Posted inଖେଳ

ଗୁଗଲ୍‌ର ‘ଅଲ୍‌ ଟାଇମ୍‌ ମୋଷ୍ଟ୍‌ ସର୍ଚ୍ଚ’ ଭିଡିଓରେ ସାମିଲ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଚଳିତବର୍ଷରେ ଗୁଗଲ୍‌ରେ ସର୍ବାଧିକ ଆଲୋଚନା ହୋଇଥିବା ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ ଏକମାତ୍ର କ୍ରିକେଟର୍‌ ଭାବେ ବିରାଟ କୋହଲି ସାମିଲ ହୋଇଛନ୍ତି।
ଗୁଗଲ୍‌ ଏହି ଭିଡିଓରେ ବିଭିନ୍ନ ବର୍ଗରେ ସର୍ବାଧିକ ଖୋଜା ଯାଇଥିବା ସୁପରଷ୍ଟାରଙ୍କ ଝଲକ ଦେଖାଇଛି। ଏହି ଭିଡିଓରେ କେବଳ ବିରାଟ କୋହଲି ସର୍ବାଧିକ ସର୍ବାଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ତାଲିକାରେ ସାମିଲ ହୋଇଥିଲେ। ଏହି ଭିଡିଓରେ ବିରାଟ କୋହଲିଙ୍କ ଆଇପିଏଲରେ ଆରସିବି ପାଇଁ ଶତକ ପୂରଣ କରିଥିବା ସଟ ଦେଖାଯାଇଛି।
୩୫ ବର୍ଷୀୟ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି ଏବଂ ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। କାରଣ ସେ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କ୍ୟାରିୟରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, କିନ୍ତୁ ୨୦୨୨ ଟି-୨୦ ଏସିଆ ପରେ କପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ସମୟରେ ବିରାଟ କୋହଲି ଶତକର ମରୁଡ଼ିକୁ ଶେଷ କରି ଫର୍ମକୁ ଫେରିଥିଲେ ଏବଂ ଏହା ପରେ ମଧ୍ୟ ଥରେ ପଛକୁ ଚାହିଁ ନ ଥିଲେ। ବିରାଟ ବିଶ୍ୱକପରେ ସଚିନଙ୍କ ମହାନ ରେକର୍ଡ ଭାଙ୍ଗିଛନ୍ତି
ବିଶ୍ୱକପ୍‌ର ଗୋଟିଏ ସିଜନରେ ସର୍ବାଧିକ ରନ ସ୍କୋର କରିବାର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ବିରାଟ ୧୧ଟି ମ୍ୟାଚରେ ୭୬୫ ରନ ସଂଗ୍ରହ କରିଥିଲେ। ବିଶ୍ୱକପ୍‌ରେ ସେମିଫାଇନାଲରେ ବିରାଟ କୋହଲି ୪୯ ଶତକ ସହ ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ ଏବଂ ୫୦ଟି ଦିନିକିଆ ଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଥିଲେ।

https://twitter.com/mufaddal_vohra/status/173441585114165703

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri