ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲେନ୍‌ସ୍କି ମୁହାଁମୁହିଁ

ଓ୍ବାଶିଂଟନ,୧।୩: ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ବୁଧବାର ମିନେରାଲ୍ସ ଡିଲ୍‌ ପାଇଁ ସହମତି ପ୍ରକାଶ ପାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆମନ୍ତ୍ରଣକ୍ରମେ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଶୁକ୍ରବାର ଓ୍ବାଶିଂଟନ ଡିସିରେ ପହଞ୍ଚତ୍ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ଦୁଇ ନେତା ମୁହଁାମୁହିଁ ହୋଇଛନ୍ତି। ଏପରିକି ଟ୍ରମ୍ପ୍‌ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ତିକ୍ତତାପୂର୍ଣ୍ଣ ଯୁକ୍ତିତର୍କ ମଧ୍ୟ ହୋଇଛି। ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସ୍‌ରେ ଉଭୟଙ୍କ କଥା କଟାକଟି ଯୋଗୁ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖି ସେଠାରେ ଉପସ୍ଥିତ ଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ମଝିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ୩ ବର୍ଷ ଧରି ୟୁକ୍ରେନ୍‌ ସହ ଯୁଦ୍ଧରତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜେଲେନ୍‌ସ୍କି ଆତଙ୍କବାଦୀ କହିବାକୁ ପଛାଇ ନାହାନ୍ତି। ସେହିପରି ଏହି ଯୁଦ୍ଧ ବନ୍ଦ କରିବାକୁ ହେଲେ ଆମେରିକା ୟୁକ୍ରେନ୍‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ପଡ଼ିବ ବୋଲି ଜେଲେନ୍‌ସ୍କି ଟ୍ରମ୍ପ୍‌ଙ୍କ ଆଗରେ ଦାବି ରଖିଛନ୍ତି। ଟ୍ରମ୍ପ୍‌ ଓ ଭାନ୍ସ ଜେଲେନ୍‌ସ୍କିଙ୍କ ବ୍ୟବହାରକୁ ‘ଅଶିଷ୍ଟ’ ବୋଲି ଅଭିହିତ କରିଛନ୍ତି।
ମିନେରାଲ ଡିଲ୍ସ ପାଇଁ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚତ୍ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ନକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ଓଭାଲ ଅଫିସରେ ୪୫ ମିନିଟ୍‌ ଧରି ଚାଲିଥିବା ଆଲୋଚନା ବେଳେ ଜେଲେନ୍‌ସ୍କି ଟ୍ରମ୍ପ୍‌ଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଜେଲେନ୍‌ସ୍କି କହିଥିଲେ, ପୁଟିନ ଜଣେ ଆତଙ୍କବାଦୀ। ଜଣେ ହତ୍ୟାକାରୀଙ୍କ ସହ ୟୁକ୍ରେନ୍‌ ଓ ବିଶ୍ୱ ସାଲିସ୍‌ କରିବାର ଆବଶ୍ୟକତା ନାହିଁ। ଯୁଦ୍ଧ ଚାଲିଥିବାବେଳେ ମଧ୍ୟ ଅନେକ ନିୟମ କାର୍ଯ୍ୟକାରୀ ହୋଇଥାଏ।
ଟ୍ରମ୍ପ୍‌ ଏଥିରେ ଉତ୍‌କ୍ଷିପ୍ତ ହୋଇ ଜେଲେନ୍‌ସ୍କିଙ୍କୁ କହିଥିଲେ, ଆପଣ ଅନେକ ନିୟୁତ ଲୋକଙ୍କ ଜୀବନକୁ ନେଇ ଜୁଆ ଖେଳୁଛନ୍ତି। ଏଭଳି କାର୍ଯ୍ୟ ତୃତୀୟ ବିଶ୍ୱଯୁଦ୍ଧକୁ ଉସୁକାଇପାରେ। ଉପରାଷ୍ଟ୍ରପତି ଭାନ୍ସ ଜେଲେନ୍‌ସ୍କିଙ୍କୁ କହିଥିଲେ, ଆପଣ ଓଭାଲ ଅଫିସକୁ ଆସି ଆମେରିକୀୟ ଗଣମାଧ୍ୟମ ସମ୍ମୁଖରେ ଟ୍ରମ୍ପ୍‌ଙ୍କୁ ଅପମାନିତ କରିବା ଏକ ଅଶିଷ୍ଟ ଆଚରଣ। ଜେଲେନ୍‌ସ୍କି ଆପତ୍ତି ଜଣାଉଥିବାବେଳେ ଟ୍ରମ୍ପ୍‌ ଉଚ୍ଚ ସ୍ବରରେ କହିଲେ, ଆପଣ ଯାହା କରୁଛନ୍ତି,ତାହା ଆମେରିକା ପ୍ରତି ଅସମ୍ମାନ। ଏହି ଦେଶ ଆପଣଙ୍କୁ ଅନେକ ସାହାଯ୍ୟ କରିଛି। ରୁଷିଆର ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ୟୁକ୍ରେନ୍‌ ଆମେରିକାଠାରୁ ପାଇଥିବା ସହଯୋଗକୁ ଟ୍ରମ୍ପ୍‌ ଏକ ଋଣ ମନେକରି ଏହା ବିନିମୟରେ ଜେଲେନ୍‌ସ୍କିଙ୍କ ସହ ତାଙ୍କ ଦେଶରେ ଥିବା ମୂଲ୍ୟବାନ ଖଣିଜ ସମ୍ପଦ ଉପରେ ଡିଲ୍‌ କରିବାକୁ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଏପରି କହିଥିବା କୁହାଯାଉଛି। ଏଭଳି ସ୍ଥିତିରେ ଟ୍ରମ୍ପ୍‌ ୟୁକ୍ରେନ୍‌କୁ କିଛି ମାତ୍ରାରେ ସାମରିକ ସହାୟତା ଦେଇ ଅଧିକ ହାସଲ କରିବାକୁ ଚାହିଁଛନ୍ତି, ଯାହାକି ତାଙ୍କ ପୂର୍ବ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ଟ୍ରମ୍ପ୍‌ କହିଥିଲେ, ୟୁକ୍ରେନ୍‌କୁ ଆମେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଯାଉନାହୁଁ। ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ, ଯାହା ପରେ ଅନେକ କିଛି କରିପାରିବୁ। କିନ୍ତୁ ଜେଲେନ୍‌ସ୍କି ରିହାତି ଦାବି କରିବା ଅବସ୍ଥାରେ ନାହାନ୍ତି। ଜେଲେନ୍‌ସ୍କି ତାଙ୍କ କଥାକୁ ନେଇ ଯୁକ୍ତି କରିବା ପରେ ଟ୍ରମ୍ପ୍‌ ଅଙ୍ଗୁଳି ଦେଖାଇଥିଲେ। ଭାନ୍ସ ଜେଲେନ୍‌ସ୍କିଙ୍କ ବ୍ୟବହାରକୁ ନାପସନ୍ଦ କରିବା ପରେ ଟ୍ରମ୍ପ୍‌ କହିଥିଲେ, ଯାହା ଚାଲିଛି ଆମେରିକୀୟମାନେ ତାକୁ ଦେଖିବା ଦରକାର। ଆପଣ କୃତଜ୍ଞ ହେବା ପରିବର୍ତ୍ତେ ଟେଲିଭିଜନ ସମ୍ମୁଖରେ ଡ୍ରାମା କରୁଛନ୍ତି।
ପ୍ରକାଶ ଯେ, ରିପବ୍ଲିକାନ୍‌ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିଦେବେ ବୋଲି କହିଥିଲେ। ଇତିମଧ୍ୟରେ ସେ ଜେଲେନ୍‌ସ୍କିଙ୍କୁ ଜଣେ ହାସ୍ୟାଭିନେତା ଓ ବିନା ନିର୍ବାଚନରେ ଏକଚ୍ଛତ୍ରବାଦୀ ଭାବେ ଅଭିହିତ କରି ଆମେରିକାଠାରୁ ସେ ଅନେକ ବିଲିୟନ ଡଲାର ଖସାଇ ନେଇଥିବା ସମାଲୋଚନା କରିଥିଲେ। ଏହାର ଜବାବରେ ଜେଲେନ୍‌ସ୍କି କହିଛନ୍ତି, ଟ୍ରମ୍ପ୍‌ ପୁଟିନ୍‌ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ବିଭ୍ରାନ୍ତିକର ପରିବେଶରେ ଜୀଉଁଛନ୍ତି। ଏଭଳି ସମୟରେ ୟୁକ୍ରେନୀୟମାନେ ଆଶଙ୍କା କରୁଛନ୍ତି, ତରବରିଆ ଭାବେ କରାଯାଉଥିବା ଏହି ଶାନ୍ତି ଉଦ୍ୟମରୁ ରୁଷିଆ ଲାଭାନ୍ବିତ ହେବ। ରୁଷିଆର ଅନେକ ଦାବି ପୂରଣ ହେବା ଦ୍ୱାରା ମସ୍କୋ ପୁନର୍ବାର ଅସ୍ତ୍ର ଧରି ଭବିଷ୍ୟତରେ ୟୁକ୍ରେନ୍‌କୁ ଆକ୍ରମଣ କରିବାରେ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri