ଐଶ୍ଚର୍ଯ୍ୟାଙ୍କ ପାଇଁ ପ୍ରାର୍ଥନା କଲେ ପୂର୍ବତନ ପ୍ରେମିକ

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ ଓ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଭୟଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ହୋମ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ବଚ୍ଚନ ପରିବାରର ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଛି। ବଲିଉଡ ଅଭିନେତା ତଥା ଐଶ୍ଚର୍ଯ୍ୟାଙ୍କ ପୂର୍ବତନ ପ୍ରେମିକ ବିବେକ ଓବରାୟ ଟୁଇଟ୍‌ ଯୋଗେ ବଚ୍ଚନ ପରିବାରର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ। ଖୁବ୍‌ଶୀଘ୍ର ଆରୋଗ୍ୟ ଲାଭ କର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି...

କଲେଜରେ ‘ଗଦ୍ଦର’ ଗୀତରେ ନାଚିଲେ ସନ୍ନି: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟକ ସନ୍ନି ଦେଓଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ରାଜନେତା ହେବା ପରେ ନିକଟରେ ସେ ପଞ୍ଜାବର ଏକ କଲେଜରେ ପହଞ୍ଚିଥିଲେ। ସେଠାରେ...

ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !

ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍‌ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା...

‘କୁମ୍‌କୁମ୍‌ ଭାଗ୍ୟ’ ଛାଡ଼ିଲେ ଶିଖା…

ବମ୍ବେ: ଶୋ’ ଛାଡ଼ିଲେ ଶିଖା ସିଂହ। ଏକତା କପୁରଙ୍କ ଟେଲି ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’କୁ ସେ ବାଏ ବାଏ କହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ...

ଖୁବ୍‌ଶୀଘ୍ର ଦ୍ୱିତୀୟ ପାଳି ଆରମ୍ଭ କରିବେ କ୍ରିକେଟର୍‌ ହରଭଜନ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌...

ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଚମକିଲେ ନେପାଳର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା

ବମ୍ବେ: ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଜଲଓ୍ବା। ସେ ବି ଏଭଳି ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ...

ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ...

ଏୟାର ହୋସ୍‌ଟେସ ହେବେ ଶ୍ରଦ୍ଧା

ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିସାରିଛନ୍ତି। ଏବେ ତାଙ୍କୁ ରୂପେଲି ପରଦାରେ ଏୟାର ହୋସେ୍‌ଟେସ୍‌ ଚରିତ୍ରରେ...

Coronavirus Update


Archives

Model This Week

Why Dharitri