ଫକ୍ସୱାଗନ୍‌ର ନୂଆ ସେଲ୍‌ସ ଆଣ୍ଡ ସର୍ଭିସ୍‌ ଟଚ୍‌ ପଏଣ୍ଟ

ଭୁବନେଶ୍ୱର,୨୧।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫକ୍ସୱାଗନ୍‌ ପାସେଞ୍ଜର କାର୍‌ସ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ଓଏସ୍‌ଏଲ୍‌ ଆନୁକୂଲ୍ୟରେ ସ୍ଥାନୀୟ ପାହାଳଠାରେ ନୂତନ ସେଲ୍‌ସ ଟଚ୍‌ ପଏଣ୍ଟ ଏବଂ ଏପରିକି ଭାଣପୁରଠାରେ ସର୍ଭିସ ଟଚ୍‌ ପଏଣ୍ଟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଫକ୍ସୱାଗନ୍‌ ପାସେଞ୍ଜର କାର୍‌ସ ଇଣ୍ଡିଆର ବ୍ରାଣ୍ଡ୍‌ ଡାଇରେକ୍ଟର ଆଶିଷ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ସେଣ୍ଟରର ଉଦ୍‌ଘାଟନ କରି କହିଥିଲେ, ‘ଆମେ ଭୁବନେଶ୍ୱରଠାରେ ଏକ ନୂଆ ସେଲ୍‌ସ ଓ ସର୍ଭିସ୍‌ ଟଚ୍‌ ପଏଣ୍ଟର ଶୁଭାରମ୍ଭ କରି ବେଶ୍‌ ଆନନ୍ଦିତ। ଏଠାରେ ଆମେ ଜର୍ମାନୀ ନିର୍ମିତ ପ୍ରଡକ୍ଟ ପୋର୍ଟଫୋଲିଓର ଶୁଭାରମ୍ଭ କରିଛୁ, ଯାହା ଆମର ଆକାଂକ୍ଷୀ ଗ୍ରାହକଙ୍କୁ ଏକ ସୁରକ୍ଷିତ, ଚଳାଇବା ପାଇଁ ମଜାଦାର ଓ ଶକ୍ତିଶାଳୀ ଯାତାୟାତ ସମାଧାନଗୁଡ଼ିକ ମଧ୍ୟରୁ ଚୟନ କରିବା ପାଇଁ ସକ୍ଷମ କରୁଛି। ଏହି ଟଚ୍‌ପଏଣ୍ଟ ସହିତ ଆମେ ବିଶ୍ୱସ୍ତରୀୟ ଜର୍ମାନୀ ନିର୍ମିତ ଉପତ୍ାଦ ଓ ସେବା ଏବଂ ଏହି ଅଞ୍ଚଳରେ ଆମର ଗ୍ରାହକଙ୍କୁ ଏକ ଚମତ୍କାର ଅନୁଭୂତି ପ୍ରଦାନ କରିବା ଦିଗରେ ପ୍ରତିବଦ୍ଧ ରହିଛୁ। ସେହିଭଳି ଓଏସ୍‌ଏଲ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ଓ ଫକ୍ସୱାଗନ୍‌ ଭୁବନେଶ୍ୱରର ଡିଲର ପାର୍ଟନର ଚର୍ଚ୍ଚିତ ମିଶ୍ର କହିଛନ୍ତି, ଆମେ ଓଡ଼ିଶାରେ ଫକ୍ସୱାଗନ ଇଣ୍ଡିଆ ସହ ସହଭାଗିତା କରି ଅତ୍ୟଧିକ ଖୁସି ଅନୁଭବ କରୁଛୁ। ଏହି ନୂଆ ଟଚ୍‌ ପଏଣ୍ଟର ଉଦ୍‌ଘାଟନ ସହ ଆମେ ଭୁବନେଶ୍ୱରରେ ବିଶ୍ୱବ୍ୟାପୀ ଲୋକପ୍ରିୟ ଫକ୍ସୱାଗନ୍‌ ଉପତ୍ାଦ ଓ ଗ୍ରାହକ ଅନୁଭୂତି ପ୍ରଦାନ କରି ବ୍ରାଣ୍ଡ୍‌କୁ ଅଧିକ ପହଞ୍ଚଯୋଗ୍ୟ କରିବାକୁ ଲକ୍ଷ୍ୟ ରଖିଛୁ। ବିଶେଷକରି ଭୁବନେଶ୍ୱରଠାରେ ଫକ୍ସୱାଗନ୍‌ ସେଲ୍‌ସ ଓ ସର୍ଭିସ୍‌ ଟଚ୍‌ପଏଣ୍ଟର ଶୁଭାରମ୍ଭ ସହ ବ୍ରାଣ୍ଡ୍‌ ଆକାଂକ୍ଷୀ ଭାରତୀୟ ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ଜର୍ମାନୀ ନିର୍ମିତ ଉପତ୍ାଦ ଓ ସେବାଗୁଡ଼ିକୁ ଉପସ୍ଥାପନ କରୁଛି। ଉକ୍ତ ଶୋ’ରୁମ୍‌ରେ ୬-କାର୍‌ ଡିସ୍‌ପ୍ଲେ ଅଞ୍ଚଳରେ ଫକ୍ସୱାଗନ୍‌ର ଭାରତର ସବୁଠାରୁ ସୁରକ୍ଷିତ ଏସ୍‌ୟୁଭିଡବ୍ଲ୍ୟୁ-ଟାଇଗୁନ୍‌, ଆକର୍ଷଣୀୟ ଭର୍ଚ୍ୟୁସ୍‌ ଓ ଗ୍ଲୋବାଲ ବେଷ୍ଟ୍‌-ସେଲର୍‌ ଟିଗୁଆନ୍‌କୁ ପ୍ରଦର୍ଶିତ କରାଯିବ। ଏହି ୨ଏସ୍‌ ଫ୍ୟାସିଲିଟି ଏହାର ବିସ୍ତୃତ ୧୯-ବେ’ ୱାର୍କଶପ୍‌ ମାଧ୍ୟମରେ ଏକାଧିକ ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହାକୁ ଦକ୍ଷ ଓ ପ୍ରଶିକ୍ଷିତ ଟେକ୍ନିସିଆନ୍‌ମାନେ ପରିଚାଳନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଫକ୍ସୱାଗନ୍‌ର ନେଟ୍‌ୱର୍କ ଶକ୍ତି ଭାରତର ୧୧୯ ସହରରେ ୧୫୯ ସେଲ୍‌ସ ଓ ୧୨୬ ସର୍ଭିସ୍‌ ଟଚ୍‌ ପଏଣ୍ଟକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?