ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍ଚା କିପ୍ଗେନ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି ବିକ୍ଷୋଭ ହୋଇଥିଲା।
ଟୁଇବୋଙ୍ଗ ବଜାର ନିକଟରେ ବିକ୍ଷୋଭକାରୀ କିପ୍ଗେନ୍ଙ୍କ ବିରୋଧରେ ସ୍ଳୋଗାନ ଦେଇ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। ସୁରକ୍ଷାବଳ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବାରୁ ସ୍ଥିତି ଅଧିକ ଖରାପ ହୋଇଥିଲା।
ବିକ୍ଷୋଭକାରୀ ଟେକାମାଡ଼ କରିବାରୁ ସୁରକ୍ଷା ବଳ ଲାଠିଚାଳନା କରିଥିଲା। ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅଧିକ ସୁରକ୍ଷା ବଳ ପଠାଯାଇଛି।

