Posted inଜାତୀୟ

ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ: କୋର୍ଟ…

ମୁମ୍ବାଇ,୧୫।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି, ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ॥ ଏହା କଏଦୀଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ବନ୍ଦୀମାନଙ୍କ ତଲାସୀ ପାଇଁ ସ୍କାନର ଏବଂ ବୈଷୟିକ ଉପକରଣ ବ୍ୟବହାର କରିବାକୁ ଜେଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଅଭିଯୁକ୍ତ ଅହମ୍ମଦ କମଲ ଶେଖ ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ବିରୋଧରେ ଏକ ପିଟିଶନ ଦାଖଲ କରିଥିଲେ।

 

ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ର ବିଶେଷ ବିଚାରପତି ବିଡି ଶେଲକେ, ଏହି ନିର୍ଦ୍ଦେଶ ଦେଇଛନ୍ତି।ଅହମ୍ମଦ କମଲ ଶେଖ ଦାବି କରିଛନ୍ତି, ଯେତେବେଳେ ବି କୋର୍ଟର ଶୁଣାଣି ପରେ ତାଙ୍କୁ ଜେଲକୁ ନିଆଯାଉଥିଲା, ସେତେବେଳେ ତାଙ୍କୁ ଜେଲର ସୁରକ୍ଷାକର୍ମୀମାନେ ପୋଷାକ ଓହ୍ଲାଇ ତଲାସୀ ନେଉଛନ୍ତି। ଅଭିଯୋଗ ହୋଇଛି, ତାଙ୍କୁ ଅନ୍ୟ ଅନ୍ତେବାସୀ ଏବଂ ଜେଲ କର୍ମଚାରୀଙ୍କ ସାମ୍ନାରେ ଉଲଗ୍ନ କରାଯାଇଛି।

ଏହି ଅଭ୍ୟାସ ଲଜ୍ଜାଜନକ ହେବା ସହିତ ତାଙ୍କ ଅଧିକାରର ଉଲ୍ଲଂଘନ ବୋଲି ଆବେଦନରେ କୁହାଯାଇଛି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ସେ ଏହାକୁ ବିରୋଧ କରନ୍ତି ସେତେବେଳେ ତାଙ୍କୁ ଜେଲର ସୁରକ୍ଷା କର୍ମୀମାନେ ଦୁର୍ବ୍ୟବହାର କରନ୍ତି। ତେବେ ମୁମ୍ବାଇ ଜେଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି, ଏପରି ଘଟଣା ଘଟିନାହିଁ। ଜେଲ ପ୍ରଶାସନ ଉପରେ ଚାପ ପକାଇବାକୁ ଏହା କେବଳ ଏକ ପ୍ରୟାସ ।

ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଅଭିଯୋଗରେ କିଛି ସତ୍ୟତା ଅଛି କାରଣ ଅନ୍ୟ ଅନେକ ଅଭିଯୁକ୍ତ ମଧ୍ୟ କୋର୍ଟରେ ସମାନ ଅଭିଯୋଗ କରିଛନ୍ତି। ଏହା ମଧ୍ୟ ଲଜ୍ଜାଜନକ ଅଟେ । ବନ୍ଦୀମାନଙ୍କ ତଲାସୀ ପାଇଁ ବୈଷୟିକ ଉପକରଣ, ସ୍କାନର ଇତ୍ୟାଦି ବ୍ୟବହାର କରିବାକୁ କୋର୍ଟ କେନ୍ଦ୍ରୀୟ ଜେଲର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ସ୍କାନର୍‌ ଇତ୍ୟାଦି ପାଇଁ କୌଣସି ବ୍ୟବସ୍ଥା ନାହିଁ, ତେବେ ହାତରେ ସର୍ଚ୍ଚ କରାଯାଇପାରିବ, କିନ୍ତୁ ଏହି ସମୟ ମଧ୍ୟରେ କଏଦୀ ଲଜ୍ଜିତ ହେବା ଉଚିତ ନୁହେଁ ଏବଂ ତାଙ୍କ ସହ ଅସଦାଚରଣ କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri