ସରକାରୀ ବିଦେଶୀମଦ ଦୋକାନରୁ ଗାଁକୁ ମଦ ଯୋଗାଉଥିବା ବେଳେ ଅଟକ ରଖିଲେ ଗ୍ରାମବାସୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ନିରବ

କେନ୍ଦୁଝର,୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଏକ ଆସିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଠାରେ ରହିଛି ଏକ ସରକାରୀ ମଦ ଦୋକାନ। ଏହି ମଦ ଦୋକାନର କର୍ମଚାରୀ ଦିନ ଦ୍ୱି ପହରେ ଏକ ଟିଭିଏସ ବାଇକ ନଂ ଜେଏଚ୦୬ଜି ୧୬୭୩ ଯୋଗେ କ୍ଷୀର ବିକ୍ରି କଲାଭଳି ବିଦେଶୀ ମଦକୁ ପ୍ରତେକ ଦିନ ଗାଁର ପ୍ରତେକ ଦୋକାନକୁ ଯୋଗାଇଥାଆନ୍ତି। ଯାତ୍ରାଗ୍ରାମର ମହିଳାମାନେ ଅନେକ ଥର ବାରଣ କରିଥିବା ସତ୍ତ୍ୱେ ମଧ୍ୟ ଏହି ଦୋକାନର କର୍ମଚାରୀ ତାହାକୁ କର୍ଣ୍ଣପାତ କରୁ ନ ଥିଲେ। ଗୁରୁବାର ସକାଳୁ ବାଂଶପାଳ ମଦ ଦୋକାନର କର୍ମଚାରୀ ଯାତ୍ରାଗ୍ରାମ ଦେଇ ବିଦେଶୀ ମଦ ନେଇ ଯାଉଥିବା ବେଳେ ଗ୍ରାମବାସୀ ଅଟକ ରଖିଥିଲେ l ଅଟକ ରଖି ନୟାକୋଟ ପୋଲିସକୁ ଜଣାଇଥିଲେ। ନୟାକୋଟ ପୋଲିସ ପହଞ୍ଚି ତେଲକୋଇ ଅବକାରୀ ବିଭାଗକୁ ଜଣାଇଥିଲେ। ଅବକାରୀ ବିଭାଗର ଥାନା ଅଧିକାରୀ ଘଟଣାସ୍ଥଳରେ ବହଞ୍ଚି ତିନି ପେଟି ବିଦେଶୀ ମଦ, ଏକ ଟିଭିଏସ ବାଇକ ଜବତ କରିଛି। ମଦ ନେଇ ଯାଉଥିବା କର୍ମଚାରୀମାନଙ୍କୁ ତେଲକୋଇ ଅବକାରୀ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। । ତେବେ ଏନେଇ ପୋଲିସ କିଛି କହୁ ନ ଥିବା ବେଳେ ଏଭଳି କାରବାରକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ମହିଳାମାନେ ତୀବ୍ର ବିରୋଧ କରୁଛନ୍ତି। ଏଭଳି ମଦ ଦୋକାନର ମାଲିକ ବେନିୟମ ଭାବେ ଗାଁକୁ ଗାଁ ମଦ ଯୋଗାଉଥିବା ଯୋଗୁଁ ତାହାର ଲାଇସେନ୍ସକୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri