ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ ଏସ୍ପି ଅଭିଳାଷ ଜି ଖବରଦାତା ସମ୍ମିଳନୀ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି । ବିଜୁ ସେଠଙ୍କୁ ଗିରଫ କରିବା ପରେ ହତ୍ୟା ପଛର କାରଣ ସାମ୍ନାକୁ ଆସିଛି ।
ଗତ ୧୩ ତାରିଖ ରାତିରେ ବଲାଙ୍ଗୀ ସହର ଉପକଣ୍ଠ ବିଷ୍ଣୁମୁଣ୍ଡା ଗାଁର ପାନଦୋକାନୀ ମନୋଜ ନାଏକଙ୍କୁ ହତ୍ୟା କରାଯାଇଥିଲା । ଲାଇନ ନ ଥିବା ସମୟରେ ଏହାର ସୁଯୋଗ ନେଇ ପୋଲ ଉପରେ ବସିଥିବା ମନୋଜଙ୍କୁ ଜଣେ ଯୁବକ ଟାଙ୍ଗିଆରେ ହତ୍ୟା କରିଥିଲେ । ତେବେ ଅଭିଯୁକ୍ତ ଜଣକ ସେହି ଦିନୁଠାରୁ ଫେରାରଥେିଲେ। ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।
ସୂଚାଯୋଗ୍ୟ, ବିଜୁ ଓ ତାଙ୍କ ପରିବାର ସହ ମନୋଜଙ୍କ ପୂର୍ବରୁ ଶତ୍ରୁତା ଥିଲା। କିଛି ମାସ ପୂର୍ବରୁ ବିଜୁ ଓ ମନୋଜ ସହ ଝଗଡ଼ା ହୋଇଥଲା । ବିଜୁ ଜେଲ ଯାଇଥିଲେ। ସେଇ ରାଗ ରଖି ମନୋଜକୁ ହତ୍ୟା କରିଥିବା ଏସ୍ପି ଅଭିଳାଷ ଜି ସୂଚନା ଦେଇଛନ୍ତି l ମଙ୍ଗଳବାର ସିନ ରିକ୍ରେଶନ କଲା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।