ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪ ଅଜଣା ବ୍ୟକ୍ତି ଗ୍ରାମରେ ଦୁଇ ବାଇକ୍ରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ ତାଙ୍କୁ ଚୋର ବୋଲି ସନ୍ଦେହ କରିଥିଲେ। ପରେ ସମସ୍ତେ ମିଶି ଅଚିହ୍ନା ୪ ବ୍ୟକ୍ତିକୁ କାବୁ ଗ୍ରାମ ମଝିରେ ଏକ ଖୁଣ୍ଟିରେ ବାନ୍ଧି ଜଗନ୍ନାଥପ୍ରସାଦ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଳସୁ ଗ୍ରାମରେ ପହଞ୍ଚି ୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଉକ୍ତ ୪ ବ୍ୟକ୍ତି ଙ୍କୁ ଅଟକ ରଖି ୨ଟି ବାଇକ୍ ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକେ କହିବା ଅନୁଯାୟୀ, ଗତ କିଛି ଦିନ ଧରି ଅଞ୍ଚଳରେ ମଧ୍ୟରାତ୍ରରେ କିଛି ଚୋର ଗ୍ୟାଙ୍ଗ ଗାଁ ଭିତରେ ପଶି ଚୋରି କରୁଥିବା ଖବର ପାଇ ଗାଁ ଛକ ଛକରେ ଲୋକେ ମେଳି କରି ସାହି ରାସ୍ତାରେ ବାଉଁଶ ପକାଇ ରାତିତମାମ ଜଗି ରହିଥିବା ସମୟରେ ଗୋଟିଏ କଳା ରଙ୍ଗର ସ୍କର୍ପିଓ ସବୁ ବାଉଁଶ ବାଡ଼ ଭାଙ୍ଗି ଦ୍ରୁତଗତିରେ ବାହାଡ଼ାଝୋଲା ଦିଗରେ ପଳାଇ ଥିବା ବେଳେ ପଛରେ ଆସୁଥିବା ଦୁଇ ବାଇକ୍କୁ ଗାଁ ଲୋକେ ଅଟକାଇ ପଚାରଉଚରା କରି ପ୍ରମାଣପତ୍ର ମାଗିଥିଲେ କିନ୍ତୁ ସେମାନେ କୌଣସି ଉତ୍ତର ନ ଦେଇ ଚୁପ୍ ରହିଥିଲେ। ଅଣଓଡ଼ିଆ କିମ୍ବା ରୋହିଙ୍ଗିଆ ଅଞ୍ଚଳର ବୋଲି ସ୍ଥାନୀୟରେ ସନ୍ଦେହ ଜାତ ହେବାରୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ।