ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ

ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ), ୧ା୬: ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ଭୋଟ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଚାର ଶେଷ ପରେ ଭାଜପା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ଅଣ୍ଡିଆ ଟଙ୍କା ଓ ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି। ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତ ଲୋକମାନେ ବଡ଼କୋଦାଠାରେ ଗୁରୁବାର ରାତି ୯ଟାରେ ରବୀନ୍ଦ୍ରଙ୍କୁ ଅଟକ ରଖିଥିଲେ। ଖବରପାଇ ବାଲିଆପାଳ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲା। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ଅଣ୍ଡିଆ ଏହା ଶାସକ ଦଳର ଚକ୍ରାନ୍ତ ବୋଲି କହିଛନ୍ତି।
ଅନୁଯାୟୀ, ଗୁରୁବାର ଅପରାହ୍ନ ୫ଟାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ଦ୍ଧାରିତ ପ୍ରଚାର ସମୟ ଶେଷ ହୋଇଥିଲା। ଏହାପରେ ଭାଜପା ବିଧାୟକ ପ୍ରାର୍ଥୀ ଅଣ୍ଡିଆ କେତେଜଣ ସମର୍ଥକଙ୍କୁ ନେଇ ରତେଇ ପଞ୍ଚାୟତରେ ବୁଥ ଏଜେଣ୍ଟ ଫର୍ମ ଦେବା ପାଇଁ ଯାଇଥିଲେ। ଏଜେଣ୍ଟ ଫର୍ମ ଦେଇ ଘରକୁ ଫେରୁଥିବା ବେଳେ ଉକ୍ତ ପଞ୍ଚାୟତର ବଡ଼କୋଦାଠାରେ କିଛି ଯୁବକ ଅଣ୍ଡିଆଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ମଦ ଏବଂ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲେ। ଏପରିକି କେତେଜଣ ଲୋକ ମଦ ବୋତଲ ଦେଖାଇ ମଦ ବୋତଲ ଓ ଟଙ୍କା ଦେଇ ଭୋଟ୍‌ ଦେବା ପାଇଁ ପ୍ରଲୋଭିତ କରୁଥିବା ଏକ ଭିଡିଓ ଜରିଆରେ ଜଣାଇଛନ୍ତି। ଏହାପରେ ସେଠାରେ ଲୋକଙ୍କ ଭିଡ ଜମିଯାଇଥିଲା। ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ଅଣ୍ଡିଆଙ୍କ ସମର୍ଥକମାନେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଅଣ୍ଡିଆଙ୍କ କାର୍‌କୁ ଯାଞ୍ଚ କରିଥିଲା। ପୋଲିସ କେବଳ ତାଙ୍କ ଗାଡ଼ିରୁ ଗୋଟିଏ ଦଳୀୟ ପତାକା ପାଇଥିବା ବେଳେ ଅନ୍ୟ କୌଣସି ଜିନିଷ ମଦ କିମ୍ବା ଟଙ୍କା ପାଇ ନ ଥିଲା। ପରେ ତାଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ କିଛି ସମୟ ପରେ ତାଙ୍କୁ ଅଟକାଇ ଥାନାକୁ ଯିବା ପାଇଁ କହିଥିଲା। ତାଙ୍କ ସମର୍ଥକମାନେ କ’ଣ ପାଇଁ ଯିବେ ବୋଲି ପ୍ରଶ୍ନ କରିବାରୁ ପୋଲିସ ପୁଣି ତାଙ୍କୁ ଛାଡ଼ି ଦେଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ଭାଜପା କାର୍ଯ୍ୟାଳୟରେ ଭାଜପା ପ୍ରାର୍ଥୀ ଅଣ୍ଡିଆ ଏକ ଖବରଦାତା ସମ୍ମିଳନୀ କରି ଶାସକ ଦଳ ଉପରେ ଦୋଷ ଲଦିଛନ୍ତି। ଲୋକପ୍ରିୟତାକୁ ଦେଖି ଶାସକ ଦଳ ଭୟରେ ତାଙ୍କୁ ବଦନାମ୍‌ କରିବା ପାଇଁ ଷଡଯନ୍ତ୍ର କରିଥିତ୍ବା କହିିଛନ୍ତି। ପୋଲିସ ପହଞ୍ଚତ୍ ଗାଡ଼ି ଯାଞ୍ଚ କରି କିଛି ପାଇ ନ ଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଅଟକ ରଖିବା ଶାସନ କଳର ଅପବ୍ୟବହାର କରାଯାଉଥିବା ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ସାମାଜିକ କର୍ମୀ ତଥା ଭାଜପା ନେତା ମାନସ ଦାସ, ଭାଜପା ନେତା ହେମନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ପର୍କରେ ବାଲିଆପାଳ ଥାନା ଆଇଆଇସି ସଦାନନ୍ଦ ନାୟକଙ୍କୁ ପଚାରିବାରୁ, ଅଣ୍ଡିଆଙ୍କ ଗାଡ଼ିରୁ ଟଙ୍କା କିମ୍ବା ମଦ ଜବତ ହୋଇନାହିଁ କିମ୍ବା କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri