ରଙ୍ଗ ବଦଳାଉଥିବା ନୂଆ ସ୍ମାଟ୍‌ଫୋନ୍‌ ଲଞ୍ଚ କଲା ଭିଭୋ; ଦାମ ସାଙ୍ଗକୁ ସୁବିଧା ବି ମନଲୋଭା

ନୂଆଦିଲ୍ଲୀ,୫।୧: ଅଗ୍ରଣୀ ମୋବାଇଲ୍‌ କମ୍ପାନୀ ଭିଭୋ ତାର ସ୍ମାଟ୍‌ଫୋନ୍‌ ଭିଭୋ ଭି ୨୩ ୫ଜି ଏବଂ ଭିଭୋ ଭି ୨୩ ପ୍ରୋ ୫ଜିକୁ ଭାରତରେ ଲଞ୍ଚ କରିଛି। ଉଭୟ ସ୍ମାର୍ଟଫୋନର ପଛ ଭାଗରେ ଫ୍ଲୋରାଇଟ୍‌ ଏଜି ଗ୍ଲାସ ଦିଆଯାଇଛ। ଏହା ସୂର୍ଯ୍ୟ କିରଣରେ ରଙ୍ଗ ପରିବର୍ତ୍ତନ କରିଥାଏ ବୋଲି କମ୍ପାନୀ ଦାବି କରିଛି। ତେବେ ଭିଭୋ ଭି ୨୩ ୫ଜି ରେ ମେଡିଆଟେକ୍‌ ଡାଇମେନ୍‌ସିଟି ୯୨୦ ପ୍ରୋସେସର୍‌ ଏବଂ ଭିଭୋ ଭି ୨୩ ପ୍ରୋ ୫ଜିରେ ଡାଇମେନ୍‌ସିଟି ୧୨୦୦ ପ୍ରୋସେସର୍‌ ଦିଆଯାଇଛି।

ଭିଭୋ ଭି ୨୩ ୫ଜି ର ୮ଜିବି + ୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୨୯,୯୯୦ ଟଙ୍କା ଏବଂ ୧୨ଜିବି + ୨୫୬ଜିବି ଭାରିଆଣ୍ଟର ମୂଲ୍ୟ ୩୪,୯୯୦ ଟଙ୍କା ରହିଛି। ଏହା ସହିତ ଭିଭୋ ଭି ୨୩ ପ୍ରୋ ୫ଜିର ୮ଜିବି + ୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୩୮,୯୯୦ ଟଙ୍କା ଏବଂ ୧୨ଜିବି + ୨୫୬ଜିବି ଭାରିଆଣ୍ଟର ମୂଲ୍ୟ ୪୩,୯୯୦ ଟଙ୍କା ରଖାଯାଇଛି। ଏହି ଦୁଇଟି ଫୋନ ଷ୍ଟାରଡଷ୍ଟ ବ୍ଲାକ୍‌ ଏବଂ ସନ୍‌ସାଇନ ଗୋଲ୍ଡ ରଙ୍ଗ ବିକଳ୍ପରେ ବଜାର ପ୍ରବେଶ କରିଛି।

ଗ୍ରାହକମାନେ ଅନ୍‌ଲାଇନ୍‌ରେ ଅଫିସିଆଲ ୱେବସାଇଟ୍‌ ଫ୍ଲିପକାର୍ଟ ଏବଂ ଅଫଲାଇନ୍‌ ଖୁଚୁରା ଷ୍ଟୋରରୁ ସେଗୁଡିକୁ କିଣିବାକୁ ସକ୍ଷମ ହେବେ। ଭିଭୋ ଭି୨୩ ୫ଜି ଏବଂ ଭିଭୋ ଭି୨୩ ପ୍ରୋ ୫ଜି ପାଇଁ ପ୍ରି-ବୁକିଂ ଜାନୁଆରୀ ୫ ରୁ ଆରମ୍ଭ ହେବ। ସେହିଭଳି ଗ୍ରାହକମାନେ ଜାନୁଆରୀ ୧୯ ରୁ ଭି୨୩ ୫ଜି ଏବଂ ଜାନୁଆରୀ ୧୩ ରୁ ଭି୨୩ ପ୍ରୋ ୫ଜି କିଣିବାକୁ ସକ୍ଷମ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?