Posted inଜାତୀୟ

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଖୁସି ମନାଇଲେ ଏହି ଗ୍ରାମବାସୀ

କାନପୁର,୧୧।୭: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ କାନପୁର ବିକରୁ ଓ ଆଖପାଖ ଗଁାରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବିକରୁ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ଏବେ ବି ଘରେ ରହୁଥିବା ବେଳେ ଏଠାରୁ କିଛି ଦୂରରେ ଥିବା ଶିବଲୀ ଗାଁର ଲୋକମାନେ କିନ୍ତୁ ଖୁସି ମନାଉଛନ୍ତି। ଏହି ଗାଁର ଲୋକମାନଙ୍କ ମନରେ ବିକାଶ ପ୍ରତି ଏତେ ଭୟ ରହିଥିଲା ଯେ, ତାଙ୍କ ମୃତ୍ୟୁ ପରେ ଆଜିଠାରୁ ନୂଆ ସ୍ବାଧିନତା ଜୀବନ ବିତାଇବେ ବୋଲି କହିଛନ୍ତି।

ଇତିମଧ୍ୟରେ ଶିବଲି ଗ୍ରାମରେ ବିକାଶଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଥିବା ଲଲନ ବାଜପେୟୀ ତାଙ୍କ ଘରେ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ଏବେ ବିକାଶର ଯୁଗ ଓ ଆତଙ୍କବାଦର ଯୁଗ ଶେଷ ହୋଇଛି। ବର୍ତ୍ତମାନ ଶାନ୍ତିର ସମୟ ଆସିଛି ବୋଲି କହି ଲଲନ ଗାଁରେ ମିଠା ବାଣ୍ଟିଛନ୍ତି। ସୂଚନାଯୋଗ୍ୟ, ୨୦୦୨ରେ ବିକାଶ ଲଲନଙ୍କ ଘରେ ବୋମା ପକାଇବା ସହ ଗୁଳି ଚଳାଇ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଏକଦା ବିକାଶ ଓ ଲଲନ ଭଲ ବନ୍ଧୁ ଥିବା ବେଳେ ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। କାନପୁରର ଶିବଲି ସହର କେବେ ବିକାଶ ଦୁବେଙ୍କ ଅପରାଧର ଗଡ଼ ଥିଲା ବୋଲି କୁହାଯାଏ। ଶିବଲିରୁ ହିଁ ସେ ଅପରାଧ ଜଗତରେ ପାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତରତ୍ନ ସମ୍ପର୍କିତ ପ୍ରସ୍ତାବ ଦିଲ୍ଲୀ ବିଧାନସଭାରେ ପାସ୍‌

ନୂଆଦିଲ୍ଲୀ,୨୯ ।୭: ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତ ରତ୍ନ ଦାବି କରିଥିଲେ ଦିଲ୍ଲୀ ସରକାର । ଏବେ ଏହାକୁ ନେଇ ଗୁରୁବାର ଏକ ପ୍ରସ୍ତାବ ଦିଲ୍ଲୀ...

୨ ଖାସ୍‌ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇଟି ପଦକ୍ଷେପ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିଟେଲ ଡାଇରେକ୍ଟ ସ୍କିମ...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧୦୭ କେଜିର ୩ ଇଡ୍‌ଲି ତିଆରି କଲେ ଚେନ୍ନାଇ ଶେଫ୍‌

ଚେନ୍ନାଇ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଚେନ୍ନାଇର...

ପୁଣି ଇଭିଏମ୍‌ ଦୋଷ: ପ୍ରଶ୍ନ ଉଠାଇଲେ ବିରୋଧୀ

ମୁମ୍ବାଇ/ଲକ୍ଷ୍ନୌ,୨୪।୪(ପି.ଟି.): ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ତ୍ରୁଟି ଦେଖାଦେଇଛି। ଏହାକୁ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି...

୩ ଜୈଶ୍‌ ଆତଙ୍କବାଦୀ ଗିରଫ

ଜମ୍ମୁ,୧୩-୯(ପି.ଟି.):ଏକ କାର୍ଡବୋର୍ଡ ବୋଝେଇ ଟ୍ରକ୍‌ରେ ବିପୁଳ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାବେଳେ ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଗୁରୁବାର ୩ ଜୈଶ୍‌ ଆତଙ୍କବାଦୀ ଧରାପଡ଼ିଛନ୍ତି। ସକାଳ ୮ଟାରେ ଜମ୍ମୁ-ପଠାକୋଟ...

ପୁଣି ଫେରିଲା ଲକ୍‌ଡାଉନ

ରାୟପୁର,୭।୪: ଦେଶରେ କରୋନା ସଂକ୍ରମଣ ଆତଙ୍କ ଖେଳାଇ ଚାଲିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ବର୍ଦ୍ଧିତ କରୋନା...

ଏକ ଦେଶ ଏକ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ଆବଶ୍ୟକ: ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭।୧୧: ଏକ ଦେଶ ଏକ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବାର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାର ପ୍ରୟାସ...

କୃଷକ ଆନ୍ଦୋଳନ: ପଞ୍ଜାବରେ ୧୫୦ରୁ ଅଧିକ ଟେଲିକମ୍‌ ଟାଓ୍ବାରରେ ଭଙ୍ଗାରୁଜା

ଚଣ୍ଡିଗଡ଼,୨୭।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅନୁରୋଧ ରଖିଲେ ନାହିଁ ଆନ୍ଦୋଳନରତ କୃଷକ। ପଞ୍ଜାବରେ ରାତାରାତି ୧୫୦ରୁ ଅଧିକ ସିଗ୍‌ନାଲ ଟ୍ରାନ୍ସମିଟିଂ ଟାଓ୍ବାର ଭାଙ୍ଗି ଦିଆଯାଇଥିବା...

Advertisement
Archives

Model This Week