ଫକ୍ସୱାଗନ୍‌ର ନୂଆ ସେଲ୍‌ସ ଆଣ୍ଡ ସର୍ଭିସ୍‌ ଟଚ୍‌ ପଏଣ୍ଟ

ଭୁବନେଶ୍ୱର,୨୧।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫକ୍ସୱାଗନ୍‌ ପାସେଞ୍ଜର କାର୍‌ସ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ଓଏସ୍‌ଏଲ୍‌ ଆନୁକୂଲ୍ୟରେ ସ୍ଥାନୀୟ ପାହାଳଠାରେ ନୂତନ ସେଲ୍‌ସ ଟଚ୍‌ ପଏଣ୍ଟ ଏବଂ ଏପରିକି ଭାଣପୁରଠାରେ ସର୍ଭିସ ଟଚ୍‌ ପଏଣ୍ଟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଫକ୍ସୱାଗନ୍‌ ପାସେଞ୍ଜର କାର୍‌ସ ଇଣ୍ଡିଆର ବ୍ରାଣ୍ଡ୍‌ ଡାଇରେକ୍ଟର ଆଶିଷ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ସେଣ୍ଟରର ଉଦ୍‌ଘାଟନ କରି କହିଥିଲେ, ‘ଆମେ ଭୁବନେଶ୍ୱରଠାରେ ଏକ ନୂଆ ସେଲ୍‌ସ ଓ ସର୍ଭିସ୍‌ ଟଚ୍‌ ପଏଣ୍ଟର ଶୁଭାରମ୍ଭ କରି ବେଶ୍‌ ଆନନ୍ଦିତ। ଏଠାରେ ଆମେ ଜର୍ମାନୀ ନିର୍ମିତ ପ୍ରଡକ୍ଟ ପୋର୍ଟଫୋଲିଓର ଶୁଭାରମ୍ଭ କରିଛୁ, ଯାହା ଆମର ଆକାଂକ୍ଷୀ ଗ୍ରାହକଙ୍କୁ ଏକ ସୁରକ୍ଷିତ, ଚଳାଇବା ପାଇଁ ମଜାଦାର ଓ ଶକ୍ତିଶାଳୀ ଯାତାୟାତ ସମାଧାନଗୁଡ଼ିକ ମଧ୍ୟରୁ ଚୟନ କରିବା ପାଇଁ ସକ୍ଷମ କରୁଛି। ଏହି ଟଚ୍‌ପଏଣ୍ଟ ସହିତ ଆମେ ବିଶ୍ୱସ୍ତରୀୟ ଜର୍ମାନୀ ନିର୍ମିତ ଉପତ୍ାଦ ଓ ସେବା ଏବଂ ଏହି ଅଞ୍ଚଳରେ ଆମର ଗ୍ରାହକଙ୍କୁ ଏକ ଚମତ୍କାର ଅନୁଭୂତି ପ୍ରଦାନ କରିବା ଦିଗରେ ପ୍ରତିବଦ୍ଧ ରହିଛୁ। ସେହିଭଳି ଓଏସ୍‌ଏଲ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ଓ ଫକ୍ସୱାଗନ୍‌ ଭୁବନେଶ୍ୱରର ଡିଲର ପାର୍ଟନର ଚର୍ଚ୍ଚିତ ମିଶ୍ର କହିଛନ୍ତି, ଆମେ ଓଡ଼ିଶାରେ ଫକ୍ସୱାଗନ ଇଣ୍ଡିଆ ସହ ସହଭାଗିତା କରି ଅତ୍ୟଧିକ ଖୁସି ଅନୁଭବ କରୁଛୁ। ଏହି ନୂଆ ଟଚ୍‌ ପଏଣ୍ଟର ଉଦ୍‌ଘାଟନ ସହ ଆମେ ଭୁବନେଶ୍ୱରରେ ବିଶ୍ୱବ୍ୟାପୀ ଲୋକପ୍ରିୟ ଫକ୍ସୱାଗନ୍‌ ଉପତ୍ାଦ ଓ ଗ୍ରାହକ ଅନୁଭୂତି ପ୍ରଦାନ କରି ବ୍ରାଣ୍ଡ୍‌କୁ ଅଧିକ ପହଞ୍ଚଯୋଗ୍ୟ କରିବାକୁ ଲକ୍ଷ୍ୟ ରଖିଛୁ। ବିଶେଷକରି ଭୁବନେଶ୍ୱରଠାରେ ଫକ୍ସୱାଗନ୍‌ ସେଲ୍‌ସ ଓ ସର୍ଭିସ୍‌ ଟଚ୍‌ପଏଣ୍ଟର ଶୁଭାରମ୍ଭ ସହ ବ୍ରାଣ୍ଡ୍‌ ଆକାଂକ୍ଷୀ ଭାରତୀୟ ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ଜର୍ମାନୀ ନିର୍ମିତ ଉପତ୍ାଦ ଓ ସେବାଗୁଡ଼ିକୁ ଉପସ୍ଥାପନ କରୁଛି। ଉକ୍ତ ଶୋ’ରୁମ୍‌ରେ ୬-କାର୍‌ ଡିସ୍‌ପ୍ଲେ ଅଞ୍ଚଳରେ ଫକ୍ସୱାଗନ୍‌ର ଭାରତର ସବୁଠାରୁ ସୁରକ୍ଷିତ ଏସ୍‌ୟୁଭିଡବ୍ଲ୍ୟୁ-ଟାଇଗୁନ୍‌, ଆକର୍ଷଣୀୟ ଭର୍ଚ୍ୟୁସ୍‌ ଓ ଗ୍ଲୋବାଲ ବେଷ୍ଟ୍‌-ସେଲର୍‌ ଟିଗୁଆନ୍‌କୁ ପ୍ରଦର୍ଶିତ କରାଯିବ। ଏହି ୨ଏସ୍‌ ଫ୍ୟାସିଲିଟି ଏହାର ବିସ୍ତୃତ ୧୯-ବେ’ ୱାର୍କଶପ୍‌ ମାଧ୍ୟମରେ ଏକାଧିକ ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହାକୁ ଦକ୍ଷ ଓ ପ୍ରଶିକ୍ଷିତ ଟେକ୍ନିସିଆନ୍‌ମାନେ ପରିଚାଳନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଫକ୍ସୱାଗନ୍‌ର ନେଟ୍‌ୱର୍କ ଶକ୍ତି ଭାରତର ୧୧୯ ସହରରେ ୧୫୯ ସେଲ୍‌ସ ଓ ୧୨୬ ସର୍ଭିସ୍‌ ଟଚ୍‌ ପଏଣ୍ଟକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri