ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଡ୍ୟାମ ସହ ସିଲେରୁ ନଦୀ ବହି ଯାଇଥିଲେ ସୁଦ୍ଧା ଦୀପ ତଳ ଅନ୍ଧାର ଭଳି ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଛି। ଚଳିତବର୍ଷ ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୋମବାର ଚିତ୍ରକୋଣ୍ଡାର ସ୍ଥାନୀୟ ମହିଳାମାନେ ଉତକ୍ଷିପ୍ତ ହୋଇ ସକାଳେ ପ୍ରଥମେ ମୁଖ୍ୟ ରାସ୍ତା ବିଜେଡି ଅସ୍ଥାୟୀ କାର୍ଯ୍ୟାଳୟ ଆଗରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ପ୍ରଶାସନ ତଥା ବିଜେଡି ବ୍ଲକ ସଭାପତି ରଘୁ ଖରା ଓ ଅମିତ ଅଗ୍ରୱାଲ ବୁଝାସୁଝା କରି ଆଜି ପାଇଁ ପାଣି ଟ୍ୟାଙ୍କର ପହଞ୍ଚାଇଥିଲେ। ମାତ୍ର ମହିଳାମାନେ ପାଣି ନେଇ ନ ଥିଲେ ଆଜି ଗୋଟିଏ ଦିନ ପାଇଁ ପାଣିଟାଙ୍କି ଦେଇଦେଲେ କ’ଣ ଆମ ପାଣି ସମସ୍ୟା ସମାଧାନ ହୋଇଯିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଅଧିକ ସଂଖ୍ୟାରେ ମହିଳାମାନେ ହାଣ୍ଡି ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗ ଗେଟରେ ତାଲା ପକାଇଥିଲେ। ଗେଟ ଆଗରେ ହାଣ୍ଡି ମାଠିଆ ରଖି ଘେରାଉ କରି ବସି ରହିଥିଲେ। ପାଣି ସମସ୍ୟା ସମାଧାନ କରିବାକୁ ଅଡ଼ିବସି ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ l
ପ୍ରକାଶ ଥାଉକି ଚିତ୍ରକୋଣ୍ଡା ଜନସାଧାରଣଙ୍କ ମୁଖ୍ୟ ପାଣି ସମସ୍ୟା ବାରମ୍ବାର ମାଲକାନଗିରି ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା ସମାଧାନ ହୋଇ ପାରିନି। ମାଲକାନଗିରି ଆରଡବ୍ଲୁଏସଏସ ସଂସ୍ଥା ଚିତ୍ରକୋଣ୍ଡା ପାଣି ସମସ୍ୟା ସମାଧାନ ପାଇଁ କୋଟି କୋଟି ଟଙ୍କା ଦେଇ ଚିତ୍ରକୋଣ୍ଡା ରାସ୍ତାଘାଟ ଖୋଳି ନଷ୍ଟ କରି ଠିକାଦାରଙ୍କୁ ପୋଷିବାରେ ଲାଗିଛି। ତେବେ ଚିତ୍ରକୋଣ୍ଡା ପାଣି ସମସ୍ୟା ନ ସୁଧୁରିଲେ ମହିଳାମାନେ ହଟିବେନି ବୋଲି ଜିଦ୍‌ ଧରି ବସିଛନ୍ତି l ତେବେ କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର…

ରାଜ୍ୟ ସଭାରେ ଏମପି ନିରଞ୍ଜନ ବିଶିଙ୍କ ଦାବି, ସମ୍ବଲପୁର-କୋରାପୁଟ-ବାଲେଶ୍ୱରରେ ଏମ୍ସ….

ବଲାଙ୍ଗୀର,୧୩।୩(ସୁନିଲ୍ କୁମାର ମହାନ୍ତି): ରାଜ୍ୟ ସଭା ଏମପି ନିରଞ୍ଜନ ବିଶି ରାଜ୍ୟ ସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା…

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri