Posted inଖେଳ

ଟିମ ଇଣ୍ଡିଆର ସବୁ ଖେଳାଳି ପାସ୍‌ କଲେ ୟୋ-ୟୋ ଟେଷ୍ଟ

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପୂର୍ବରୁ ବେଙ୍ଗାଲୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଅଗଷ୍ଟ ୨୪ରୁ ଭାରତୀୟ ଖେଳାଳି ୬ ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଛ। ଏହି କ୍ୟାମ୍ପର ପ୍ରଥମ ଦିନରେ, ଆଗାମୀ ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୭ ଜଣିଆ ଦଳରେ ଅନ୍ତର୍ଭୁକ୍ତ ଖେଳାଳିଙ୍କ ଫିଟ୍‌ନେସ ଟେଷ୍ଟ ନିଆଯାଇଥିଲା, ଯେଉଁଥିରେ ଲୋକେଶ ରାହୁଲଙ୍କ ବ୍ୟତୀତ ସମସ୍ତେ ସାମିଲ ଥିଲେ। ଦଳର ସମସ୍ତ ଖେଳାଳି ୟୋ-ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବିରାଟ କୋହଲି ୧୭.୨ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି।

ବିସିସିଆଇ ପକ୍ଷରୁ ୟୋ-ୟୋ ଟେଷ୍ଟ ପାସ୍‌ କରିବା ପାଇଁ ଯେଉଁ ମାନକ ନିଶ୍ଚିତ କରାଯାଇଛି ତାହା ଅନୁଯାୟୀ, ଜଣେ ଖେଳାଳିଙ୍କୁ ୧୬.୫ ପଏଣ୍ଟ ହାସଲ କରିବାକୁ ପଡିବ। ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ୟୋ-ୟୋ ପରୀକ୍ଷାରେ ପାସ୍‌ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସମସ୍ତେ ଫିଟ୍‌ନେସ ଟେଷ୍ଟରେ ସଫଳ ହୋଇଛନ୍ତି ଏବଂ ଖୁବ ଶୀଘ୍ର ରିପୋର୍ଟ ବିସିସିଆଇକୁ ପଠାଯିବ। ଯସପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣା, ସଞ୍ଜୁ ସାମସନ ଏବଂ ତିଳକ ବର୍ମା ୨୫ ଅଗଷ୍ଟରେ ଏହି କ୍ୟାମ୍ପରେ ଯୋଗଦେବେ ବୋଲି ଆଶା କରାଯାଉଛି। ତେବେ ଏହି ସବୁ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ନିଆଯିବ ନାହିଁ।

ଏହି ସମସ୍ତ ଖେଳାଳି ଆୟର୍ଲାଣ୍ଡ ବିପକ୍ଷରେ ଶେଷ ହୋଇଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳର ଅଂଶ ହୋଇଥିଲେ। ଏହି କଣ୍ଡିସନଙ୍ଗ୍‌ର କ୍ୟାମ୍ପର ପ୍ରଥମ ଦିନରେ ସମସ୍ତ ଖେଳାଳିଙ୍କ ଫିଟନେସ ପରୀକ୍ଷା ପରେ, ଦ୍ୱିତୀୟ ଦିନରେ ଆଉଟ୍‌ଡୋର ଅଭ୍ୟାସ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri