Posted inଖେଳ

ଚଳିତ ବର୍ଷ ଆଇପିଏଲ୍‌ର ଟାଇଟଲ୍‌ ସ୍ପନଶର ହେବ ନାହିଁ ଭିଭୋ

ନୂଆଦିଲ୍ଲୀ, ୬ା୮ (ପି.ଟି.)-ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ସହିତ ବର୍ଷକ ପାଇଁ ଆଇପିଏଲ୍‌ ଟାଇଟଲ ପାର୍ଟନରଶିପ୍‌କୁ ସସ୍‌ପେଣ୍ଡ କରିଛି। ଭିଭୋ ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସହ ସମ୍ପୃକ୍ତ ରହିବ ନାହିଁ ବୋଲି ବିସିସିଆଇ ଏକ ଧାଡ଼ିକିଆ ବିବୃତିରେ କହିଛି। ଅନ୍ୟପକ୍ଷରେ କମ୍ପାନୀ ତରଫରୁ କୁହାଯାଇଛି ବର୍ତ୍ତମାନ ପରିସ୍ଥିତିରେ ୨୦୨୦ ସିଜନ ଆଇପିଏଲ୍‌ ପାର୍ଟନରଶିପ୍‌କୁ ରୋକାଯାଇଛି। ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବର୍ଷ ପିଛା ହାରାହାରି ୪୪୦ କୋଟି ଟଙ୍କା ଏବଂ ମୋଟ ଉପରେ ୨୧୯୦କୋଟି ଟଙ୍କା ବିନିମୟରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଆଇପିଏଲ୍‌ ଟାଇଟଲ ସ୍ପନସରଶିପ୍‌ ସ୍ବତ୍ୱାଧିକାର ହାସଲ କରିଥିଲା। ଦୁଇପକ୍ଷ ଏକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ବିଚାର କରୁଛନ୍ତି। ତଦନୁସାରେ ୨୦୨୧ ଆରମ୍ଭରେ ଭିଭୋ ସଂଶୋଧିତ ସର୍ତ୍ତାବଳୀ ସହ ସାନି ୩ବର୍ଷିଆ ଚୁକ୍ତି କରିପାରେ। ହେଲେ ବିସିସିଆଇର ଜଣେ ଟପ୍‌ ଅଫିସିଆଲ ଭିନ୍ନ ମତପୋଷଣ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ଦୁଇ ପଡୋଶୀ ମଧ୍ୟରେ କୂଟନୈତିକ ଉତ୍ତେଜନା ବିଷୟରେ ଆମେ ଆଲୋଚନା କରୁଛେ। ତେଣୁ ନଭେମ୍ବରରେ ଆଇପିଏଲ୍‌ ଶେଷ ହେଲେ ଏବଂ ୨୦୨୧ ଏପ୍ରିଲରେ ପରବର୍ତ୍ତୀ ଆଇପିଏଲ୍‌ ଆରମ୍ଭ ମଧ୍ୟରେ ସାନି ଚୁକ୍ତି ବିଷୟରେ ଆଲୋଚନା କରାଯାଇପାରେ। ଇଷ୍ଟର୍ନ ଲଦାଖରେ ଚାଇନିଜ୍‌ ଓ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଦେଶରେ ଚାଇନା ବିରୋଧୀ ମନୋଭାବ ଶୀର୍ଷରେ ପହଞ୍ଚତ୍ଥିଲା। ଏଥିରେ ଭାରତର ୨୦ଜଣ ଯବାନ ଶହୀଦ ହୋଇଥିବାବେଳେ ଚାଇନା କିନ୍ତୁ ଏହାର ମୃତାହତଙ୍କ ସଂଖ୍ୟା ପ୍ରକାଶ କରି ନାହିଁ। ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ପରିସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ଭାରତରେ ବିଭିନ୍ନ ମହଲରୁ ଚାଇନିଜ୍‌ କମ୍ପାନୀ ଏବଂ ଏହାର ଉତ୍ପାଦକୁ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି। ବିସିସିଆଇ ବର୍ତ୍ତମାନ ଏହାର ସମ୍ବିଧାନ ଅନୁସାରେ ନୂଆ ଆଇପିଏଲ୍‌ ସ୍ପନସର ଲାଗି ଟେଣ୍ଡର କରିବ। କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ଏହି ବ୍ୟୟବହୁଳ ଟି୨୦ ଲିଗ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ବସିଥିଲା। ଭିଭୋ ସମେତ ଅନ୍ୟ ସମସ୍ତ ପ୍ରାୟୋଜକଙ୍କ ସହିତ ଚୁକ୍ତି କାଏମ ରହିବ ବୋଲି ଏଥିରେ ସ୍ଥିର କରାଯାଇଥିଲା। କିନ୍ତୁ ଗଲଓ୍ବାନ ଉପତ୍ୟକାରେ ଉତ୍ତେଜନା ପରେ ବିସିସିଆଇ ଜୁନ୍‌ରେ ଘୋଷଣା କରିଥିଲା ଯେ, ଆଇପିଏଲ୍‌ ସହିତ ହୋଇଥିବା ସମସ୍ତ ଚୁକ୍ତିର ସମୀକ୍ଷା ହେବ। ପରେ ରବିବାର ବୈଠକରେ ବିସିସିଆଇ ଭିଭୋକୁ ରଖିବା ଲାଗି ନିଷ୍ପତ୍ତି ନେବାପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉଭୟ ପକ୍ଷ ଆପୋସ ବୁଝାମଣା ଭିିତ୍ତିରେ ଅତିକମ୍‌ରେ ଏହି ସିଜନ ପାଇଁ ଅଲଗା ରହିବା ଲାଗି ସ୍ଥିର କରିଥିଲେ। ଅନ୍ୟପକ୍ଷରେ ଭିଭୋ ବାର୍ଷିକ ସ୍ପନସରଶିପ୍‌ର ଅଧା ୮ଟି ଫ୍ରାଞ୍ଚାଇଜକୁ ୨୭.୫ କୋଟି ଟଙ୍କା ଲେଖାଏ ବାଣ୍ଟି ଦିଆଯାଇଛି। ମାତ୍ର ନୋଟିସ ଜରିଆରେ ସ୍ବଳ୍ପ ସମୟ ମଧ୍ୟରେ ଏହି ଅର୍ଥ ଫେରାଇ ଆଣିବା ସହଜ ନୁହେଁ। ଭିଭୋର ପ୍ରସ୍ଥାନ ଯୋଗୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ପ୍ରାୟ ୧୫ କୋଟି ଟଙ୍କା ଲେଖାଏ ହରାଇ ପାରନ୍ତି। ଚଳିତ ବର୍ଷ ସମସ୍ତଙ୍କ ପାଇଁ ସମସ୍ୟା ରହିବ। ତଥାପି ଟୁର୍ନାମେଣ୍ଟ ହେବ ବୋଲି ବିସିସିଆଇ ଅଫିସିଆଲ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri