Posted inଜାତୀୟ

ଆଜି ଅନଶନ ଭାଙ୍ଗିପାରନ୍ତି ଓ୍ବାଙ୍ଗ୍‌ଚୁକ୍‌

ନୂଆଦିଲ୍ଲୀ,୨୦ା୭ (ପି.ଟି.): ରାଜନେତାମାନେ ଯଦି ସଫଦରଜଙ୍ଗ ହସ୍ପିଟାଲରେ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଭେଟି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ କାଳରେ ଶିକ୍ଷା ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳାଇଥିବା ଅନଶନ ସୋମବାର ଭାଙ୍ଗିବେ ବୋଲି ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଆଙ୍ଗ୍‌ମୋ ରବିବାର କହିଛନ୍ତି। ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କର ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଯନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନକୁ ଉଦ୍‌ବୋଧନ ଦେଇ ଆଙ୍ଗ୍‌ମୋ କହିଛନ୍ତି, ରାଜନେତାଙ୍କଠାରୁ ପ୍ରତିଶ୍ରୁତି ମିଳିଲେ ହିଁ ଓ୍ବାଙ୍ଗ୍‌ଚୁକ୍‌ ଅନଶନ ଭାଙ୍ଗିବେ ବୋଲି ଜଣାଇଛନ୍ତି। ସୋମବାର ସିଜେପିର ପ୍ରସ୍ତାବିତ ‘ସଂସଦ ଚଲୋ’ ପଦଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଓ୍ବାଙ୍ଗ୍‌ଚୁକ୍‌ ଅପିଲ୍‌ କରିଥିବା ନେଇ ଆଙ୍ଗ୍‌ମୋ ଆନ୍ଦୋଳନର ସମର୍ଥକମାନଙ୍କୁ ଜଣାଇଛନ୍ତି। ଦିଲ୍ଲୀ ପୋଲିସ ଶନିବାର ସକାଳେ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ବଳପୂର୍ବକ ଯନ୍ତରମନ୍ତର ଅନଶନ ସ୍ଥଳରୁ ଉଠାଇ ନେଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଓ୍ବାଙ୍ଗ୍‌ମୋ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

ସିଏମ୍‌ କିଷାନ ମେଳାରେ ଚାଷୀଙ୍କ ବିକ୍ଷୋଭ: ଅତିଥି ଭାଷଣ ଦେବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍‌ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି…

ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଆଜିଠୁ ଆରମ୍ଭ ହେଲା କର୍କଟ ସମେତ ୪ ରାଶିଙ୍କ ଭଲ ଦିନ, ମାଲାମାଲ ହେବା ସହ…

ଧାର୍ମିକ ଦୃଷ୍ଟିରୁ ଜନ୍ମାଷ୍ଟମୀ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୨୬ର ଜନ୍ମାଷ୍ଟମୀ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ବିଶେଷ ବୋଲି କୁହାଯାଉଛି। ଜ୍ୟୋତିଷ ଅନୁସାରେ, ସେପ୍ଟେମ୍ବର ୪ ତାରିଖ…

ଯୁବକଙ୍କୁ ମାରି କାଜୁଗଛରେ ଝୁଲାଇଦେଲେ, ଭୁବନେଶ୍ୱରରୁ ଗାଁକୁ ଫେରିବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗୋପୀନାଥପୁର ରାସ୍ତାର ଏକ କାଜୁଗଛରେ ଜଣେ ଯୁବକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ହତ୍ୟାର…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ଯୋଜନା ଟଙ୍କା, ଗଞ୍ଜାମର ଏତିକି ଚାଷୀ ପାଇଲେ…

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ…

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ: ମୃତ୍ୟୁ ଘଟିଲେ ମିଳିବ…

ଭୁବନେଶ୍ୱର,୪।୯: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ: ମନ ମୋହିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

ଗଞ୍ଜାମ,୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ କୁନି ଶିଶୁମାନଙ୍କ ରାଧାକୃଷ୍ଣଙ୍କ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri