ସମର୍ଥ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲା: ଅନ୍ତେବାସୀଙ୍କ ଠିକଣା ଖୋଜୁଛି ପୋଲିସ

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀ ନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ଅମାନୁସିକ ନିର୍ଯାତନା ଘଟଣାର ତନାଘନା ଜୋରସୋରରେ ଚାଲିଛି। ବୁଧବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପାରମାର ପ୍ରମୁଖଙ୍କ ସହିତ ତଦନ୍ତକାରୀ ଅଧିକାରୀମାନେ ଉକ୍ତ କେନ୍ଦ୍ରରେ ଖୋଳତାଡ଼ କରିଥିଲେ। ତେବେ ବର୍ତ୍ତମାନ ଉକ୍ତ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ସଂଖ୍ୟା କେତେ, କେତେଜଣ ନାମ ପଞ୍ଜିକରଣ ହୋଇଛି।

ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମୃତ୍ୟୁ ହୋଇଛି ସେମାନଙ୍କ ଠିକଣା ଆଦିକୁ ନେଇ ତଦନ୍ତ କରିଥିଲେ। ମାତ୍ର ଅନ୍ତେବାସୀଙ୍କ ନାମ ଠିକଣା ଅଦି ପଞ୍ଜୀକରଣ ହୋଇଥିବା ରେଜିଷ୍ଟ୍ରାର ମିଳି ନ ଥିଲା। ଏପରିକି ଏକ ଅସମଥର୍ର୍ତ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଏହି ସମୟରେ ଉପସ୍ଥିତ ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ମଧ୍ୟ ରେଜିଷ୍ଟାର ବାବଦରେ କିଛି ଜାଣି ନ ଥିବା କହିଥିଲେ। ପୋଲିସ ପକ୍ଷରୁ ତଦନ୍ତ ସମୟରେ ସଂସ୍ଥାର ଅଫିସ ରୁମ୍‌ରେ ଥିବା ଏକ ଆଲମାରି ଖୋଲିବାକୁ କହିବାରୁ କର୍ମଚାରୀ ଜଣକ ତାଙ୍କ ନିକଟରେ ଚାବି ନ ଥିବା କହିଥିଲେ। ତେଣୁ ଗୁରୁବାର ସନ୍ଧ୍ୟାରେ ଜଣେ ଅତିରିକ୍ତ ମାଜିଷ୍ଟ୍ରେଟ୍‌ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦଙ୍କ ଉପସ୍ଥିତିରେ ଉକ୍ତ ଆଲମିରାକୁ ପୋଲିସ ପକ୍ଷରୁ ଭଙ୍ଗା ଯାଇଛି। ସେଥିରୁ କି ତଥ୍ୟ ମିଳିଛି ତାହା ସ୍ପଷ୍ଟ ହୋଇ ନାହିଁ।

ସେହିପରି ଜଣେ ଅନ୍ତେବାସୀଙ୍କ ପକ୍ଷରୁ ତାଙ୍କୁ କେନ୍ଦ୍ରରେ ବାରମ୍ବାର ବଳାକତ୍ାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କର ଗର୍ଭପାତ ମଧ୍ୟ କରାଯାଇଛି ବୋଲି ଅଭିଯୋଗ ହେବା ପରେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ସନ୍ଧ୍ୟାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ତେବେ ଏହିପରି ଅନେକ ମହିଳା ଓ ଯୁବତୀ ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ ବଳାକତ୍ାର କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସଦର ଉପଜିଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri