ଭିସ୍ତାରା ଦେବ ଅନ୍‌ବୋର୍ଡ ଓ୍ବାଇଫାଇ ସେବା

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ ବିମାନ ସେବା ଯୋଗାଣକାରୀ କମ୍ପାନୀ ଭାବେ ଭିସ୍ତାରା ଏହାର ବିମାନ ଯାତ୍ରୀଙ୍କୁ ଅନ୍‌ବୋର୍ଡ ଓ୍ବାଇଫାଇ ସେବା ପ୍ରଦାନ କରିବ। ସେପ୍ଟେମ୍ବର ୧୮ଠାରୁ ବିମାନଯାତ୍ରୀ ଏହି ସେବା ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀ ଏହାର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନରେ ପ୍ରଥମେ ଏହି ସେବା ଦେବାକୁ ଯାଉଛି। ଏହି ବିମାନ ସେବା ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଉପଲବ୍ଧ ହେଉଛି। ନିର୍ଦ୍ଦିଷ୍ଟ ସମୟ ଲାଗି ଭିସ୍ତାରା ଗ୍ରାହକଙ୍କ ଲାଗି ଏହି ସେବାକୁ ମାଗଣା ରଖିଛି। ଉକ୍ତ ସେବାକୁ କମ୍ପାନୀ ଏୟାରବସ୍‌ ଏ ୩୨୧ ନିଓ ଏୟାରକ୍ରାଫ୍ଟରେ ଶୀଘ୍ର ଆରମ୍ଭ କରିବା ନେଇ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ମୁଖ୍ୟ କମର୍ସିଆଲ ଅଧିକାରୀ ବିନୋଦ କାନନ କହିଛନ୍ତି ଯେ, ଏଭଳି ସେବା ଆରମ୍ଭକରି ଅତ୍ୟନ୍ତ ଖୁସି। ବିମାନଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନ୍‌ବୋର୍ଡ ସେବା ଯୋଗାଣ ଲାଗି ପ୍ରୟାସ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ...

ସ୍ବାଭାବିକ ହେଉଛି ପେଟ୍ରୋଲ ବିକ୍ରି

ନୂଆଦିଲ୍ଲୀ, ୨।୮:  କୋଭିଡ୍‌ କଟକଣା କୋହଳ ହେଉଥିବାରୁ ବଜାର ବର୍ତ୍ତମାନ ପୁଣିଥରେ ଚଳଚଞ୍ଚଳ ହେଉଛି। ଜୁଲାଇରେ ତେଲ ଚାହିଦା ବଢ଼ିଛି। ଫଳରେ ପେଟ୍ରୋଲ ବ୍ୟବହାର କୋଭିଡ୍‌...

୧୦୦ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବ ‘ଇଣ୍ଡିଗୋ’

ନୂଆଦିଲ୍ଲୀ,୨୭ା୩: ଗ୍ରୀଷ୍ମକାଳୀନ ଅବଧି ପାଇଁ ଦେଶର ପ୍ରମୁଖ ଏୟାରଲାଇନ୍‌ ସଂସ୍ଥା ‘ଇଣ୍ଡିଗୋ’ ଦେଶର ପ୍ରମୁଖ ଘରୋଇ ମେଟ୍ରୋ ସହର ଏବଂ ଆଞ୍ଚଳିକ କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ...

ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର...

କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍‌ ବିଲ୍‌ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...

ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର

ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍‌ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା...

୨.୨ ବିଲିୟନ ସହାୟତା ଦେବ ଏଡିବି

ନୂଆଦିଲ୍ଲୀ,୧୧।୪: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୨.୨ (ପ୍ରାୟ ୧୬ ହଜାର କୋଟି) ବିଲିୟନ ଡଲାରର ଋଣ ସହାୟତା ପ୍ରଦାନ କରିବ। କୋଭିଡ୍‌-୧୯ ବିରୋଧୀ ଲଢ଼େଇ...

୨୨% ଗାର୍ମେଣ୍ଟ ୟୁନିଟ୍‌ ଖୋଲିଛି

ନୂଆଦିଲ୍ଲୀ,୬।୬: କରୋନା ସଂକ୍ରମଣ ଜନିତ ସମସ୍ୟାରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲକ୍‌ଡାଉନ ଜାରି କରିବା...

Advertisement
Archives

Model This Week