Posted inଖେଳ

ଜାତୀୟ କ୍ୟାମ୍ପରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏକମାତ୍ର ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଜାତୀୟ କ୍ୟାମ୍ପରୁ ଓହରି ଯାଇଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍ବାସ୍ଥ୍ୟ ସୁରକ୍ଷା କାରଣ ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିରେ ଜାତୀୟ ମହାସଂଘ ବିରକ୍ତି ପ୍ରକାଶ କରିଛି। ଅଲିମ୍ପିକ ଓ୍ବେଟ୍‌ କାଟେଗୋରି ପାଇଁ ଜାତୀୟ କ୍ୟାମ୍ପର କାର୍ଯ୍ୟସୂଚୀ ପୁନନିର୍ଦ୍ଧାରିତ ହୋଇଛି। ଏହା ସେପ୍ଟେମ୍ବର ୧ରୁ ଲକ୍ଷ୍ନୌ (ମହିଳା) ଓ ସୋନେପତ୍‌ (ପୁରୁଷ)ଠାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନା ମହାମାରୀ ଯେପରି ଭାବେ ବ୍ୟାପିବାରେ ଲାଗିଛି ଭିନେଶ ଲକ୍ଷ୍ନୌ ଗସ୍ତ କରିବାକୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ସୁରକ୍ଷିତ ମଣୁ ନାହାନ୍ତି। ଫୋଗତ ଦୈନିକ ତାଙ୍କ କୋଚ୍‌ ଓମ୍‌ ପ୍ରକାଶଙ୍କ ସହିତ ଟ୍ରେନିଂ ନେଉଛନ୍ତି। ତାଙ୍କ ବ୍ୟକ୍ତିଗତ କୋଚ୍‌ ଓଲର ଆକୋସ୍‌ ପ୍ରତି ସପ୍ତାହରେ ଯେଉଁ ଦିଗ୍‌ଦର୍ଶନ ଦେଉଛନ୍ତି ତାହାକୁ ସେ କାର୍ଯ୍ୟକାରୀ କରୁଛନ୍ତି। ୨୦୧୯ ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟୀ ଭିନେଶ କହିଛନ୍ତି, ସାମାନ୍ୟ ବ୍ୟତିକ୍ରମ ଘଟିଲେ ସେ ଅସୁସ୍ଥ ହୋଇପଡ଼ନ୍ତି। ଲକ୍ଷ୍ନୌରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହରିୟାଣାରେ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ ମନେ କରୁଛନ୍ତି। ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ଯେଉଁ କାରଣ ଦର୍ଶାଇଛନ୍ତି ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) କିନ୍ତୁ ସେଥିରେ ସନ୍ତୁଷ୍ଟ ନୁହେଁ। ଡବ୍ଲ୍ୟୁଏଫ୍‌ଆଇ ସହକାରୀ ସମ୍ପାଦକ ବିନୋଦ ତୋମାର କହିଛନ୍ତି ଭିନେଶଙ୍କୁ ରିହାତି ଦିଆଯିବ କି ନା ତାହା ସିଲେକ୍ସନ କମିଟି ସ୍ଥିର କରିବ। ଖେଳାଳିମାନଙ୍କ ଲାଗି କ୍ୟାମ୍ପ ଆୟୋଜନ କରାଯାଇଛି। ଅଲିମ୍ପିକ୍ସ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର ବୋଲି ଆମେ ମନେ କରୁଛୁ। ସୁଶୀଲ କୁମାରଙ୍କୁ ଜାତୀୟ କ୍ୟାମ୍ପରେ ଯୋଗ ନ ଦେଇ ଛାତ୍ରାସାଲ ଷ୍ଟାଡିୟମରେ ଟ୍ରେନିଂ ପାଇଁ ଅନୁମତି ଦିଆଯାଇଛି। ହେଲେ ଏକ୍ଷେତ୍ରରେ ଭିନ୍ନ କାରଣ ରହିଥିବା ତୋମାର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଛାତ୍ରାସାଲରେ ଅନେକ ସୁବିଧା ରହିଛି। ସେଠାରେ ଏକ ଜିମ୍‌ ଓ ଅନେକ ମ୍ୟାଟ୍‌ ରହିଥିବାବେଳେ ସୁଶୀଲଙ୍କା ପାଇଁ ଯଥେଷ୍ଟ ଟ୍ରେନିଂ ପାର୍ଟନର ରହିଛି। କିନ୍ତୁ ଭିନେଶ କେଉଁ ଆଖଡ଼ାରେ ଟ୍ରେନିଂ ନେଉଛନ୍ତି ଏବଂ ସେଠାରେ କ’ଣ ସବୁ ସୁବିଧା ରହିଛି ସେ ବିଷୟରେ ଆମେ ଜାଣୁ ନାହିଁ ବୋଲି ତୋମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ…

IND vs PAK: ପାକିସ୍ତାନକୁ ଧୂଳି ଚଟାଇବାକୁ ଶ୍ରୀଲଙ୍କା ପହଞ୍ଚିଲା ଟିମ୍‌ ଇଣ୍ଡିଆ, ହେଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୪।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ବିପକ୍ଷରେ T20 ବିଶ୍ୱକପ 2026 ର ତୃତୀୟ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି। ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri