Posted inଜାତୀୟ

କଂଗ୍ରେସରେ ବିରୋଧର ସ୍ବର

ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ ନେତା (ଜି-୨୩) ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ସେମାନେ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ସାଂଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ଆଗକୁ ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଥିଲାବେଳେ କଂଗ୍ରେସ ଏକ ନିର୍ଣ୍ଣାୟକ ସମୟର ସାମ୍‌ନା କରିବାକୁ ଯାଉଛି। ଏହି ଅବସରରେ ଶନିବାର ଗୁଲାମ ନବୀ ଆଜାଦଙ୍କ ସମେତ ଅସନ୍ତୁଷ୍ଟ ବରିଷ୍ଠ ନେତାମାନେ ଜମ୍ମୁରେ ଏକ ବୈଠକରେ ଏକାଠି ହୋଇଛନ୍ତି। ଦଳରେ ଫାଟ ବଢ଼ୁଥିବା ଏଥିରୁ ସ୍ପଷ୍ଟ ସୂଚିତ ହୋଇଛି।
କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱକୁ ସେମାନଙ୍କର ପୂର୍ବ ଦାବି ସମ୍ପର୍କରେ ସ୍ମରଣ କରାଇଦେବା ପାଇଁ ଅସନ୍ତୁଷ୍ଟମାନେ ଏକାଠି ହୋଇଥିବା କୁହାଯାଉଛି। ନିକଟରେ ରାଜ୍ୟ ସଭାରୁ ଅବସର ନେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କପିଲ୍‌ ସିବଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ରାଜ୍ୟ ସଭା ସଦସ୍ୟ ବିବେକ ଟଙ୍ଖା, ଲୋକ ସଭା ସଦସ୍ୟ ମନୀଷ ତିଓ୍ବାରୀ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ଅଭିନେତା-ରାଜନେତା ରାଜ ବବର ପ୍ରମୁଖ ବୈଠକରେ ସାମିଲ ଥିଲେ।
ପ୍ରକୃତ ସତ୍ୟ ହେଲା କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି। ଗୁଲାମ ନବୀଙ୍କ ଭଳି ବରିଷ୍ଠ ନେତାମାନଙ୍କ ଅଭିଜ୍ଞତାକୁ ଦଳ କାମରେ ଲଗାଉନାହିଁ। ସେଥିପାଇଁ ଆମେ ଏକାଠି ହୋଇଛୁ ବୋଲି ଅସନ୍ତୁଷ୍ଟ ନେତାମାନେ କହିଛନ୍ତି। ସମସ୍ତେ ଏକାଠି ହୋଇ ଦଳକୁ ସୁଦୃଢ଼ କରିବାକୁ ହେବ ବୋଲି ସିବଲ ସୂଚନା ଦେଇଛନ୍ତି। ନିକଟରେ କେରଳ ଭୋଟରଙ୍କ ସମ୍ପର୍କରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା। ଭାଜପା ଏହାକୁ ଦୃଢ଼ ବିରୋଧ କରିଥିବାବେଳେ ସିବଲ ସମାଲୋଚନା କରିଥିଲେ। ଭୋଟରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି ବୋଲି ସେ ରାହୁଲ ଏବଂ ଦଳକୁ ସତର୍କ କରାଇ ଦେଇଥିଲେ।
ଜମ୍ମୁ-କଶ୍ମୀରରେ ଥାଉ କି ଲଦାଖରେ ଆମେ ସବୁ ଧର୍ମ, ବ୍ୟକ୍ତି ଓ ଜାତିକୁ ସମାନ ଭାବେ ସମ୍ମାନ ଦେଉ ବୋଲି ଗୁଲାମ ନବୀ କହିଛନ୍ତି। ଏହା ହେଉଛି ଦଳର ଶକ୍ତି ଏବଂ ଏହାକୁ ବଜାୟ ରଖାଯିବ ବୋଲି ସେ କହିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିବା ସହ ଜି-୨୩ର ପ୍ରକୃତ ପରିବର୍ତ୍ତନ ସଂକଳ୍ପ ଉପରେ ଗୁଲାମ ନବୀ ଜୋର୍‌ ଦେଇଥିଲେ।
ଜମ୍ମୁରେ ଜି-୨୩ର ଏହି ବୈଠକ ରାହୁଲଙ୍କ ପ୍ରତି କଡ଼ା ବାର୍ତ୍ତା। ଉତ୍ତରରୁ ଦକ୍ଷିଣ, ଭାରତ ଏକ, ଏହା ଆମେ ଦେଶବାସୀଙ୍କୁ ଜଣାଇଦେବୁ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ଅନ୍ୟପକ୍ଷରେ ଅସନ୍ତୁଷ୍ଟ ନେତାମାନେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ କାମ କଲେ ଦଳ ସୁଦୃଢ଼ ହୋଇପାରିବ ବୋଲି ଅନ୍ୟ ଗୋଷ୍ଠୀର ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତିି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଅସନ୍ତୁଷ୍ଟମାନେ ନିଜ ଭିତରେ ଲଢ଼େଇ ନ କରି ସେଠାରେ କାର୍ଯ୍ୟ କରିବା ଦଳ ପାଇଁ ସବୁଠୁ ବଡ଼ ଅବଦାନ ହେବ ବୋଲି ସିଙ୍ଘଭି କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ଗତବର୍ଷ ଡିସେମ୍ବରରେ ସୋନିଆ ଅସନ୍ତୁଷ୍ଟ ନେତାମାନଙ୍କୁ ଭେଟି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ୫ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଜୁନ୍‌ରେ ନୂଆ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ନେଇ ନିଷ୍ପତ୍ତି ହୋଇଥିଲା। ତୁରନ୍ତ ସାଂଗଠନିକ ନିର୍ବାଚନ ପାଇଁ ଅସନ୍ତୁଷ୍ଟମାନଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଥିଲା। ଦଳରେ ଯାହା ଘଟୁଛି ସିଡବ୍ଲ୍ୟୁସିର ଡିସେମ୍ବର ବୈଠକରେ ହୋଇଥିବା ଚୁକ୍ତିନାମାର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଦଳରେ ସଂସ୍କାର କିମ୍ବା ନିର୍ବାଚନର ସୂଚନା ଦେଖାଯାଉ ନାହିଁ ବୋଲି ଜି-୨୩ର ଜଣେ ବରିଷ୍ଠ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri