ନେକ୍ସଟ-ଜେନ୍‌ ଟେକ୍‌ ବ୍ୟବସାୟ ଉପରେ ଭିଆଇଏଲ୍‌ର ଦୃଷ୍ଟିନିବଦ୍ଧ

ଭୁବନେଶ୍ୱର,୧୯।୧୨ (ଅଭୟ ଦାଶ): ପରିକଳ୍ପନାଠାରୁ ନେଇ କାର୍ଯ୍ୟାନ୍ବୟନ ପର୍ଯ୍ୟନ୍ତ ଟର୍ନକି ସମାଧାନ ଏବଂ ପ୍ରକଳ୍ପଗୁଡ଼ିକ ସକାଶେ ପରାମର୍ଶଭିତ୍ତିକ ସେବା ଯୋଗାଇ ଦେଉଥିବା ଅହମଦାବାଦଭିତ୍ତିକ ଭିଭାଣ୍ଟା ଇଣ୍ଡଷ୍ଟ୍ରିଜ ଲିମିଟେଡ (ଭିଆଇଏଲ) ବିଏସଇ-୫୪୧୭୩୫-ନେକ୍ସଟ-ଜେନ ଟେକ୍‌ ବ୍ୟବସାୟ ଉପରେ ଦୃଷ୍ଟିନିବଦ୍ଧ ସହିତ ତାହାର କାର୍ଯ୍ୟକାରିତାରେ ରୂପାନ୍ତରଣ ଆଣିବା ପାଇଁ ଲକ୍ଷ୍ୟ ରଖିଛି। କମ୍ପାନୀ ଡ୍ରୋନ, ସୂଚନା ପ୍ରଯୁକ୍ତି, ଏଆଇ ଏବଂ ରୋବୋଟିକ୍ସ, ବିଦ୍ୟୁତ ଯାନବାହନ ନିମନ୍ତେ ଚାର୍ଜିଂ ଷ୍ଟେଶନ ସମେତ ନୂତନ ପ୍ରଭାଗଗୁଡିକରେ ପ୍ରବେଶ କରୁଛି। କମ୍ପାନୀ ଇତି ମଧ୍ୟରେ ଡ୍ରୋନ ଏବଂ ଇଭି ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିସାରିଛି ଏବଂ ଆଗାମୀ ଦିନରେ ଏହାକୁ ବୃହତ୍‌ ଭାବେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୩ ସେପ୍ଟେମ୍ବରରେ କମ୍ପାନୀ ଭିଭାଣ୍ଟା ଡ୍ରୋନ ରିସର୍ଚ୍ଚ ସେଣ୍ଟର ତାଞ୍ଜାନିଆ ଲିମିଟେଡ (ଭିଡିଆରସିଟିଏଲ)ସହିତ ନୀତିଗତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିଲା। ଭିଆଇଏଲ ଡ୍ରୋନ ନିମନ୍ତେ ଆସେମ୍ବ୍ଲି ଲାଇନ ସ୍ଥାପନ ଏବଂ ଆର ଆଣ୍ଡ ଡି ନିମନ୍ତେ ଭିଡିଆରସିଟିଏଲରେ ୫୦% ଅଂଶ ଅଧିଗ୍ରହଣ କରିବ। କମ୍ପାନୀ ଆଫ୍ରିକା ମହାଦେଶରୁ ମୋଟା ଅଙ୍କର ବ୍ୟବସାୟ ସୁଯୋଗ ପାଇବା ଆଶା ରଖୁଛି ଏବଂ ଏହି ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ପଦକ୍ଷେପ ନେଉଛି। ପୁନଶ୍ଚ ୨୦୨୩ ଏପ୍ରିଲରେ କମ୍ପାନୀ ଇଲେକ୍‌ଟ୍ରିକ ଭେଇକଲ ଅର୍ଗାନାଇଜେଶନାଲ ସେଣ୍ଟର ନର୍ଥ ଆମେରିକା କର୍ପୋରେଶନ (ଇଭିଓସିଏନ୍‌ଏ)ଠାରୁ ଇଭି ଚାର୍ଜିଂ ଏବଂ ଉପତ୍ାଦନ ୟୁନିଟ ସ୍ଥାପନ କରିବା ସକାଶେ ୫ନିୟୁତ ଆମେରିକୀୟ ଡଲାରର କାର୍ଯ୍ୟାଦେଶ ପ୍ରାପ୍ତ ହୋଇଥିଲା। କମ୍ପାନୀ ୧୮ରୁ ୨୪ମାସ ମଧ୍ୟରେ କାରଖାନା ସ୍ଥାପନ କରିବା ଏବଂ କାର୍ଯ୍ୟାଦେଶ ଗ୍ରହଣ କରିବା ତାରିଖର ୬ରୁ ୧୨ ମାସ ମଧ୍ୟରେ ଆବଶ୍ୟକ ସଫ୍ଟୱେର ବ୍ୟବସ୍ଥା କରିବାକୁ ଆଶା କରୁଛି। ଏହି କାର୍ଯ୍ୟାଦେଶ ବିଦ୍ୟୁତ ଯାନବାହନ ପ୍ରଯୁକ୍ତିର ବ୍ୟବସାୟକରଣ ନିମନ୍ତେ ଉଦ୍ଦିଷ୍ଟ, ଯେଉଁଥିରେ ପ୍ରଯୁକ୍ତିର ବୈଧିକରଣ ଏବଂ ଏହିଭଳି ପ୍ରଯୁକ୍ତିଗୁଡିକର ବ୍ୟବସାୟିକ ସ୍ଥାୟିତ୍ୱକୁ ପ୍ରଦର୍ଶନ ଦ୍ୱାରା ଭେଇକଲ-ଟୁ-ଗ୍ରୀଡ, ଭେଇକଲ-ଟୁ-ବିଲଡିଂ ଏବଂ ଭେଇକଲ-ଟୁ-ଲୋଡ ସାମର୍ଥ୍ୟ ସାମିଲ ରହିଛି। କମ୍ପାନୀ ଏହି ପ୍ରକଳ୍ପ ସ୍ଥାପନ କରିବା ପରେ ପ୍ରାୟ ୧୦ ନିୟିତ ଆମେରିକୀୟ ଡଲାର ମୂଲ୍ୟର ବିକ୍ରିରେ ପହଞ୍ଚତ୍ବାକୁ ଆଶା ରଖିଛି।
୨୦୨୩ ଫେବୃୟାରୀ ୧୩ରେ ଅନୁଷ୍ଠିତ କମ୍ପାନୀର ସ୍ବତନ୍ତ୍ର ସାଧାରଣ ବୈଠକରେ କମ୍ପାନୀର ସଦସ୍ୟଗଣ ମେମୋରାଣ୍ଡମ ଅଫ ଆସୋସିଏଶନର ଅବଜେକ୍ଟସ ଧାରାରେ ସଂଶୋଧନକୁ ଅନୁମୋଦନ କରିଥିଲେ ଏବଂ କମ୍ପାନୀକୁ କୃଷି ଓ ପ୍ରାଣୀ ଖାଦ୍ୟ, ଇଣ୍ଡଷ୍ଟ୍ରିଆଲ ଅଟୋମେଶନ, ଇଣ୍ଡଷ୍ଟ୍ରିଆଲ ରୋବୋଟିକ୍ସ ସିଷ୍ଟମସ ଓ ଡ୍ରୋନ, ବିଦ୍ୟୁତ ଯାନଗୁଡିକ ନିମନ୍ତେ ଚାର୍ଜିଂ ଷ୍ଟେଶନ ଆଦି ବହୁବିଧ ବ୍ୟବସାୟରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri