Posted inଖେଳ

ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼…

ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍‌ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି।

ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଦେଇଛନ୍ତି।

ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର ସହ ସେ ଫଟୋ ଶେୟାର କରିଥାନ୍ତି। ଗତ ବର୍ଷ ଦୀପାବଳି ଅବସରରେ ସେ ମା’ ଏବଂ ବଡ଼ ପୁଅ ଆର୍ଯ୍ୟବୀରଙ୍କ ସହ ଫଟୋ ଶେୟାର କରିଥିଲେ। ସେଥିରେ ପତ୍ନୀ ଆରତୀ ଏବଂ ସାନ ପୁଅ ବେଦାନ୍ତ ନଜର ଆସି ନ ଥିଲା। ଏହାପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଥିଲା। ଏବେ ଆରତୀ ସେହ୍ବାଗଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ବଢ଼ିଛି। ହେଲେ ଦୁହିଁଙ୍କ ପକ୍ଷରୁ କୌଣସି ଆଧିକାରୀକ ବୟାନ ଆସିନାହିଁ।

କହିରଖୁଛୁ, ପୂର୍ବରୁ କିଛି କ୍ରିକେଟର ପତ୍ନୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଗତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟେନକୋଭିକ୍‌ଙ୍କଠାରୁ ଅଲଗା ହୋଇଥିଲେ। ଏହାବ୍ୟତିତ ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଏବେ ବି ଖବରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri