ବାଂଲାଦେଶ ନିର୍ବାଚନ: ବିଏନ୍‌ପି ଆଗରେ

ଢାକା,୧୩।୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନେତୃତ୍ୱାଧୀନ ଆଓ୍ବାମୀ ଲିଗ୍‌ ସରକାର ୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ନୂଆ ସରକାର ଗଠନ ପାଇଁ ସେଠାରେ ଗୁରୁବାର ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୪ଟା ୩୦ ମିନିଟ୍‌ରେ ମତଦାନ ଶେଷ ହେବା ପରେ ଭୋଟ ଗଣତି ଜାରି ରହିଛି। ରାତି ୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ୧୭୫ରୁ ଅଧିକ ଆସନରେ ଆଗରେ ରହିଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଜମାତ ୩୦ ଆସନରେ ଆଗରେ ରହିଛି। ବିଏନ୍‌ପି ଅଧ୍ୟକ୍ଷ ତାରିକ୍‌ ରହମାନ ବୋଗୁରା-୬ ଏବଂ ଢାକା-୧୭ ଆସନରେ ବିଜୟୀ ହୋଇଛନ୍ତି। ୩୦୦ ଆସନ ବିଶିଷ୍ଟ ବାଂଲାଦେଶ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ପାଇଁ ୧୫୧ ଆସନରେ ଜିତିବା ଆବଶ୍ୟକ।
୮୪ ସୂତ୍ରୀ ସଂସ୍କାର ପ୍ୟାକେଜ୍‌ ‘ଜୁଲାଇ ନ୍ୟାଶନାଲ ଚାର୍ଟର’ କାର୍ଯ୍ୟକାରିତା ସହ ତ୍ରୟୋଦଶ ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଛି। ରାତି ସୁଦ୍ଧା ଫଳାଫଳର ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଆଶା କରାଯାଉଛି। ବିଏନ୍‌ପି ଏବଂ ଏକଦା ଏହାର ସହଯୋଗୀ ଥିବା ଜମାତ-ଇ-ଇସ୍‌ଲାମୀ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌କୁ ଭାଙ୍ଗିଦିଆଯାଇଥିବାରୁ ନିର୍ବାଚନରେ ଏହି ଦଳ ସାମିଲ ହୋଇନାହିଁ। ବାଂଲାଦେଶର ୩୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବାଲଟ୍‌ ପେପରରେ ଆଓ୍ବାମୀ ଲିଗ୍‌ର ନୌକା ଚିହ୍ନ ନାହଁ। ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ଗତବର୍ଷ ଆଓ୍ବାମୀ ଲିଗ୍‌କୁ ଭାଙ୍ଗିଦେବା ସହ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଏହାକୁ ବାଦ୍‌ ଦେଇଥିଲେ। ୫ ନିୟୁତ ନୂଆ ଭୋଟରଙ୍କ ସମେତ ପ୍ରାୟ ୧୨.୭ କୋଟି ଭୋଟର ମତଦାନ ସାବ୍ୟସ୍ତ କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ୩୦୦ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୯୯ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଗୋଟିଏ ନିର୍ବାଚନମଣ୍ଡଳୀର ନିର୍ବାଚନ ବାତିଲ ହୋଇଛି।
ବାଂଲାଦେଶ ନିର୍ବାଚନ ଫଳାଫଳକୁ ଭାରତ ଅପେକ୍ଷା କରିବ ବୋଲି ନୂଆଦିଲ୍ଲୀ କହିଛି। ବାଂଲାଦେଶରେ ଏକ ମୁକ୍ତ, ନିରପେକ୍ଷ, ଅନ୍ତର୍ଭୁକ୍ତ ଏବଂ ବିଶ୍ୱସନୀୟ ନିର୍ମାଚନ ପ୍ରତି ଭାରତର ସମର୍ଥନ ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri