ପାଟଣାଗଡ଼,୧୭।୭: ଜଣେ ନାବାଳିକାଙ୍କ ମୃତ୍ୟୁର ତଦନ୍ତ ପାଇଁ ଯାଇଥିବା ୭ଜଣ ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ଅଞ୍ଚଳରୁ।
ମିଳିଥିବା ସୂଚନା ମୁତାବକୁ, ମାସେ ତଳେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ପୂର୍ବରୁ ପରିବାର ଲୋକ ନାବାଳିକାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରୁ ନ ଥିବା ବେଳେ ହତ୍ୟା ଅଭିଯୋଗ ଆଣିଥିଲେ।
ଏଭଳି ସ୍ଥିତିରେ ଗୁରୁବାର ତଦନ୍ତ ପାଇଁ ଆଇଆଇସିଙ୍କ ସମେତ ୭ଜଣ ପୋଲିସ ଅଧିକାରୀ ତଦନ୍ତ ପାଇଁ ଗାଁରେ ପହଞ୍ଚି ଥିଲେ। ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ମଝି ଗାଁରେ ପୋଲିସ ଅଧିକାରୀଙ୍କୁ ଅଟକ ରଖିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।