୫୫ ହଜାର ଉଧାର ଟଙ୍କାକୁ ନେଇ ସମ୍ପର୍କ ଭୁଲିଲେ: ଦୁଇ ପରିବାର ମଧ୍ୟରେ ଉଗ୍ରରୂପ ନେଲା ବିବାଦ, ସୁରକ୍ଷା ପାଇଁ…

ଦିଗପହଣ୍ଡି,୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ୨ ପରିବାର ମଧ୍ୟରେ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି ଆକ୍ରମଣ ପ୍ରତିଆକ୍ରମଣ ଘଟିଛି। ଗ୍ରାମର କାହ୍ନୁଚରଣ ଶତପଥୀଙ୍କ ପୁଅ ନୀଳକଣ୍ଠ ସେହି ଗ୍ରାମର ଦିଲ୍ଲୀପ ପତିଙ୍କ କନ୍ୟା ଯଶୋସ୍ମିନୀଙ୍କୁ ଗତ ୨୦୧୯ ଡ଼ିସେମ୍ବରରେ ବିବାହ କରିଥିଲେ । ବାହାଘର ପୂର୍ବରୁ ଦିଲ୍ଲୀପ କାହ୍ନୁଙ୍କ ଠାରୁ ୫୫ ହଜାର ଟଙ୍କା ଧାର ନେଇଥିଲେ। ଧାର ଟଙ୍କା ଫେରସ୍ତକୁ ନେଇ ୨ ପରିବାର ଲୋକଙ୍କ ମଧ୍ୟରେ ବହୁବାର ଗଣ୍ଡଗୋଳ ପାଟିତୁଣ୍ଡ ହୋଇଥିଲା।

ଗତ ୧୩ ତାରିଖ ରାତି ପ୍ରାୟ ୯ ଟାରେ ଘଟଣାର ସମାଧାନ ପାଇଁ ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ରେ ଗ୍ରାମସଭା କରାଯାଇଥିଲା। ସଭାରେ ଉଭୟ ପରିବାରର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଭଦ୍ରଲୋକ ମାନେ ଆଲୋଚନା କରୁଥିବା ବେଳେ ଉଭୟ ପରିବାରର ଲୋକେ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରିବାରୁ ବିବାଦ ତୀବ୍ର ରୂପ ନେଇଥିଲା। ସେଠାରେ ଦିଲ୍ଲୀପ ଏବଂ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ଦାସ, ସନା ଦାସ,ବୁଲୁ ଦାସ ସଂଘବଦ୍ଧ ଭାବେ କାହ୍ନୁ ଏବଂ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଆକ୍ରମଣ କରି ସୁନା ମୁଦି, ଚେନ ଓ ୩୦ ହଜାର ଟଙ୍କା ଛଡାଇ ନେଇଥିଲେ। ଘଟଣାର ପରଦିନ କାହ୍ନୁ ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିରରୁ ପ୍ରସାଦ ଆଣିବାକୁ ଯାଇଥିବା ବେଳେ ଗ୍ରାମର ଢୁୁସା ମିଶ୍ର ନୀଳକଣ୍ଠଙ୍କୁ ଫୋନ କରି ତୁମକୁ ଗାଁରୁ ବାସନ୍ଦ କରାଯାଇଥିବା କହିଥିଲେ। ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ଥାନା ମାମଲା ନଂ.୬୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲା। ଅପରପକ୍ଷରେ ଘଟଣା ଦିନ କାହ୍ନୁ ଓ ତାଙ୍କ ପୁଅ ନୀଳକଣ୍ଠ ଘରେ ପଶି ତାଙ୍କୁ ଆକ୍ରମଣ କରି ସୁନା ଚେନ ଛଡାଇ ନେଇଥିବା ପ୍ରଶାନ୍ତ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ମାମଲା ନଂ.୬୪/୨୬ ଅନୁଯାୟୀ ପୋଲିସ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଦିଗପହଣ୍ଡି-କେ. ନୂଆଗାଁ ଥାନାରେ ଯୋଗଦେଲେ ନୂଆ ଆଇଆଇସି: ଅପରାଧ ଦମନ ସହ…

ସୂଚନାଯୋଗ୍ୟ, ଗତ ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଦିଲ୍ଲୀପ ଓ ତାଙ୍କ ସ୍ତ୍ରୀ ନଳିନୀ କାହ୍ନୁଙ୍କୁ ଘାତକ ଆକ୍ରମଣ କରିଥିଲେ। ଏନେଇ ଏତଲା ହେବାପରେ ପୋଲିସ ଥାନାରେ ମାମଲା ନଂ.୩୬୧/୨୫ ଅନୁଯାୟୀ ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ଉଭୟେ ଜେଲ ଯାଇଥିଲେ। କୋର୍ଟରୁ ଜାମିନରେ ମୁକୁଳିବା ପରେ ଦିଲ୍ଲୀପ ତାଙ୍କ ବିରୋଧରେ କରାଯାଇଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ କାହ୍ନୁ ଙ୍କୁ ବିଭିନ୍ନ ସମୟରେ ଧମକ ଦେଉଥିବା ପୋଲିସକୁ କହିଛନ୍ତି। ମଙ୍ଗଳବାର କାହ୍ନୁ ଓ ତାଙ୍କ ପୁଅ ନୀଳକଣ୍ଠ ବ୍ରହ୍ମପୁର ଏସ.ପିଙ୍କୁ ଜୀବନ ପ୍ରତି ବିପଦ ରହିଥିବା ତଥା ସୁରକ୍ଷା ଦୃଷ୍ଟିରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିବା ଜଣାପଡିଛି ।
Dharitri – Odisha’s No.1 Odia Daily

Share