୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ ହୋଇଯାଇଛି। ଏହି ଘଟଣା ଜାଣିବା ପରେ ଜିଲାପାଳ ସି କାଥିରାଭାନ ବ୍ୟକ୍ତିଗତ ପାଣ୍ଠିରୁ ୨୫,୦୦୦ଟଙ୍କା ଦେଇ ତାଙ୍କୁ ସାହାଯ୍ୟ କରିଥିଲେ।
ସୂଚନାଯୋଗ୍ୟ, ଇରୋଡ ଜିଲାର ସୂଦୂର ପୋଠିଆ ମୋପାନୁର ଗ୍ରାମରେ ରହୁଥିବା ସୋମୁ (୫୮) ଦାବି କରିଛନ୍ତି ଯେ, ୨୦୧୬ ନଭେମ୍ବରରେ ହୋଇଥିବା ବିମୁଦ୍ରୀକରଣ ବିଷୟରେ ସେ ଗତ ଶୁକ୍ରବାର ଜାଣିବାକୁ ପାଇଥିଲେ। ଏହା ଜାଣି ସ୍ତ୍ରୀ ପାଲାନିୟାମଲଙ୍କ ସହ ନିଜ ସଞ୍ଚୟ ଅର୍ଥ ଧରି ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ। ସେ ଏବଂ ତାଙ୍କ ସ୍ତ୍ରୀ ଦଶ ବର୍ଷରୁ ଅଧିକ ସମୟ ଧରି ନିକଟସ୍ଥ ଆନ୍ଥିୟୁର ଏବଂ ଆସପା ଅଞ୍ଚଳରେ ଧୂପକାଠି ଏବଂ କ୍ୟାମ୍ପୋର ବିକ୍ରି କରି ଏହି ସଞ୍ଚୟ କରିଥିଲେ। ପ୍ରତି ସପ୍ତାହରେ ସେ ମାଆଙ୍କୁ କିଛି ଟଙ୍କା ଦେଉଥିଲେ, ଯାହାକୁ ସେ ମଧ୍ୟ ସଞ୍ଚୟ କରୁଥିଲେ।
ସୋମୁ କହିଛନ୍ତି ଯେ ଆମ ତିନିଜଣ ଜାଣି ନ ଥିଲୁ ୧୦୦୦ ଏବଂ ୫୦୦ ନୋଟଗୁଡିକ ବନ୍ଦ ହୋଇଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କୁ ଏକ ସ୍ମାରକପତ୍ର ପଠାଇ ତାଙ୍କୁ ସାହାଯ୍ୟ ମାଗିଛନ୍ତି। ଏହି ମାମଲା ଆସିବା ପରେ ଜିଲାପାଳ ନିଜେ ଆସି ତାଙ୍କୁ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୨ ବର୍ଷ ତଳେ ଚାଇନା କରିଥିଲା ଏହି ଭୁଲ୍‌, ମରିଥିଲେ କୋଟିକୋଟି ଲୋକ

ବେଜିଂ: ଇତିହାସରେ ଅନେକେ ଭୟଙ୍କର ଏବଂ ଦୁଃଖଦାୟକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୬୨ ବର୍ଷ ତଳେ...

ଭାରତରେ ଓମିକ୍ରନ୍‌ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…

ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍‌ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ...

ଛତିଶଗଡ଼ ଏନ୍‌କାଉଣ୍ଟର: ଜଣେ ସବ୍‌ ଇନ୍ସପେକ୍ଟର ଶହୀଦ, ୪ ମାଓବାଦୀ ମୃତ

ରାଜନନ୍ଦଗାଁ,୯।୫: ଛତିଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ରାଜନନ୍ଦଗାଁ ଜିଲାରେ ଶନିବାର ସୁରକ୍ଷା କର୍ମୀ ଓ ମାଓମାବଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୧୪ ମୃତ, ୨୫ ଆହତ

ଫିରୋଜାବାଦ,୧୪।୨(ପି.ଟି.):ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଏକ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡ଼ାହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣ ଆହତ...

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

ଗୌହାଟୀ,୨୩।୧୧-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇଙ୍କ ସୋମବାର ପରଲୋକ ହୋଇଯାଇଛି। ଗୌହାଟୀସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ...

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮...

ମମତାଙ୍କ ବିରୋଧରେ ପୁଣି ଗର୍ଜିଲା ଭାଜପା, ଗିରଫ ହେଲେ ଶୁଭେନ୍ଦୁ

କୋଲକାତା,୧୩ ।୯: ପଶ୍ଚିମ ବଙ୍ଗ ରାଜନୀତି ପୁଣିଥରେ ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ମମତା ବାନାର୍ଜୀଙ୍କ ଗୁମର ଖୋଲିଛି । ପ୍ରଦେଶ...

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨।୩: ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ଯ୍ୟନ୍ତ ଆଗୁଆ ଅଛି। ସେହିପରି...

Advertisement
Archives

Model This Week