ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ । ପ୍ରାୟ ଅଧଘଣ୍ଟା ରାସ୍ତା ଅବରୋଧ ଯୋଗୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।

ଏପରି କି ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା । ଖବରପାଇ ବାରଙ୍ଗ ଥାନା ପୋଲିସ ଏବଂ ଏସିପି ଘଟଣାସ୍ଥଳରେ ପହଁଞ୍ଚି ଗ୍ରାମବାସୀମାନଙ୍କୁ ବୁଝାଶୁଝା କରି ସ୍ଥାୟୀ ପାନୀୟ ଜଳ ଯୋଗାଣର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।

ପ୍ରକାଶ ଯେ, ବାରଙ୍ଗ ବ୍ଲକ ଅଧୀନ କୁହ୍ନେଇଁପଡ଼ା ପଞ୍ଚାୟତ ପାଟପୁର ଗ୍ରାମର ସାମଲ ସାହି ଏବଂ ଶବର ସାହିରେ ରହୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ପିଇବା ପାଣି ପାଇଁ ଦୀର୍ଘ ବର୍ଷ ହେଲା ହଇରାଣ ହେଉଛନ୍ତି। ବିଶେଷ କରି ଖରାଦିନ ଆସିଲେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରୁଛି। ଯଦିଓ ଗାଁରେ ପାନୀୟଜଳ ଯୋଗାଣ ପାଇଁ ନଳକୂଅ ରହିଛି। ହେଲେ ଏଥିରୁ ଲୌହଯୁକ୍ତ ପାଣି ବହାରୁଥିବାରୁ ତାହା ପିଇବା ପାଇଁ ଅନୁପଯୁକ୍ତ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଫଳରେ ଗ୍ରାମବାସୀମାନେ ସିଏମ୍‌ସି ଅଧୀନରେ ୧କିମି ଦୂରରେ ଥିବା ୩ନମ୍ୱର ଓ଼୍ବାର୍ଡରେ ଥିବା ବେଂଣ୍ଟକାରପଡ଼ାଉପରେ ନିର୍ଭର କରିଥାନ୍ତି। ଏପରିକି ଗାଡିଆ ପୋଖରୀ ମଧ୍ୟ ଗ୍ରାମବାସୀଙ୍କ ପାଇଁ ସାହାରା ସାଜିଥାଏ। ଅନ୍ୟପକ୍ଷେ ବ୍ରାହ୍ମଣୀ ଗାଁରେ ବସୁଧା ଯୋଜନାରେ ହୋଇଥିବା ୧ଲକ୍ଷ ଲିଟରେ କ୍ଷମତା ସମ୍ପନ୍ନ ଉଚ୍ଚ ପାଣି ଟାଙ୍କିରୁ ଉକ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ପାଣି ଠିକ୍‌ ଭାବେ ଆସୁ ନ ଥିବାରୁ ପୂର୍ୱଭଳି ପାଣି ସମସ୍ୟା ଦେଖାଦେଇଛି।

ଏହାର ସ୍ଥାୟୀ ପ୍ରତିିକାର ପାଇଁ ଗ୍ରାମବାସୀ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ । ଏହାର ପ୍ରତିବାଦରେ ସୋମବାର ଗ୍ରାମବାସୀ ଗାଁ ମୁଣ୍ଡରେ ତ୍ରିଶୂଳିଆ-ବାଙ୍କି ରାସ୍ତାରେ ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ କରିଥିଲେ।

ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହି ଯାତାୟାତ ଠପ୍‌ ହୋଇଯାଇଥିଲା। ଏପରିକି ଗ୍ରାମବାସୀ ହେ ପ୍ରଭୁ ପାଣି ଟୋପାଏ ଦିଅ ବୋଲି କହି ନାରାବାଜି କରିଥିଲେ।

ଖବରପାଇ ଜୋନ-୪ଏସିପି ଅମିତାଭ ମହାପାତ୍ର ଓ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାଶୁଝା କରିଥିଲେ । ହେଲେ ଗ୍ରାମବାସୀ ଗାଁକୁ ଜଳ ଯୋଗାଣର ସ୍ଥାୟୀ ପ୍ରତିକାର ପାଇଁ ଦାବି କରି ଆନ୍ଦୋଳନ କରିଥିଲେ।

ଶେଷରେ ଗ୍ରାମୀଣ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ୱାହୀ ଯନ୍ତ୍ରୀ ସଂଜ୍ଞା ସାଗରୀକା ସ୍ୱାଇଁ ଘଟଣାସ୍ଥଳରେ ପହଁଞ୍ଚି ପ୍ରାଥମିକ ପର୍ଯ୍ୟାୟରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏପରିକି ପରବର୍ତ୍ତୀ ସମୟରେ ମଣ୍ଡଳୀଠାରେ କାର୍ଯ୍ୟ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଥିଲେ।

ଦେଇଥିବର ପ୍ରତଶ୍ରୁତି କାର୍ଯ୍ୟକାରୀ ନ ହେଲେ ପୁଣି ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀ ଆନ୍ଦୋଳନରୁ ଓହରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri