Posted inଜାତୀୟ

କଂଗ୍ରେସରେ ବିରୋଧର ସ୍ବର

ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ ନେତା (ଜି-୨୩) ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ସେମାନେ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ସାଂଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ଆଗକୁ ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଥିଲାବେଳେ କଂଗ୍ରେସ ଏକ ନିର୍ଣ୍ଣାୟକ ସମୟର ସାମ୍‌ନା କରିବାକୁ ଯାଉଛି। ଏହି ଅବସରରେ ଶନିବାର ଗୁଲାମ ନବୀ ଆଜାଦଙ୍କ ସମେତ ଅସନ୍ତୁଷ୍ଟ ବରିଷ୍ଠ ନେତାମାନେ ଜମ୍ମୁରେ ଏକ ବୈଠକରେ ଏକାଠି ହୋଇଛନ୍ତି। ଦଳରେ ଫାଟ ବଢ଼ୁଥିବା ଏଥିରୁ ସ୍ପଷ୍ଟ ସୂଚିତ ହୋଇଛି।
କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱକୁ ସେମାନଙ୍କର ପୂର୍ବ ଦାବି ସମ୍ପର୍କରେ ସ୍ମରଣ କରାଇଦେବା ପାଇଁ ଅସନ୍ତୁଷ୍ଟମାନେ ଏକାଠି ହୋଇଥିବା କୁହାଯାଉଛି। ନିକଟରେ ରାଜ୍ୟ ସଭାରୁ ଅବସର ନେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କପିଲ୍‌ ସିବଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ରାଜ୍ୟ ସଭା ସଦସ୍ୟ ବିବେକ ଟଙ୍ଖା, ଲୋକ ସଭା ସଦସ୍ୟ ମନୀଷ ତିଓ୍ବାରୀ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ଅଭିନେତା-ରାଜନେତା ରାଜ ବବର ପ୍ରମୁଖ ବୈଠକରେ ସାମିଲ ଥିଲେ।
ପ୍ରକୃତ ସତ୍ୟ ହେଲା କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି। ଗୁଲାମ ନବୀଙ୍କ ଭଳି ବରିଷ୍ଠ ନେତାମାନଙ୍କ ଅଭିଜ୍ଞତାକୁ ଦଳ କାମରେ ଲଗାଉନାହିଁ। ସେଥିପାଇଁ ଆମେ ଏକାଠି ହୋଇଛୁ ବୋଲି ଅସନ୍ତୁଷ୍ଟ ନେତାମାନେ କହିଛନ୍ତି। ସମସ୍ତେ ଏକାଠି ହୋଇ ଦଳକୁ ସୁଦୃଢ଼ କରିବାକୁ ହେବ ବୋଲି ସିବଲ ସୂଚନା ଦେଇଛନ୍ତି। ନିକଟରେ କେରଳ ଭୋଟରଙ୍କ ସମ୍ପର୍କରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା। ଭାଜପା ଏହାକୁ ଦୃଢ଼ ବିରୋଧ କରିଥିବାବେଳେ ସିବଲ ସମାଲୋଚନା କରିଥିଲେ। ଭୋଟରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି ବୋଲି ସେ ରାହୁଲ ଏବଂ ଦଳକୁ ସତର୍କ କରାଇ ଦେଇଥିଲେ।
ଜମ୍ମୁ-କଶ୍ମୀରରେ ଥାଉ କି ଲଦାଖରେ ଆମେ ସବୁ ଧର୍ମ, ବ୍ୟକ୍ତି ଓ ଜାତିକୁ ସମାନ ଭାବେ ସମ୍ମାନ ଦେଉ ବୋଲି ଗୁଲାମ ନବୀ କହିଛନ୍ତି। ଏହା ହେଉଛି ଦଳର ଶକ୍ତି ଏବଂ ଏହାକୁ ବଜାୟ ରଖାଯିବ ବୋଲି ସେ କହିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିବା ସହ ଜି-୨୩ର ପ୍ରକୃତ ପରିବର୍ତ୍ତନ ସଂକଳ୍ପ ଉପରେ ଗୁଲାମ ନବୀ ଜୋର୍‌ ଦେଇଥିଲେ।
ଜମ୍ମୁରେ ଜି-୨୩ର ଏହି ବୈଠକ ରାହୁଲଙ୍କ ପ୍ରତି କଡ଼ା ବାର୍ତ୍ତା। ଉତ୍ତରରୁ ଦକ୍ଷିଣ, ଭାରତ ଏକ, ଏହା ଆମେ ଦେଶବାସୀଙ୍କୁ ଜଣାଇଦେବୁ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ଅନ୍ୟପକ୍ଷରେ ଅସନ୍ତୁଷ୍ଟ ନେତାମାନେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ କାମ କଲେ ଦଳ ସୁଦୃଢ଼ ହୋଇପାରିବ ବୋଲି ଅନ୍ୟ ଗୋଷ୍ଠୀର ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତିି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଅସନ୍ତୁଷ୍ଟମାନେ ନିଜ ଭିତରେ ଲଢ଼େଇ ନ କରି ସେଠାରେ କାର୍ଯ୍ୟ କରିବା ଦଳ ପାଇଁ ସବୁଠୁ ବଡ଼ ଅବଦାନ ହେବ ବୋଲି ସିଙ୍ଘଭି କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ଗତବର୍ଷ ଡିସେମ୍ବରରେ ସୋନିଆ ଅସନ୍ତୁଷ୍ଟ ନେତାମାନଙ୍କୁ ଭେଟି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ୫ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଜୁନ୍‌ରେ ନୂଆ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ନେଇ ନିଷ୍ପତ୍ତି ହୋଇଥିଲା। ତୁରନ୍ତ ସାଂଗଠନିକ ନିର୍ବାଚନ ପାଇଁ ଅସନ୍ତୁଷ୍ଟମାନଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଥିଲା। ଦଳରେ ଯାହା ଘଟୁଛି ସିଡବ୍ଲ୍ୟୁସିର ଡିସେମ୍ବର ବୈଠକରେ ହୋଇଥିବା ଚୁକ୍ତିନାମାର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଦଳରେ ସଂସ୍କାର କିମ୍ବା ନିର୍ବାଚନର ସୂଚନା ଦେଖାଯାଉ ନାହିଁ ବୋଲି ଜି-୨୩ର ଜଣେ ବରିଷ୍ଠ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri