କାରଖାନା ପ୍ରତିଷ୍ଠାକୁ ନେଇ ତେଜିଲା ବିରୋଧ

କେନ୍ଦୁଝର,୮ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଏବଂ ନୂଆଗାଁ ପଞ୍ଚାୟତରେ ଏକ ଶିଳ୍ପ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି କାରଖାନାର ଜମି ଚିହ୍ନଟ ପାଇଁ ବୁଧବାର ବୀରକିଶୋରପୁର, ଗୁହାଳହିଡି,ଦାବାଙ୍କ,ବିସ୍ତାପାଳ,ରତନପୁର ଗ୍ରାମରେ ଡ୍ରୋନ୍‌ ଜରିଆରେ ୨ ଜଣ କର୍ମଚାରୀ ବିପ୍ଲବ କୁମାର ସାହୁ, ରଶ୍ମୀରଞ୍ଜନ ବଳ ସର୍ଭେ କରିଥିଲେ। ଗୁହାଳଡିହିରେ ଡ୍ରୋନ୍‌ ସର୍ଭେ ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ଗୁହାଳଡିହି ରେଳ ଷ୍ଟେଶନ ନିକଟରେ ଅଟକ ରଖିଥିଲେ। ୪ ଘଣ୍ଟା ଅଟକ ରଖିବା ପରେ ସଦର ଆଇଆଇସି ସୁଶାନ୍ତ କୁମାର ଦାସ ଏବଂ ସଦର ଏସ୍‌ଡିପିଓ ମହେନ୍ଦ୍ର ହେମ୍ବ୍ରମ ପହଞ୍ଚି ବୁଝାଶୁଝା କରିବାରୁ ତାଙ୍କୁ ନୂଆଗାଁ ସରପଞ୍ଚ ଆଶୀର୍ବାଦ ନାଏକଙ୍କ ଉପସ୍ଥିତିରେ ପୋଲିସ ଜିମା ଦେଇଥିଲେ। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଆଜି ନୂଆଗାଁ ଏବଂ ପଦ୍ମପୁର ପଞ୍ଚାୟତର ବହୁ ସଂଖ୍ୟାରେ ଗ୍ରାମବାସୀ ଜିଲାପାଳଙ୍କ ଅଫିସକୁ ଆସି ପ୍ରତିବାଦ ଜଣାଇଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଅଞ୍ଚଳରେ ସେମାନେ ଶାନ୍ତିପୂର୍ଣ୍ଣ ଚାଷବାସ କରି ବଞ୍ଚି ଆସୁଥିଲେ। ସେଠାରେ କାରଖାନା ହେଲେ ଦୀର୍ଘବର୍ଷ ଧରି ଜମି ଦଖଲ କରି ଚାଷ କରି ଆସୁଥିବା ଜୀବିକା ହରାଇବେ। ସେହିପରି କାରଖାନା ହେଲେ ଉକ୍ତ ଅଞ୍ଚଳରେ ପ୍ରଦୂଷଣ ବ୍ୟାପିବ। ଫଳରେ ସେମାନଙ୍କ ଜୀବନଜୀବିକା ବିପନ୍ନ ହେବ ବୋଲି ପ୍ରେମାନନ୍ଦ ମହାନ୍ତ କହିଛନ୍ତି । ସେମାନେ ପୂର୍ବରୁ ସଦର ତହସିଲରେ ପ୍ରତିବାଦ କରିଥିଲେ ହେଁ ନ ଶୁଣିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଗତକାଲି ଡ୍ରୋନ୍‌ ଜରିଆରେ ସର୍ଭେ କରିବା ପରେ ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା। ଏଣୁ ଗ୍ରାମବାସୀ କାରଖାନା ପାଇଁ ବେସରକାରୀ ଜମି କମ୍ବା ସରକାରୀ ଜମି ଛାଡ଼ିବେ ନାହିଁ ବୋଲି ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଛନ୍ତି। ଫଳରେ ରୁଙ୍ଗ୍‌ଟା ପକ୍ଷରୁ ହେବାକୁ ଥିବା କାରଖାନା ଆରମ୍ଭରୁ ଜନ ଅସନ୍ତୋଷର ସମ୍ମୁଖୀନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri