ହଠାତ ପଡ଼ିଲା କାମ, ବଦଳାଇବାକୁ ଚାହାନ୍ତି ଟ୍ରେନ୍‌ ଟିକେଟରେ ପାସେଞ୍ଜରଙ୍କ ନାମ? ଜାଣନ୍ତୁ ରେଳବାଇର ନିୟମ…

ନୂଆଦିଲ୍ଲୀ,୧୧।୯: ଅନେକ ସମୟରେ ଆମେ ଟ୍ରେନ ଟିକେଟ ବୁକ କରିଥାଉ କିନ୍ତୁ ହଠାତ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ଏପରି ସମୟରେ ଟିକେଟ ବାତିଲ କରିବା ବଦଳରେ ଯଦି ଆପଣ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଯାତ୍ରା କରାଇବାକୁ ଚାହାନ୍ତି, ତେବେ ଭାରତୀୟ ରେଳବାଇ (IRCTC)ର ଏକ ସ୍ବତନ୍ତ୍ର ସୁବିଧା ଆପଣଙ୍କ କାମରେ ଆସିପାରେ। ଏହି ସୁବିଧା ଅନୁଯାୟୀ, ଯାତ୍ରୀ ନିଜର କନଫର୍ମ ଟିକେଟରେ ନାମ ବଦଳାଇ ଅନ୍ୟ ଜଣେଙ୍କୁ ଯାତ୍ରା କରିବାର ସୁଯୋଗ ଦେଇପାରିବେ।

କେଉଁ ଟିକେଟରେ ମିଳିବ ଏହି ସୁବିଧା?
ଏହି ସୁବିଧା କେବଳ କନଫର୍ମ ଟିକେଟ ପାଇଁ ଉପଲବ୍ଧ। ୱେଟିଂ ଲିଷ୍ଟ (WL) କିମ୍ବା RAC ଟିକେଟରେ ନାମ ବଦଳାଇବାର ଅନୁମତି ନାହିଁ। ଏହାସହ, ଟିକେଟ କେବଳ ନିକଟତମ ସମ୍ପର୍କୀୟ ଯଥା ମାତା-ପିତା, ସ୍ବାମୀ-ସ୍ତ୍ରୀ, ଭାଇ-ଭଉଣୀ କିମ୍ବା ପଅ-ଝିଅଙ୍କ ନାମରେ ହିଁ ହସ୍ତାନ୍ତର କରାଯାଇପାରିବ। ଏହା ବ୍ୟତୀତ ଏହି ପ୍ରକ୍ରିୟା ଟ୍ରେନ ଛାଡ଼ିବାର ଅତି କମରେ ୨୪ ଘଣ୍ଟା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ହେବ। ଗୋଟିଏ ଟିକେଟରେ କେବଳ ଗୋଟିଏ ଥର ନାମ ବଦଳାଯାଇପାରିବ।

ରେଳବାଇର ନିୟମ କ’ଣ?
ବର୍ତ୍ତମାନ ନାମ ବଦଳାଇବାର ଏହି ସୁବିଧା ଅନଲାଇନରେ ଉପଲବ୍ଧ ନାହିଁ। ଏଥିପାଇଁ ଯାତ୍ରୀଙ୍କୁ ରେଳବାଇର ରିଜର୍ଭେସନ କାଉଣ୍ଟରକୁ ଯିବାକୁ ହେବ। ପ୍ରଥମେ ଅନଲାଇନ୍‌ରେ ବୁକ କରାଯାଇଥିବା ଟିକେଟର ପ୍ରିଣ୍ଟଆଉଟ୍‌ ନେଇ କାଉଣ୍ଟରରେ ପହଞ୍ଚନ୍ତୁ। ସେଠାରେ ଆପଣଙ୍କୁ ନାମ ବଦଳାଇବାର ଫର୍ମ ମିଳିବ, ଯେଉଁଥିରେ ଟିକେଟର ତଥ୍ୟ ଓ ନୂଆ ଯାତ୍ରୀଙ୍କ ବିବରଣୀ ପୂରଣ କରିବାକୁ ହେବ। ଏହାସହ ମୂଳ ଯାତ୍ରୀ ଓ ନୂଆ ଯାତ୍ରୀଙ୍କର ପରିଚୟ ପତ୍ର ଯଥା ଆଧାର କାର୍ଡ, ପ୍ୟାନ କାର୍ଡ କିମ୍ବା ଭୋଟର ଆଇଡି ଜମା କରିବାକୁ ହେବ। ସମସ୍ତ ଦଲିଲ ଜମା କରିବା ପରେ ରେଳବାଇ କର୍ମଚାରୀ ଆପଣଙ୍କ ଟିକେଟରେ ନୂଆ ନାମ ଅପଡେଟ କରିଦେବେ ଏବଂ ଆପଣଙ୍କୁ ଏକ ରସିଦ କିମ୍ବା ନୂଆ ଟିକେଟ ମିଳିବ। ଯାତ୍ରା ସମୟରେ ଏହା ଟିକେଟ ଚେକରଙ୍କୁ ଦେଖାଇବା ଆବଶ୍ୟକ।

କାହିଁକି ଜରୁରୀ ଏହି ସୁବିଧା?
ଏହି ସୁବିଧା ବିଶେଷଭାବେ ସେହି ସମୟରେ ଉପଯୋଗୀ ଯେତେବେଳେ ଯାତ୍ରା ହଠାତ ବାତିଲ କରିବାକୁ ପଡ଼େ ଏବଂ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ପଠାଇବାର ଆବଶ୍ୟକତା ହୁଏ। ଏହା ଦ୍ୱାରା ଟିକେଟ ବାତିଲ କରିବାକୁ ପଡ଼ି ନ ଥାଏ ଏବଂ ଟଙ୍କା ମଧ୍ୟ ବଞ୍ଚିଥାଏ। ତେବେ, ନିଶ୍ଚିତ କରନ୍ତୁ ଯେ ଆପଣ ସମୟଥାଉ କାଉଣ୍ଟରରେ ପହଞ୍ଚି ସମସ୍ତ କାଗଜପତ୍ର ପୂରଣ ରଖନ୍ତି, ଯାହା ଦ୍ୱାରା ନାମ ବଦଳାଇବାର ପ୍ରକ୍ରିୟା ସହଜରେ ସମ୍ପୂର୍ଣ୍ଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri