କୁକିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଟାଙ୍ଗିଆ-ଖଣ୍ଡା, ୩…

ଉଲୁଣ୍ଡା,୧୯ା୧୦(ମହେଶ ରଞ୍ଜନ ପୁରୋହିତ ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା କୁକିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଟାଙ୍ଗିଆ ଏବଂ ଖଣ୍ଡା ଆକ୍ରମଣରେ ଉଭୟ ପକ୍ଷର ୩ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ରହିଛି ।

ଗୋଟିଏ ଗୋଷ୍ଠୀର ଭଗବାନ ବାଘ ଏବଂ ତାଙ୍କ ବାପା କାହ୍ନୁ ବାଘ ଗୁରୁତର ଆହତ ହୋଇଥିବା ବେଳେ ସତ୍ୟନାରାୟଣ ଭୋଇ ଆହତ ହୋଇଛନ୍ତି । ଅନ୍ୟ ଗୋଷ୍ଠୀର ମଙ୍ଗଳ ବିଶ୍ଵାଳ ଗୁରୁତର ଆହତ ହୋଇଥିବା ବେଳେ ସୁବଳ ବିଶ୍ଵାଳ ଏବଂ ଗୁକୁଳ ବିଶ୍ଵାଳ ଆହାତ ହୋଇଛନ୍ତି। ସୂଚନା ପାଇ ଉଲୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଗୁରୁତରଙ୍କୁ ଉଲୁଣ୍ଡାରୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ ଗୋକୁଳଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

 

Dharitri – Odisha’s No.1 Odia Daily