ପୁରୀ ବାର୍‌ ଆସୋସିଏଶନ୍‌ରେ ଚାଲୁରହିଛି ମତଦାନ

ପୁରୀ,୨୯ା୩: ଶନିବାର ରାଜ୍ୟର ୧୫୬ ବାର୍‌ରେ ନିର୍ବାଚନ ଅନୁଷ୍ଠିତ ହେଉଛି। କାର୍ଯ୍ୟରତ ଆଇନଜୀବୀମାନେ ଏହି ନିର୍ବାଚନରେ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ବାର୍‌ ଆସୋସିଏଶନରେ ମଧ୍ୟ ନିବାର୍ଚନ ଅନୁଷ୍ଠିତ ହେଉଛି। ସକାଳ ୭.୩୦ ମିନିଟ୍‌ରୁ ଏହି ନିର୍ବାଚନ ଜାରି ରହିଥିବା ବେଳେ ଏହା ଅପରାହ୍ନ ୩.୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲୁ ରହିବ। ବିଭିନ୍ନ ପଦ ପଦବୀ ଯଥା ସଭାପତି ପାଇଁ ୨ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୩ଜଣ ସହକାରୀ ସମ୍ପାଦକ, ୨ଜଣ ଉପସଭାପତି ଏବଂ ୬ କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ସୂଚନା ରହିଛି। ପ୍ରବଳ ଖରା ହେଉଥିବା ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ଏହି ନିର୍ବାଚନ ଚାଲୁରହିଥିବା ବେଳେ କାଳେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିବ ଏଥିପାଇଁ ପୋଲିସ ମଧ୍ୟ ମୁତୟନ ହୋଇଛି।