Posted inଜାତୀୟ

ରାମନବମୀ ଶୋଭାଯାତ୍ରାରେ ହିଂସା

କୋଲକାତା,୭।୪: କୋଲକାତାର ପାର୍କ ସର୍କସ ସେଭେନ୍‌ ପଏଣ୍ଟ ଅଞ୍ଚଳରେ ରବିବାର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ଅନେକ ଶ୍ରଦ୍ଧାଳୁ ଆହତ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ଭାଜପା ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଆକ୍ରମଣ ସମୟର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରାଯିବା ସହ ଏଥିପାଇଁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ ଦାୟୀ କରାଯାଇଛି। ରାଜ୍ୟରେ ହିନ୍ଦୁଙ୍କ ପ୍ରତି ହେଉଥିବା ଟାର୍ଗେଟେଡ୍‌ ହିଂସା ରୋକିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଛି। ରାମନବମୀ ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ସେମାନେ ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
ଗତ ଶୁକ୍ରବାର ଉକ୍ତ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଓ୍ବକ୍‌ଫ ବିଲ୍‌ ବିରୋଧରେ ବିକ୍ଷୋଭ ଯୋଗୁ ସହରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀ ରାସ୍ତାରେ ଟାୟାର ଜାଳି ସ୍ବାଭାବିକ ଜୀବନଯାତ୍ରାକୁ ଅଚଳ କରିଦେଇଥିଲାବେଳେ ପୋଲିସ ହସ୍ତକ୍ଷେପ କରି ନ ଥିଲା। ରବିବାର ପୁନର୍ବାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଥିବାବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି। ଗୈରିକ ପତାକା ଲାଗିଥିବା ଗାଡ଼ିଗୁଡ଼ିକ ଉପରେ ଟେକାବର୍ଷା ହୋଇଥିଲା। ଫଳରେ ଅନେକ ଗାଡ଼ିର କାଚ ଭାଙ୍ଗିଯାଇଛି। କୋଲକାତାରେ ୭୦ରୁ ଊର୍ଦ୍ଧ୍ୱ ରାମନବମୀ ଶୋଭାଯାତ୍ରା ବାହାରିଥିବାରୁ ପ୍ରାୟ ୫,୦୦୦ ପୋଲିସ ମୁତୟନ ହେବା ସହ ସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍‌ ଏବଂ ସିସିଟିଭି ଲଗାଯାଇଥିଲା। କେତେକ ସମ୍ବେଦନଶୀଳ ଅଞ୍ଚଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍‌କୁ ରଖାଯାଇଥିଲା। ରବିବାର ସକାଳୁ ସାରା ରାଜ୍ୟରେ ଶୋଭାଯାତ୍ରା, ଭକ୍ତି ସଙ୍ଗୀତ ଓ ଗୌରିକ ପତାକା ସହ ରାମାୟଣ ଦୃଶ୍ୟ ଥିବା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିବାବେଳେ ମାଲଦାର ରାମକ୍ରିଷ୍ଣପାଲି ମଇଦାନରୁ ବାହାରିଥିବା ଶୋଭଯାତ୍ରାରେ ଲୋକେ ଖୋଲାଖୋଲି ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହଲାଉଥିବା ଦେଖାଯାଇଥିଲା। ହାଓ୍ବଡ଼ାର ସଙ୍କରେଲରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri