‘ଇଚ୍ଛା ଥିଲା ବହି ଲେଖିବି’

ଭୁବନେଶ୍ୱର,୯।୮(ବ୍ୟୁରୋ):ଅନେକ ସମୟରେ ସଚ୍ଚୋଟ ପ୍ରଶାସକମାନେ ବହୁ ଜଟିଳ ପରିସ୍ଥିତିର ସାମ୍ନା କରିଥାନ୍ତି। ଜୀବନବ୍ୟାପୀ ଘଟୁଥିବା ନୈତିକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ କିଭଳି ଦକ୍ଷଭାବେ ସମ୍ପାଦନ କରିବାକୁ ପଡ଼େ ଏହି ପୁସ୍ତକ ତାହାର ଏକ ନିଚ୍ଛକ କାହାଣୀ। ମୁଁ ଯେତେବେଳେ ପ୍ରଶାସକ ହେବାକୁ ଯାଉଥିଲି, ମୋର ସେତେବେଳେ ସେମିତି କିଛି ଇଚ୍ଛା ନ ଥିଲା। କିନ୍ତୁ ଗୋଟିଏ ଇଚ୍ଛା ଥିଲା ଯେ ବହି ଲେଖନ୍ତି! ଯେହେତୁ ମୁଁ ଜଣେ ପାଠକ ଥିଲି, ନିଜର ଏକ ବହି ପ୍ରକାଶ ପାଉ ବୋଲି ଚାହୁଁଥିଲି। ଅବସର ପରେ ମୁଁ ପୁସ୍ତକ ପ୍ରକାଶ କରି ଇଚ୍ଛା ପୂରଣ କଲି ବୋଲି ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା କୋଇଲା ମନ୍ତ୍ରଣାଳୟର ପୂର୍ବତନ ସଚିବ ଅନିଲ ସ୍ବରୂପ ସୋମବାର ସ୍ଥାନୀୟ ଏକ ହୋଟେଲରେ ନିଜ ପୁସ୍ତକ ଉନ୍ମୋଚନ ସମୟରେ ପ୍ରକାଶ କରିଥିଲେ।
ସେ କହିଛନ୍ତି, ପୁସ୍ତକରେ ପ୍ରଶାସକ ଥିବା ସମୟରେ ଘଟିଥିବା ବିଭିନ୍ନ ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବ୍ୟୁରୋକ୍ରାଟିକ୍‌ ଡିଲେମାଜ୍‌, ଜର୍ନି ରିପ୍ଲେଟ ଉଇଥ୍‌ ଡିଲେମାଜ୍‌, ଡିଲେମାଜ୍‌ ଆକ୍ରସ ଦି ବ୍ରିଜ୍‌ ଆଣ୍ଡ୍‌ ବ୍ୟାକ୍‌, ଡିଲେମାଜ୍‌ ଅଫ୍‌ ଇମ୍ପ୍ରୁଭିଙ୍ଗ୍‌ ଗଭର୍ନାନ୍ସ, ଆନ୍‌ ଏଥିକାଲ ଜିପିଏସ୍‌ ଆଦି ବିଷୟବସ୍ତୁ ରହିଛି। ଏଥିସହ ପୁସ୍ତକର କିଛି ବିଷୟବସ୍ତୁକୁ ନେଇ ସେ ସଂକ୍ଷେପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଟାଟାଷ୍ଟିଲ ମାଇନିଂ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜ ସତିଜା, ପୂର୍ବତନ କୂଟନୀତିଜ୍ଞ ଅବସର ବେଉରିଆ, ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନର ନିର୍ଦ୍ଦେଶକ ଡ. ପ୍ରବୋଧ ମହାନ୍ତି, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ, ରୋଟାରିଆନ୍‌ ଦେବବ୍ରତ ପାଣିଗ୍ରାହୀଙ୍କ ଦ୍ୱାରା ଅନିଲ ସ୍ବରୂପଙ୍କ ଦୁଇ ପୁସ୍ତକ ‘ନୋ ମୋର ଏ ସିଭିଲ ସର୍ଭାଣ୍ଟ’ ଏବଂ ‘ଏଥିକାଲ ଡିଲେମାଜ୍‌ ଅଫ୍‌ ଏ ସିଭିଲ ସର୍ଭାଣ୍ଟ’ ଉନ୍ମୋଚିତ ହୋଇଥିଲା। ଏହାପରେ ‘ଏଥିକାଲ ଡିଲେମାଜ୍‌ ଅଫ୍‌ ଏ ସିଭିଲ ସର୍ଭାଣ୍ଟ’ ସମ୍ପର୍କରେ ଉପସ୍ଥିତ ଅତିଥି ଓ ଲେଖକ ସ୍ବରୂପଙ୍କୁ ନେଇ ପ୍ୟାନେଲ ଡିସକ୍ସନ ହୋଇଥିଲା। ଓଡ଼ିଶା ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଭାରତ ସରକାରଙ୍କ ଲେବର ଆଣ୍ଡ୍‌ ଏମ୍ପ୍ଲୟମେଣ୍ଟର ପୂର୍ବତନ ସଚିବ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପୂର୍ବତନ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, କୂଟନୀତିଜ୍ଞ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚିଫ୍‌ ଅପରେଟିଙ୍ଗ ଅଫିସର ସୁବ୍ରତ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri