ବଲାଙ୍ଗୀର,୧୭।୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ବୁଧବାର ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ନୂତନ ବସ ଟର୍ମିନାଲଠାରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆୟୋଜିତ ଏହି ପୂଜାରେ ସଂଘର ସଭାପତି ଦୁର୍ଗା ବେହେରା, ସମ୍ପାଦକ ଚଗଲା ପରିଚ୍ଛା, ଉପସଭାପତି ଲିକୁନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଶିବଶଙ୍କର ପଟେଲ, ସହ ସମ୍ପାଦକ ଶଙ୍କର ପଟ୍ଟନାୟକ ଓ ଅନ୍ୟାନ୍ୟ ବସ ମାଲିକମାନେ ଉପସ୍ଥିତ ଥିଲେ। ପୂଜାରେ ପଣ୍ଡିତ ନବୀନ ହୋତା ପୂଜକ ଭାବେ ଏବଂ ଚଗଲା ପରିଚ୍ଛା ଓ ଲିକୁନ୍ ଆଚାର୍ଯ୍ୟ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।


