ସମ୍ବଲପୁର,୪ା୧୨: ଭିସୁଟ୍ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ସଂପୃକ୍ତ ଛାତ୍ରଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ।
ଘଟଣାର ତଦନ୍ତ ପାଇଁ ଇଣ୍ଟରନାଲ କମ୍ପ୍ଲେନ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ବୁର୍ଲା ଥାନାରେ ଛାତ୍ରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।