Posted inଖେଳ

ଗୁଗଲ୍‌ର ‘ଅଲ୍‌ ଟାଇମ୍‌ ମୋଷ୍ଟ୍‌ ସର୍ଚ୍ଚ’ ଭିଡିଓରେ ସାମିଲ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଚଳିତବର୍ଷରେ ଗୁଗଲ୍‌ରେ ସର୍ବାଧିକ ଆଲୋଚନା ହୋଇଥିବା ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ ଏକମାତ୍ର କ୍ରିକେଟର୍‌ ଭାବେ ବିରାଟ କୋହଲି ସାମିଲ ହୋଇଛନ୍ତି।
ଗୁଗଲ୍‌ ଏହି ଭିଡିଓରେ ବିଭିନ୍ନ ବର୍ଗରେ ସର୍ବାଧିକ ଖୋଜା ଯାଇଥିବା ସୁପରଷ୍ଟାରଙ୍କ ଝଲକ ଦେଖାଇଛି। ଏହି ଭିଡିଓରେ କେବଳ ବିରାଟ କୋହଲି ସର୍ବାଧିକ ସର୍ବାଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ତାଲିକାରେ ସାମିଲ ହୋଇଥିଲେ। ଏହି ଭିଡିଓରେ ବିରାଟ କୋହଲିଙ୍କ ଆଇପିଏଲରେ ଆରସିବି ପାଇଁ ଶତକ ପୂରଣ କରିଥିବା ସଟ ଦେଖାଯାଇଛି।
୩୫ ବର୍ଷୀୟ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି ଏବଂ ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। କାରଣ ସେ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କ୍ୟାରିୟରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, କିନ୍ତୁ ୨୦୨୨ ଟି-୨୦ ଏସିଆ ପରେ କପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ସମୟରେ ବିରାଟ କୋହଲି ଶତକର ମରୁଡ଼ିକୁ ଶେଷ କରି ଫର୍ମକୁ ଫେରିଥିଲେ ଏବଂ ଏହା ପରେ ମଧ୍ୟ ଥରେ ପଛକୁ ଚାହିଁ ନ ଥିଲେ। ବିରାଟ ବିଶ୍ୱକପରେ ସଚିନଙ୍କ ମହାନ ରେକର୍ଡ ଭାଙ୍ଗିଛନ୍ତି
ବିଶ୍ୱକପ୍‌ର ଗୋଟିଏ ସିଜନରେ ସର୍ବାଧିକ ରନ ସ୍କୋର କରିବାର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ବିରାଟ ୧୧ଟି ମ୍ୟାଚରେ ୭୬୫ ରନ ସଂଗ୍ରହ କରିଥିଲେ। ବିଶ୍ୱକପ୍‌ରେ ସେମିଫାଇନାଲରେ ବିରାଟ କୋହଲି ୪୯ ଶତକ ସହ ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ ଏବଂ ୫୦ଟି ଦିନିକିଆ ଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଥିଲେ।

https://twitter.com/mufaddal_vohra/status/173441585114165703

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri