‘ମଣିପୁର ଫାଇଲ୍ସ’ ନିର୍ମାଣ କରିବାକୁ ବିବେକ ଅଗ୍ନିହୋତ୍ରୀଙ୍କୁ ୟୁଜର୍ସଙ୍କ ନିବେଦନ

ମୁମ୍ବାଇ: କାଶ୍ମୀର ଫାଇଲ୍ସ ପରି ହିଟ ମୁଭି ନିର୍ମାଣ କରିଥିବା ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ତାଙ୍କର ବେବାକ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ବିବେକ ତାଙ୍କ ୱେବ ସିରିଜ ‘ଦ କାଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ର ଟ୍ରେଲର ରିଲିଜ କରିଛନ୍ତି। ଯାହାକୁ ବହୁତ ପସନ୍ଦ କରାଯାଉଛି, ତେବେ କିଛି ଲୋକ ଏହାକୁ ସମାଲୋଚନା ବି କରୁଛନ୍ତି। ଇତିମଧ୍ୟରେ ଜଣେ ୟୁଜର ଟୁଇଟରରେ ମଣିପୁର ଫାଇଲ୍ସ ନିର୍ମାଣ କରିବାକୁ ବିବେକଙ୍କୁ ଦାବି କରିଥିଲେ। ଯାହାକୁ ବିବେକ ମଧ୍ୟ ଉତ୍ତର ଦେଇଛନ୍ତି।
ମଣିପୁରରେ ଲଜ୍ଜାଜନକ ଘଟଣା ପରେ ସମଗ୍ର ଦେଶ କ୍ରୋଧରେ ଅଛନ୍ତି। ସେଠାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇଜଣ ମହିଳା ବିନା ପୋଷାକରେ ପରେଡ କରୁଛନ୍ତି। ଯାହା ପରେ ସମସ୍ତେ ଏହାକୁ ନିନ୍ଦା କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ପାଇଁ କଠୋର ଦଣ୍ଡ ଦାବି କରୁଛନ୍ତି।
ଜଣେ ୟୁଜର ବିବେକ ଅଗ୍ନିହୋଟ୍ରିଙ୍କୁ ଲେଖିଥିଲେ- ‘ସମୟ ନଷ୍ଟ କର ନାହିଁ, ଯାଅ ଏବଂ ମଣିପୁର ଫାଇଲ୍ସ ଚଳଚ୍ଚିତ୍ର କର ଯଦି ତୁମେ ଜଣେ ପୁରୁଷ।’ ବିବେକ ଏହି ୟୁଜର୍ସଙ୍କୁ ଉତ୍ତର ଦେଇ ଲେଖିଛନ୍ତି- ‘ମୋ ଉପରେ ଏତେ ବିଶ୍ୱାସ ଦେଖାଇଥିବାରୁ ଧନ୍ୟବାଦ, କିନ୍ତୁ ତୁମେ ମୋ ଦ୍ୱାରା ସମସ୍ତ ମୁଭି ନିର୍ମାଣ କରିବ କି ବୋଲି ବିବେକ ଉକ୍ତ ୟୁଜରଙ୍କୁ ପ୍ରଶ୍ନ କରିଥିଲେ। ଏହାସହ ବିବେକ ଆହୁରି ମଧ୍ୟ କହିଥିଲେ ତୁମର ‘ଟିମ ଇଣ୍ଡିଆ’ରେ କୌଣସି ପୁରୁଷ ନିର୍ମାତା ନାହାଁନ୍ତି କି ବୋଲି ସେ ପ୍ରଶ୍ନ ବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri