Posted inଖେଳ

ଭିନେଶ ଫୋଗଟଙ୍କୁ ମିଳିବ ରୌପ୍ୟ ପଦକ! ବଡ଼ ଅପଡେଟ୍‌ ଦେଲା ସିଏଏସ୍‌

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଯୋଗ୍ୟତା ପ୍ରସଙ୍ଗରେ ଭିନେଶ ଫୋଗଟ ଆବେଦନ କରିଥିଲେ। ତାଙ୍କ ମାମଲାକୁ ନେଇ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ’ ସିଏଏସ୍‌ (CAS) ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଦେଇଛି। ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶଙ୍କ ମାମଲା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି CAS ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ସୂଚନା ଦେଇଛି। ଆଜି ଏହି ପ୍ରସଙ୍ଗରେ ଶୁଣାଣି ହେବ। କିନ୍ତୁ ନିଷ୍ପତ୍ତି ପାଇଁ ଅପେକ୍ଷା କରିବାକୁ ପଡିପାରେ।

ସିଏଏସ୍‌ ଏହାର ୱେବସାଇଟରେ ଲେଖିଛି, ଶୁକ୍ରବାର ଏହାର ଶୁଣାଣି ହେବ ଏବଂ ଅଲିମ୍ପିକ ଗେମ୍ସ ଶେଷ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ। ଏହା ଏପରି ଏକ ବିଷୟ ଯେ ଏକ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଭିନେଶ ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ପାଇଁ ଅନୁରୋଧ କରିନଥିଲେ। କିନ୍ତୁ ତଥାପି ପ୍ରକ୍ରିୟା ବହୁତ ଶୀଘ୍ର କରାଯିବ।

ଅଯୋଗ୍ୟ ହେବା ପରେ ଭିନେଶ ସିଏଏସ୍‌ ରେ ଆବେଦନ କରିଥିଲେ। ଭିନେଶଙ୍କ ଓଜନ ନିୟମଠାରୁ ଅଧିକ ଥିଲା। ୧୦୦ ଗ୍ରାମ ଓଜନ ତାଙ୍କ ଉପରେ ଭାରୀ ହୋଇଗଲା। ଓଜନ ହ୍ରାସ କରିବାକୁ ଭିନେଶ ସବୁକିଛି ସମ୍ଭବ ଚେଷ୍ଟା କରିଥିଲେ। ସେ କେଶ ମଧ୍ୟ କାଟିଥିଲେ। ଏହା ସହିତ ପୋଷାକ ମଧ୍ୟ ଛୋଟ କରାଯାଇଥିଲା। କିନ୍ତୁ ତଥାପି ସଫଳତା ହାସଲ ହୋଇପାରିଲା ନାହିଁ। ଏହି କାରଣରୁ ସେ କୋର୍ଟଙ୍କ ନିକଟକୁ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri