ରାଷ୍ଟ୍ରପତି ଭବନ ଯିବେ ବିନିକାର ସୁରେଖା: ଆସିଲା ନିମନ୍ତ୍ରଣ

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ସହର ମନହାରି ପଡାର ସୁରେଖା ମଲ୍ଲିକ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଦେଶର ୭୯ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପାଖରୁ ତାଙ୍କ ନିକଟକୁ ନିମନ୍ତ୍ରଣ ଆସିଛି। ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ତାଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ସେ ରାତ୍ରୀଭୋଜନରେ ରାଷ୍ଟ୍ରପତି ଓ ଅନ୍ୟ ବରେଣ୍ୟ ଅତିଥିଙ୍କ ସହ ସାମିଲ ହେବେ। ଭାରତୀୟ ଡାକ ବିଭାଗ ମାଧ୍ୟମରେ ରାଷ୍ଟ୍ରପତି ଭବନ ଯିବା ପାଇଁ ନିମନ୍ତ୍ରଣ ପତ୍ର ପାଇବା ପରେ ସୁରେଖା ବେଶ ଖୁସି ଅଛନ୍ତି।
ଅଳ୍ପ ବୟସରେ ସ୍ବାମୀ ପ୍ରଶାନ୍ତ ମଲ୍ଲିକଙ୍କୁ ସୁରେଖା ହରାଇଛନ୍ତି। ଦୁଇ ପୁଅ ଓ ବୃଦ୍ଧା ଶାଶୁଙ୍କ ବୋଝକୁ ନେଇ ସେ ପରିବାର ସମ୍ଭାଳୁଛନ୍ତି। ଗତ ୨ବର୍ଷ ପୂର୍ବରୁ ଅସହାୟ ସୁରେଖାଙ୍କୁ ବିନିକା ଏନ୍‌ଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ)ରେ କାର୍ଯ୍ୟାଦେଶ ମିଳିଥିଲା। ସେହି ସମୟରେ ସ୍ବାମୀ ପ୍ରଶାନ୍ତ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ। ତେବେ ହିତାଧିକାରୀ ସୁରେଖା କଷ୍ଟ ଭିତରେ ସଂଘର୍ଷ କରି ଘର କାମକୁ ଠିକ୍‌ ସମୟରେ ସମ୍ପୂର୍ଣ୍ଣ କରିଥିଲେ। ସେ ଦୈନନ୍ଦିନ ରୋଜଗାର ପାଇଁ ବିଭିନ୍ନ ବସ୍ତି ଓ ହାଟକୁ ଯାଇ ନିଜର କୌଳିକ ବୃତ୍ତି ଚୁଡି କାମ କରନ୍ତି। ତାଙ୍କ ପରି ଜଣେ ଅସହାୟ ଓ ସାଧାରଣ ମହିଳାଙ୍କୁ ନିଜେ ରାଷ୍ଟ୍ରପତି ସ୍ବାଧୀନତା ଦିବସରେ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଗରିବ ଅସହାୟ ମହିଳା ସୁରେଖା ଏଥିପାଇଁ ଉଭୟ ରାଷ୍ଟ୍ରପତି ଓ ଦେଶ ପାଖରେ କୃତଜ୍ଞ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ସୁରେଖାଙ୍କୁ ଭୁବନେଶ୍ୱର ପଠାଯିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ତାଙ୍କୁ ଭୁବନେଶ୍ୱରରୁ ଦିଲ୍ଲୀ ଯିବାର ସମସ୍ତ ସୁବ୍ୟବସ୍ଥା କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri