Posted inଖେଳ

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ଟି ମହାରାଜା ସିଂ ପିସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପରେ ତୁରନ୍ତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ ଆରମ୍ଭ ହେବ । ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଦିନିକିଆ ଖେଳାଳିମାନଙ୍କୁ ଅଭ୍ୟାସ ଶିବିର ପାଇଁ ନିମନ୍ତ୍ରଣ ପଠାଯାଇଛି ।
ସୂଚନା ଅନୁଯାୟୀ, ଦିନିକିଆ ଦଳର ପ୍ରମୁଖ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କୁ ଜୁନ ୯ ତାରିଖ ସୁଦ୍ଧା ନୂଆ ଚଣ୍ଡୀଗଡ଼ ଡକାଯାଇଛି । ସେଠାରେ ଜୁନ ୯ ରୁ ୧୧ ପର୍ଯ୍ୟନ୍ତ ଏକ ସୱତନ୍ତ୍ର ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ ଏବଂ ଏହା ପରେ ଦଳ ପ୍ରଥମ ଦିନିକିଆ ପାଇଁ ଧର୍ମଶାଳା ଯାତ୍ରା କରିବ ।
ମଜାଦାର କଥା ହେଉଛି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଜୁନ ୬ ରୁ ୧୦ ପର୍ଯ୍ୟନ୍ତ ଚାଲିବ, କିନ୍ତୁ ଅନ୍ୟପଟେ ଦିନିକିଆ ଖେଳାଳିଙ୍କ ପ୍ରସ୍ତୁତି ଜୁନ ୯ ରୁ ଆରମ୍ଭ ହୋଇଯିବ । ଏଥିପାଇଁ ଭାରତୀୟ ସପୋର୍ଟ ଷ୍ଟାଫ ଏକ ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଯେଉଁ ଖେଳାଳିମାନେ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ ଅଛନ୍ତି, ସେମାନଙ୍କ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି।
ତେବେ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ପାଲଟିଛି ଚଣ୍ଡୀଗଡ଼ର ପ୍ରବଳ ଗରମ। ସେଠାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାରୁ, ଆଇପିଏଲ୍‌ ପରେ ଏତେ ଗରମରେ ଖେଳିବା ବିଶେଷ କରି ବୋଲରମାନଙ୍କ ପାଇଁ କଷ୍ଟକର ହେବ । ଏହି କାରଣରୁ ଦଳ ସହ ୫ ରୁ ୬ ଜଣ ନେଟ ବୋଲରଙ୍କୁ ଯୋଡ଼ାଯାଇଛି । ଆକିବ ନବୀ, ଜୀଶାନ ଅନସାରୀ, ସାରାଂଶ ଜୈନ, ଶିବାଙ୍ଗ କୁମାର ଏବଂ ମୟଙ୍କ ଯାଦବ ପ୍ରମୁଖ ଭାରତୀୟ ବ୍ୟାଟରମାନଙ୍କୁ ନେଟ୍ସରେ ଅଭ୍ୟାସ କରାଇବେ ।
ଏହି ସିରିଜ୍‌ରେ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ସେ ବେଙ୍ଗାଲୁରୁର ‘ସେଣ୍ଟର ଅଫ ଏକ୍ସଲେନ୍ସ’ (CoE)ରେ ଅଛନ୍ତି । ସେ ଫିଟ୍‌ନେସ ଟେଷ୍ଟ ପାସ କରିବା ପରେ ହିଁ ଦିନିକିଆ ସିରିଜ ଖେଳିବେ।
ଅନ୍ୟପଟେ, ରନ-ମେଶିନ ବିରାଟ କୋହଲି ଚମତ୍କାର ଫର୍ମରେ ଅଛନ୍ତି । ଆଇପିଏଲ୍‌ ୨୦୨୬ରେ ସେ ୧୬ ଇନିଂସରୁ ୬୭୫ ରନ ସଂଗ୍ରହ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ କରାଇଛନ୍ତି । ଯଦି ଦିନିକିଆ ସିରିଜ୍‌ରେ ମଧ୍ୟ ତାଙ୍କ ବ୍ୟାଟ ଏମିତି ଚାଲେ, ତେବେ ୨୦୨୭ ବିଶ୍ୱକପ ପାଇଁ ତାଙ୍କର ଦାବିଦାରୀ ଆହୁରି ମଜବୁତ ହେବ ।
ମ୍ୟାଚ୍ ତାରିଖ ସ୍ଥାନ ସମୟ (IST)
ଏକମାତ୍ର ଟେଷ୍ଟ ଜୁନ୍ ୦୬ – ୧୦ ନୂଆ ଚଣ୍ଡୀଗଡ଼ ସକାଳ ୦୯:୩୦
୧ମ ଦିନିକିଆ (ODI) ଜୁନ୍ ୧୩ ଧର୍ମଶାଳା ଅପରାହ୍ନ ୦୧:୩୦
୨ୟ ଦିନିକିଆ (ODI) ଜୁନ୍ ୧୭ ଲକ୍ଷ୍ନୌ ଅପରାହ୍ନ ୦୧:୩୦
୩ୟ ଦିନିକିଆ (ODI) ଜୁନ୍ ୨୦ ଚେନ୍ନାଇ ଅପରାହ୍ନ ୦୧:୩୦
ଭାରତର ଦିନିକିଆ (ODI)ସ୍କ୍ବାର୍ଡ:
ଶୁବମନ ଗିଲ(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ସହ-ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, କେ.ଏଲ୍‌. ରାହୁଲ (ଉଇକେଟକିପର), ଈଶାନ କିଷାନ (ଉଇକେଟକିପର), ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଏବଂ ହର୍ଷ ଦୁବେ
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?