Posted inଖେଳ

ମ୍ୟାଚ୍‌ ପରେ CSK ବୋଲରଙ୍କ ଉପରେ ରାଗିଗଲେ ବିରାଟ କୋହଲି? ଭାଇରାଲ Videoକୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୩: ଆଇପିଏଲ୍‌ ୨୦୨୫ରେ ଲଗାତାର ୨ ମ୍ୟାଚ୍‌ରେ ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ସିଏସ୍‌କେ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଦଳ ୫୦ ରନ୍‌ରେ ବାଜି ମାରିନେଇଥିଲା। ହେଲେ ମ୍ୟାଚ୍‌ରେ ବିରାଟ କୋହଲି ଆଶା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ମ୍ୟାଚ୍‌ ପରର ହୋଇଥିବା ବେଳେ ବିରାଟ ସିଏସ୍‌କେ ଖେଳାଳିଙ୍କ ଉପରେ ରାଗୁଥିବା ନଜର ଆସୁଛି।

ଭାଇରାଲ ଭିଡିଓରେ କୋହଲି ରବିନ୍ଦ୍ର ଜାଡେଜାଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ହସମଜା ଚାଲୁଥିବା ବେଳେ ସେଠାକୁ ଚେନ୍ନାଇର ଦ୍ରୁତ ବୋଲର ଖଲୀଲ ଅହମ୍ମଦ ଆସୁଛନ୍ତି। ଏହାପରେ କୋହଲି ରାଗିଯାଇ ତାଙ୍କୁ କିଛି କହୁଛନ୍ତି। ଅପରପକ୍ଷେ ଖଲୀଲ ଚୁପ୍‌ଚାପ୍‌ ତାଙ୍କୁ ଶୁଣୁଛନ୍ତି।

 

କହିବାକୁ ଗଲେ, ମ୍ୟାଚ୍‌ ସମୟରେ ଖଲୀଲଙ୍କ ବୋଲିଂ ସମୟରେ କୋହଲିଙ୍କୁ ଅସୁବିଧା ହେଉଥିବା ନଜର ଆସିଥିଲା। ପ୍ରଥମ ବଲ୍‌ରେ ଉଇକେଟ ହରାଇବାରୁ ଅଳ୍ପକେ ସେ ବର୍ତ୍ତିଥିଲେ। ଉକ୍ତ ଓଭରର ତୃତୀୟ ବଲ୍‌ ବାଉନ୍ସର ଥିଲା। ପରେ ଖଲୀଲ ଫଲୋ ଥ୍ରୁ ସମୟରେ କୋହଲିଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଉଭୟ କିଛି ସମୟ ପରସ୍ପରକୁ ରାଗରେ ଚାହିଁଥିଲେ। ଏଣୁ ଏହି ଘଟଣାକୁ ନେଇ କୋହଲି ଖଲୀଲଙ୍କୁ କିଛି କହୁଥାଇପାରନ୍ତି ବୋଲି ପ୍ରଶଂସକ ଅନୁମାନ କରୁଛନ୍ତି।

କୋହଲିଙ୍କ ପାଇଁ ମ୍ୟାଚ୍‌ଟି ଭଲ ନ ଥିଲା। ସେ ୩୦ ବଲ୍‌ ଖେଳି ୩୧ ରନ୍‌ କରିଥିଲେ। ହେଲେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ସେ ଜବରଦସ୍ତ ଇନିଂସ ଖେଳିଥିଲେ। କେକେଆର୍‌ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ମାରି ଦଳକୁ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri