Posted inଖେଳ

ଚଳିତ ବର୍ଷ ଆଇପିଏଲ୍‌ର ଟାଇଟଲ୍‌ ସ୍ପନଶର ହେବ ନାହିଁ ଭିଭୋ

ନୂଆଦିଲ୍ଲୀ, ୬ା୮ (ପି.ଟି.)-ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ସହିତ ବର୍ଷକ ପାଇଁ ଆଇପିଏଲ୍‌ ଟାଇଟଲ ପାର୍ଟନରଶିପ୍‌କୁ ସସ୍‌ପେଣ୍ଡ କରିଛି। ଭିଭୋ ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସହ ସମ୍ପୃକ୍ତ ରହିବ ନାହିଁ ବୋଲି ବିସିସିଆଇ ଏକ ଧାଡ଼ିକିଆ ବିବୃତିରେ କହିଛି। ଅନ୍ୟପକ୍ଷରେ କମ୍ପାନୀ ତରଫରୁ କୁହାଯାଇଛି ବର୍ତ୍ତମାନ ପରିସ୍ଥିତିରେ ୨୦୨୦ ସିଜନ ଆଇପିଏଲ୍‌ ପାର୍ଟନରଶିପ୍‌କୁ ରୋକାଯାଇଛି। ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବର୍ଷ ପିଛା ହାରାହାରି ୪୪୦ କୋଟି ଟଙ୍କା ଏବଂ ମୋଟ ଉପରେ ୨୧୯୦କୋଟି ଟଙ୍କା ବିନିମୟରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଆଇପିଏଲ୍‌ ଟାଇଟଲ ସ୍ପନସରଶିପ୍‌ ସ୍ବତ୍ୱାଧିକାର ହାସଲ କରିଥିଲା। ଦୁଇପକ୍ଷ ଏକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ବିଚାର କରୁଛନ୍ତି। ତଦନୁସାରେ ୨୦୨୧ ଆରମ୍ଭରେ ଭିଭୋ ସଂଶୋଧିତ ସର୍ତ୍ତାବଳୀ ସହ ସାନି ୩ବର୍ଷିଆ ଚୁକ୍ତି କରିପାରେ। ହେଲେ ବିସିସିଆଇର ଜଣେ ଟପ୍‌ ଅଫିସିଆଲ ଭିନ୍ନ ମତପୋଷଣ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ଦୁଇ ପଡୋଶୀ ମଧ୍ୟରେ କୂଟନୈତିକ ଉତ୍ତେଜନା ବିଷୟରେ ଆମେ ଆଲୋଚନା କରୁଛେ। ତେଣୁ ନଭେମ୍ବରରେ ଆଇପିଏଲ୍‌ ଶେଷ ହେଲେ ଏବଂ ୨୦୨୧ ଏପ୍ରିଲରେ ପରବର୍ତ୍ତୀ ଆଇପିଏଲ୍‌ ଆରମ୍ଭ ମଧ୍ୟରେ ସାନି ଚୁକ୍ତି ବିଷୟରେ ଆଲୋଚନା କରାଯାଇପାରେ। ଇଷ୍ଟର୍ନ ଲଦାଖରେ ଚାଇନିଜ୍‌ ଓ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଦେଶରେ ଚାଇନା ବିରୋଧୀ ମନୋଭାବ ଶୀର୍ଷରେ ପହଞ୍ଚତ୍ଥିଲା। ଏଥିରେ ଭାରତର ୨୦ଜଣ ଯବାନ ଶହୀଦ ହୋଇଥିବାବେଳେ ଚାଇନା କିନ୍ତୁ ଏହାର ମୃତାହତଙ୍କ ସଂଖ୍ୟା ପ୍ରକାଶ କରି ନାହିଁ। ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ପରିସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ଭାରତରେ ବିଭିନ୍ନ ମହଲରୁ ଚାଇନିଜ୍‌ କମ୍ପାନୀ ଏବଂ ଏହାର ଉତ୍ପାଦକୁ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି। ବିସିସିଆଇ ବର୍ତ୍ତମାନ ଏହାର ସମ୍ବିଧାନ ଅନୁସାରେ ନୂଆ ଆଇପିଏଲ୍‌ ସ୍ପନସର ଲାଗି ଟେଣ୍ଡର କରିବ। କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ଏହି ବ୍ୟୟବହୁଳ ଟି୨୦ ଲିଗ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ବସିଥିଲା। ଭିଭୋ ସମେତ ଅନ୍ୟ ସମସ୍ତ ପ୍ରାୟୋଜକଙ୍କ ସହିତ ଚୁକ୍ତି କାଏମ ରହିବ ବୋଲି ଏଥିରେ ସ୍ଥିର କରାଯାଇଥିଲା। କିନ୍ତୁ ଗଲଓ୍ବାନ ଉପତ୍ୟକାରେ ଉତ୍ତେଜନା ପରେ ବିସିସିଆଇ ଜୁନ୍‌ରେ ଘୋଷଣା କରିଥିଲା ଯେ, ଆଇପିଏଲ୍‌ ସହିତ ହୋଇଥିବା ସମସ୍ତ ଚୁକ୍ତିର ସମୀକ୍ଷା ହେବ। ପରେ ରବିବାର ବୈଠକରେ ବିସିସିଆଇ ଭିଭୋକୁ ରଖିବା ଲାଗି ନିଷ୍ପତ୍ତି ନେବାପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉଭୟ ପକ୍ଷ ଆପୋସ ବୁଝାମଣା ଭିିତ୍ତିରେ ଅତିକମ୍‌ରେ ଏହି ସିଜନ ପାଇଁ ଅଲଗା ରହିବା ଲାଗି ସ୍ଥିର କରିଥିଲେ। ଅନ୍ୟପକ୍ଷରେ ଭିଭୋ ବାର୍ଷିକ ସ୍ପନସରଶିପ୍‌ର ଅଧା ୮ଟି ଫ୍ରାଞ୍ଚାଇଜକୁ ୨୭.୫ କୋଟି ଟଙ୍କା ଲେଖାଏ ବାଣ୍ଟି ଦିଆଯାଇଛି। ମାତ୍ର ନୋଟିସ ଜରିଆରେ ସ୍ବଳ୍ପ ସମୟ ମଧ୍ୟରେ ଏହି ଅର୍ଥ ଫେରାଇ ଆଣିବା ସହଜ ନୁହେଁ। ଭିଭୋର ପ୍ରସ୍ଥାନ ଯୋଗୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ପ୍ରାୟ ୧୫ କୋଟି ଟଙ୍କା ଲେଖାଏ ହରାଇ ପାରନ୍ତି। ଚଳିତ ବର୍ଷ ସମସ୍ତଙ୍କ ପାଇଁ ସମସ୍ୟା ରହିବ। ତଥାପି ଟୁର୍ନାମେଣ୍ଟ ହେବ ବୋଲି ବିସିସିଆଇ ଅଫିସିଆଲ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri