Posted inଖେଳ

ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ…

ନୂଆଦିଲ୍ଲୀ,୨।୧: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଚର୍ଚ୍ଚାରେ ଅଛନ୍ତି। ଏହା ପଛରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ନୁହେଁ ବରଂ ବିବାଦ ଏବଂ ଝଗଡ଼ା ରହିଛି। ମେଲବର୍ନ ଟେଷ୍ଟ ସମୟରେ ତାଙ୍କୁ ନେଇ ବିବାଦ ବଢ଼ିଥିଲା। ପ୍ରଥମେ ଅଷ୍ଟ୍ରେଲିଆର ରିପୋର୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ମଇଦାନରେ ସେ ୧୯ ବର୍ଷୀୟ ଯୁବ ଓପନର ସାମ୍‌ କନଷ୍ଟସ୍‌ଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ଟାର୍ଗେଟ କରିଥିଲା। ପରେ ଆଇସିସି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏସବୁ ଘଟଣା ଦେଖି ଅଷ୍ଟ୍ରେଲିୟ ଭେଟେରାନ ଏରୋନ ଫିଞ୍ଚ ଚମକାଇବା ଭଳି ବୟାନ ଦେଇଛନ୍ତି। ବିରାଟ ଜାଣିଶୁଣି ଝଗଡ଼ା କରିବାର ଚେଷ୍ଟା କରୁଥିବା ସେ କହିଛନ୍ତି।

ଆରାଉଣ୍ଡ ଦ ଉଇକେଟ ପୋଷ୍ଟକାଷ୍ଟରେ ଫିଞ୍ଚ ବିରାଟଙ୍କ ସହ ଜଡ଼ିତ ବିବାଦର ତର୍ଜମା କରିଥିଲେ। ସେ କହିଥିଲେ ଯେ, ବିରାଟ ଏଭଳି ଜଣେ ଖେଳାଳି, ଯିଏ ସର୍ବଦା ଚାପରେ ଥାଇ ବି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଦେଖି ଏଭଳି ଲାଗୁଛି ଯେ ସେ ଜାଣିଶୁଣି ନିଜକୁ ଏଭଳି ଜିନିଷରେ ଫସାଉଛନ୍ତି ଏବଂ ନିଜକୁ ଜଣେ ବିରୋଧୀ ଭାବେ ଗଢ଼ି ତୋଳୁଛନ୍ତି। କାରଣ ଯେତେବେଳେ କେହି ତାଙ୍କ ବିରୋଧରେ ଛିଡ଼ା ହୁଏ ଏବଂ ଚାପରେ ରୁହେ, ସେତେବେଳେ ହିଁ ସେ ନିଜର ଦକ୍ଷତା ଦେଖାଇ ପାରିଥାନ୍ତି। ଅଷ୍ଟ୍ରେଲିୟ ଭେଟେରାନ କହିଛନ୍ତି ଯେ ବିରାଟ ଚାହୁଁଛନ୍ତି ଯେ ଲୋକେ ତାଙ୍କୁ ଅନୁଭବ କରାନ୍ତୁ ଯେ ଏହି ସିରିଜରେ ତାଙ୍କର ସର୍ବଶ୍ରେଷ୍ଠ ଦେଖିବାକୁ ମିଳିନାହିଁ।

କହିରଖୁଛୁ, କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରି ଆସିଛନ୍ତି। ତାଙ୍କ ଅଙ୍କ ହେଉଛି ଏହାର ପ୍ରମାଣ। ହେଲେ ସେ ଏଯାବତ ନିଜର ପୁରୁଣା ଢ଼ଙ୍ଗରେ ଖେଳୁଥିବା ନଜର ଆସିନାହାନ୍ତି। ପର୍ଥୋର ଟେଷ୍ଟରେ ଶତକ ଲଗାଇବା ପରେ କୋହଲି କୌଣସି ବଡ଼ ଇନିଂସ ଖେଲିପାରିନାହାନ୍ତି। ୨୦୨୪ରେ ତାଙ୍କ ପ୍ରଦର୍ଶନ ଦେଖିଲେ ସେ ୧୯ ଇନିଂସରେ ୨୪.୫୨ ଅନୁପାତରେ ମତ୍ର ୪୧୭ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?