ଚଳନ୍ତା ଟ୍ରେନରେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ। ପ୍ରେମିକା ଯେତେ ମନା କଲେ ବି ସେ ତାଙ୍କ ଜିଦ୍ରେ ଅଟଳ ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓକୁ ନେଇ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କିଛି ଯୁବତୀଙ୍କୁ ଭୁଲ ବୋଲି କହୁଥିବା ବେଳେ କିଛି ଘଟଣାକୁ ନେଇ ମଜା ଉଡାଉଛନ୍ତି।
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଏକ ଟ୍ରେନ୍ କୋଚ୍ରେ ଜଣେ ଯୁବକ-ଯୁବତୀ ସାମ୍ନାସାମ୍ନି ବସି ଯାଉଛନ୍ତି। ଉଭୟ ପରସ୍ପରକୁ ଭଲ ପାଉଥିବା ଏବଂ ସେଥିଲାଗି ଘର ଛାଡ଼ି ଫେରାର ହେଉଥିବା ଦେଖାଯାଉଛି। ଟ୍ରେନ୍ରେ ଥିବା କିଛି ଯାତ୍ରୀ ସେମାନଙ୍କ ସମର୍ଥନ କରୁଛନ୍ତି। ଏପରିକି ସେମାନେ ଯୁବତୀଙ୍କୁ ବିବାହ କର ବୋଲି କହୁଛନ୍ତି। ଏହାଶୁଣି ଯୁବତୀଜଣଙ୍କ ତାଙ୍କ ବାପା ରାଜି ହେବେ ନାହିଁ ବୋଲି କହୁଛନ୍ତି। ଠିକ୍ ଏହି ସମୟରେ ପ୍ରେମିକଜଣଙ୍କ କିଛି ନଶୁଣି ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇଦେଉଛନ୍ତି।
ଏହି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଯାହାକୁ ଏଯାବତ ଲକ୍ଷାଧିକ ଲୋକେ ଦେଖିବା ସହ ପସନ୍ଦ କରିଛନ୍ତି। ସେହିଭଳି କିଛି ସେମାନଙ୍କୁ ବିରୋଧ ମଧ୍ୟ କରୁଛନ୍ତି।
ଦେଖନ୍ତୁ ଭିଡିଓ:
View this post on Instagram

