ଭାରତମୁହାଁ ଓ୍ବାଲ୍‌ମାର୍ଟ

ଲଣ୍ଡନ୍‌/ନ୍ୟୁୟର୍କ,୩୦ା୧୧: ବିଶ୍ୱର ସର୍ବବୃହତ୍‌ ରିଟେଲର ଓ୍ବାଲ୍‌ମାର୍ଟ ଚାଇନା ଉପରେ ନିଜ ନିର୍ଭରଶୀଳତା ହ୍ରାସ କରି ଆମେରିକାକୁ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ଖର୍ଚ୍ଚକାଟ ସହ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି।
ଆମେରିକାକୁ ନେଉଥିବା ସାମଗ୍ରୀର ଏକ-ଚତୁର୍ଥାଂଶ ଗତ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଭାରତରୁ ଆମଦାନୀ କରିଥିଲା, ଯାହାକି ୨୦୧୮ରେ ମାତ୍ର ୨% ରହିଥିଲା। ଏହି ସମୟରେ ନିଜ ଶିପ୍‌ମେଣ୍ଟ୍ସ ମଧ୍ୟରୁ ୬୦% ଚାଇନାରୁ ଯାଇଥିଲା, ଯାହାକି ୨୦୧୮ରେ ୮୦% ଥିଲା। ଏହା ସତ୍ତ୍ୱେ ଓ୍ବାଲ୍‌ମାର୍ଟର ସର୍ବବୃହତ୍‌ ରପ୍ତାନିକାରୀ ରାଷ୍ଟ୍ର ହେଉଛି ଚାଇନା। ଚାଇନାରୁ ଆମଦାନୀ କରାଯାଉଥିବା ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଏବଂ ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ଉତ୍ତେଜନାକୁ ଏଥିପାଇଁ ଦାୟୀ କରାଯାଉଛି। ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ଭାରତ, ଥାଇଲାଣ୍ଡ ଓ ଭିଏଟ୍‌ନାମ ସମେତ ଅନ୍ୟ ଦେଶଗୁଡ଼ିକରୁ ଆମଦାନୀ କରିବାକୁ ପସନ୍ଦ କରୁଛନ୍ତି।
ଏକ୍‌ଜିକ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ଆଣ୍ଡ୍ରେଆ ଅଲ୍‌ବ୍ରାଇଟ୍‌ କହିଛନ୍ତି, ଆମକୁ ସର୍ବୋତ୍ତମ ମୂଲ୍ୟରେ ସାମଗ୍ରୀ ଦରକାର। ଅର୍ଥାତ୍‌ ଯୋଗାଣ ଶୃଙ୍ଖଳରେ ଆମେ ନମନୀୟତା ଚାହୁଁ। ଆମେ ଲଗାତର ଭାବେ ଝଡ଼ ଓ ଭୂକମ୍ପରୁ ନେଇ କଞ୍ଚାମାଲ ଅଭାବ ପର୍ଯ୍ୟନ୍ତ ସମସ୍ୟା ଭିତରେ ଏସବୁର ପରିଚାଳନା କରୁଥିବାରୁ କୌଣସି ଗୋଟିଏ ଯୋଗାଣକାରୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇ ବ୍ୟବସାୟ କରିହେବ ନାହିଁ।
ଇତିମଧ୍ୟରେ ଓ୍ବାଲ୍‌ମାର୍ଟର ଉତ୍ପାଦନ ଦକ୍ଷତା ବୃଦ୍ଧି ଉଦ୍ୟମରେ ଭାରତ ପ୍ରମୁଖ ଭୂମିକା ନେଇଛି। କମ୍ପାନୀ ୨୦୧୮ରୁ ଲଗାତର ଭାବେ ଭାରତରେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ଓ୍ବାଲ୍‌ମାର୍ଟ ସେହିବର୍ଷ ଭାରତୀୟ ଇ-କମର୍ସ ଫାର୍ମ ଫ୍ଲିପ୍‌କାର୍ଟର ୭୭% ଅଂଶଧନ କିଣିଥିଲା। ୨୦୨୭ ସୁଦ୍ଧା ଭାରତରୁ ୧୦ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ କିଣିବା ପାଇଁ ୨୦୨୦ରେ ଚୁକ୍ତିବଦ୍ଧ ହୋଇଥିଲା। ସେହି ଲକ୍ଷ୍ୟ ହାସଲ ଦିଗରେ ଓ୍ବାଲ୍‌ମାର୍ଟ ଅଗ୍ରସର ହେଉଛି। ବର୍ତ୍ତମାନ ଭାରତରୁ ବାର୍ଷିକ ୩ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରାଯାଉଥିବା ଅଲ୍‌ବ୍ରାଇଟ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri