Posted inଫୁରସତ

ବୁଲିଯାଆନ୍ତୁ ‘ମାତା ମନସା ଦେବୀ ମନ୍ଦିର’

ମନସା ଦେବୀଙ୍କୁ ସମର୍ପିତ ଏହି ମନ୍ଦିରଟି ହରିୟାଣାର ଏକ ପ୍ରମୁଖ ଦେବୀ ମନ୍ଦିର। ମା’ଙ୍କ ମହିମା ସାଙ୍ଗକୁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ପ୍ରାୟତଃ ଏଠାରେ ଆଗନ୍ତୁକଙ୍କର ଭିଡ଼ ପରିଲକ୍ଷିତ ହୁଏ…

ହରିୟାଣାର ପଞ୍ଚକୁଲା ଜିଲା ଅନ୍ତର୍ଗତ ବିଳାସପୁର ନାମକ ଏକ ଗାଁ ନିକଟରେ ରହିଛି ମାତା ମନସା ଦେବୀଙ୍କ ମନ୍ଦିର। ମନସା ଦେବୀଙ୍କୁ ସମର୍ପିତ ଏହି ମନ୍ଦିରଟି ଉତ୍ତର ଭାରତର ଏକ ପ୍ରମୁଖ ଶକ୍ତି ମନ୍ଦିର ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ପ୍ରାୟ ୧୦୦ ଏକର ପରିସୀମା ବିଶିଷ୍ଟ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଆଧ୍ୟାତ୍ମିକ ପୀଠଟିର ଆକର୍ଷଣୀୟ ପ୍ରାକୃତିକ ପରିବେଶ ତଥା ଶାନ୍ତ ବାତାବରଣ ଭକ୍ତଗଣଙ୍କ ସମେତ ଶାନ୍ତିପ୍ରିୟ ପର୍ଯ୍ୟଟକଙ୍କୁ ବି ଖୁବ୍‌ ଆକୃଷ୍ଟ କରିଥାଏ।

ଇତିହାସ
ଇତିହାସ ପୃ୍‌ଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ମନ୍ଦିରର ନିର୍ମାଣ କୁଆଡ଼େ ମଣି ମାଜରାର ମହାରାଜା ଗୋପାଳ ଦାସ ସିଂଙ୍କ ଦ୍ୱାରା ୧୮୧୧ରୁ ୧୮୧୫ ମସିହା ଭିତରେ କରାଯାଇଥିଲା। କିନ୍ତୁ ସମୟକ୍ରମେ ଏହି ମନ୍ଦିରର ରକ୍ଷଣାବେକ୍ଷଣକୁ ନେଇ ଏକ ବୋର୍ଡ କମିଟି ଗଠନ କରାଯାଇଥିଲା। ଆଉ ସେବେଠାରୁ ଏହି କମିଟି ମନ୍ଦିରର ସବୁ ଭଲମନ୍ଦ କଥା ବୁଝି ଆସୁଛି।

ବାସ୍ତୁକଳା
ମାତା ମନସା ଦେବୀଙ୍କ ମନ୍ଦିରର ବାସ୍ତୁକଳା ବି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ଏହି ମନ୍ଦିରର କାନ୍ଥ ଓ ଛାତରେ ହୋଇଥିବା ହାଲୁକା ପୁଷ୍ପ ଡିଜାଇନ୍‌ ବେଶ୍‌ ଆଖିଦୃଶିଆ ଲାଗେ। ଏଠାରେ ପୂଜା ପାଉଥିବା ମନସା ଦେବୀ ଖୁବ୍‌ ପ୍ରତ୍ୟକ୍ଷା। ତେଣୁ ନିଜ ନିଜର ମନୋସ୍କାମନା ପୂରଣ କରିବା ପାଇଁ ଏଠାକୁ ଭକ୍ତଗଣ ଧାଇଁ ଆସିଥାନ୍ତି। ତେବେ ଏହି ମନ୍ଦିରରେ ମାତା ମନସା ଦେବୀଙ୍କ ବ୍ୟତୀତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଆସ୍ଥାନର ବ୍ୟବସ୍ଥା ରହିଛି।

ନବରାତ୍ରି ମେଳା
ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ନବରାତ୍ରି ମେଳା, ଯାହା ବର୍ଷରେ ଦୁଇଥର ଏଠାରେ ପାଳନ କରାଯିବାର ବିଧି ରହିଛି। ଗୋଟେ ହେଉଛି ଚୈତ୍ର ମାସରେ ଅନ୍ୟଟି ହେଉଛି ଆଶ୍ୱିନ ମାସରେ। ଏହି ଦୁଇ ନବରାତ୍ରି ସମୟରେ ଏଠାରେ ବିଶେଷ ପୂଜାପାଠ ତଥା ମେଳା ମହୋତ୍ସବର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଆଗନ୍ତୁକମାନେ ଏଠାକୁ ଆସିଥାନ୍ତି। କେବଳ ସେତିକି ନୁହେଁ, ଦଶହରା ପୂଜା ବି ଏଠାରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହି ଅବସରରେ ମା’ଙ୍କର ସ୍ବତନ୍ତ୍ର ବେଶଭୂଷା ଦେଖିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ନବରାତ୍ରି ସମୟରେ ଏଠାକୁ ବୁଲିଗଲେ କିଛିଟା ଭିନ୍ନ ଅନୁଭୂତି ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ଏହି ମନ୍ଦିରର ନିକଟତମ ମୁଖ୍ୟ ବିମାନବନ୍ଦର ଓ ରେଳପଥ ହେଉଛି ଚଣ୍ଡିଗଡ଼।

କିଛି ଜାଣିବା କଥା
* ଭକ୍ତଗଣଙ୍କ ଦର୍ଶନ ନିମନ୍ତେ ମା’ଙ୍କର ଏହି ମନ୍ଦିରଟି ଭୋର୍‌ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିଥାଏ। କିନ୍ତୁ ନବରାତ୍ରି ସମୟରେ ଦର୍ଶକଙ୍କ ଭିଡ଼କୁ ଦେଖି ଦର୍ଶନ ସମୟକୁ ଟିକେ ବଢ଼ାଇ ଦିଆଯାଇଥାଏ।

* ଦର୍ଶନ ନିମନ୍ତେ ପ୍ରବେଶ ଶୁଳ୍କ ଏଠାରେ ପଡ଼େନାହିଁ।

* କିନ୍ତୁ ଗହଳି ସମୟରେ ଏଠାରେ ପକେଟ୍‌ମାର୍‌ ହେବାର ସମ୍ଭାବନା ଥାଏ। ତେଣୁ ନିଜ ଜିନିଷ ପ୍ରତି ସତର୍କ ରହିବା ଜରୁରୀ।

* ଯଦି ଏଠାରେ କୌଣସି ଭକ୍ତ ଦିନେ ଦୁଇଦିନ ରହିବାକୁ ଚାହାନ୍ତି, ତା’ହେଲେ ଏଠାରେ ସ୍ବତନ୍ତ୍ର ପର୍ଯ୍ୟଟକ ବିଶ୍ରାମ ଗୃହର ମଧ୍ୟ ବ୍ୟବସ୍ଥା ରହିଛି।

ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ମାତା ମନସା ଦେବୀଙ୍କ ମନ୍ଦିରର ନିକଟବର୍ତ୍ତୀ ଅଞ୍ଚଳରେ ଆଉ କିଛିଟା ଦର୍ଶନୀୟ ସ୍ଥାନ ବି ରହିଛି। ଯେମିତିକି: କାକ୍‌ଟସ୍‌ ଗାର୍ଡେନ, ମୋର୍‌ନି ହିଲ୍ସ, ରାମଗଡ଼ ଦୁର୍ଗ, ନାଡ଼ା ସାହିବ ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri