଼ିରୁ ଓହ୍ଲାଇ ଘରକୁ ନେଉଥିଲୁ। ବାରମ୍ବାର ଏପରି ହେଉଥିବାରୁ ମଦ ପିଇବାକୁ ବାରଣ କରିଥିଲି। କିନ୍ତୁ ସେ ମଦ ଛାଡ଼ିବା ଲାଗି ରାଜି ନ ଥିଲେ। ମୋତେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ। ଝିଅ ଜନ୍ମ ପରଠାରୁ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଥିଲା। ଯାହା ବି ହେଉଥିଲା, ଆମ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିଲା। କେହି ଏ ସମ୍ପର୍କରେ ଜାଣୁ ନ ଥିଲେ। ଆମେ ନିଜେ ଏହାର ସମାଧାନ କରିଦେଉଥିଲୁ। କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲୁ ବୋଲି ଶ୍ରୀୟା କହିଛନ୍ତି।

ହ୍ୟୁମାନ ମୋତେ ସ୍ତ୍ରୀର ମାନ୍ୟତା ଦେବେ ଓ ଯେତିକି ଭଲପାଇ ତାଙ୍କ ଘରକୁ ନେଇଥିଲେ, ଠିକ ସେମିତି ଭଲ ପାଇଲେ ମୁଁ ଫେରିବି। ସେ ମୋତେ ସେତିକି ଭଲ ପାଉଥିଲେ ବୋଲି ମୁଁ ଜଣେ ପୁରୀ ମୁକ୍ତି ମଣ୍ଡପ ବ୍ରାହ୍ମଣ ଘରର ଝିଅ ହୋଇ ମଧ୍ୟ ତାଙ୍କୁ ପ୍ରେମ ବିବାହ କରିଥିଲି। ମାଡ଼ ଗାଳି ସହି ରହିଥିଲି। ଏବେ ବି ଆପୋସ ସମାଧାନ ପାଇଁ ଚାହୁଁଛି। ହେଲେ ହ୍ୟୁମାନଙ୍କ ତରଫରୁ ସେମିତି କିଛି ଉଦ୍ୟମ ହୋଇନାହିଁ। ନା ସେ ଫୋନ କରିଛନ୍ତି ନା ତାଙ୍କ ମାଆ କଥା ହୋଇଛନ୍ତି। ଯାହା ଗଣମାଧ୍ୟମରେ କହୁଛନ୍ତି। ପବ୍ଲିକ ସିମ୍ପାଥି ପାଇଁ ସେମାନେ ଏମିତି କରିଥାଇପାରନ୍ତି। ପୂର୍ବରୁ ଆପୋସ ସମାଧାନ ପାଇଁ ବହୁବାର ଉଦ୍ୟମ ହୋଇଛି। ମୋ ବାପା, ମାଆ ତାଙ୍କୁ ବହୁ ବୁଝାଇଛନ୍ତି। ମୋ’ ମାମୁ ହ୍ୟୁମାନଙ୍କ ଗୋଡ଼ ହାତ ଧରି ଆପୋସ ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ତାହା ପରେ ମଧ୍ୟ ସେ ସୁଧୁରି ନ ଥିଲେ ବୋଲି ଶ୍ରୀୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri