Posted inଜାତୀୟ

ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍‌ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍‌ଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଛି। ଓଟିଟି ପ୍ଲାଟ୍‌ଫର୍ମ ଏବଂ ସ୍ବନିୟନ୍ତ୍ରିତ ସଂସ୍ଥାକୁ ଆଡଭାଇଜରି ଜାରି କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେମାନଙ୍କୁ ଆଇଟି ରୁଲ୍ସ-୨୦୨୧ର ନୀତିନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମାବଳୀର ଉଲ୍ଲଂଘନ ହେଲେ ଓଟିଟି ପ୍ଲାଟ୍‌ଫର୍ମର ସ୍ବନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସକ୍ରିୟତାର ସହ ନେବା ପାଇଁ କୁହାଯାଇଛି। ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମରେ କେତେଜଣ ପ୍ରକାଶକ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ସାଂସଦ, ବୈଧାନିକ ସଂଗଠନ ଏବଂ ସାଧାରଣରେ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଥିବା ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ୟୁଟ୍ୟୁବ୍‌ ଭଳି ପ୍ଲାଟ୍‌ଫର୍ମରେ କଣ୍ଟେଣ୍ଟ ଶେୟାର କରିବା ନେଇ ଆଇନରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଏଭଳି ଘଟୁଥିବା ନେଇ ୨ ଦିନ ପୂର୍ବରୁ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri