ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୦ା୯: ନୂତନ ଏସ୍‌ଓପି ଅନୁସାରେ ଏଣିକି ଶନିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସାନିଟାଇଜ ପାଇଁ କେବଳ ରବିବାର ଦର୍ଶନ ବନ୍ଦ ରହିବ। ଏହି ନୂଆ ଏସ୍‌ଓପି ଆସନ୍ତା ୧୩ ତାରିଖଠାରୁ ଲାଗୁ ହେବ। ତେବେ ପୁରୁଣା ଏସ୍‌ଓପି ଅନୁଯାୟୀ ଶୁକ୍ରବାର ୧୦ ତାରିଖରେ ଗଣେଶ ପୂଜା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ୧୧ ତାରିଖ ଶନିବାର ଓ ୧୨ ତାରିଖ ରବିବାର ଶ୍ରୀମନ୍ଦିର ପରିସର ବିଶୋଧନ ନିମନ୍ତେ ମଧ୍ୟ ଦର୍ଶନ ବନ୍ଦ ରହିବ। ନୂଆ ଏସ୍‌ଓପି ଅନୁଯାୟୀ ୧୩ ତାରିଖ ସୋମବାରଠାରୁ ପ୍ରତ୍ୟହ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିହେବ। ମାତ୍ର ସ୍ବତନ୍ତ୍ର ପର୍ବପର୍ବାଣିରେ ଅତ୍ୟଧିକ ଗହଳି ସମ୍ଭାବନା ଏବଂ କୋଭିଡ୍‌ ସଂକ୍ରମଣ ଆଶଙ୍କାରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share