ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ ଲୋକେ ଧରି ମାଡ଼ ମାରୁଥିବା ଶନିବାର ଅପରାହ୍ନରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ବ୍ଲକ ଖର୍ଲ୍ଲିକାନୀଠାରେ ଜଣେ ଅଣ ଓଡ଼ିଆ ଯୁବକ ଗାଁ ଭିତରେ ସନ୍ଦେହଜନକ ଭାବେ ବୁଲୁଥିବା ଗାଁର କିଛି ଲୋକ ଦେଖିବାକୁ ପାଇଥିଲେ । ଯୁବକଙ୍କୁ ଛୁଆ ଚୋର ଭାବି ସେମାନେ ଅଟକାଇଥିଲେ। ଛୁଆ ଚୋରଙ୍କୁ ଧରିଥିବା ପ୍ରସାରିତ ହେବା ପରେ ଲୋକଙ୍କ ଭିଡ ଜମିଯାଇଥିଲା। ଲୋକେ କେଉଁଠି ଆସିଲୁ ଜଣ ପାଇଁ ଆସିଛୁ ଓ ଠିକଣା ପଚାରି ମାଡ ମାରୁଥିବା ଭଡିିଓ ସାମାଜିକ ଗଣମାଧ୍ୟରେରେ ଭାଇରାଲ ହେଉଥିବା ଦେଖାଯାଇଛି।
ଘଟଣା ସମୟରେ କିଛି ଲୋକ ଏହାକୁ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ସେମାନେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଭାଇରାଲ ହୋଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।
Dharitri – Odisha’s No.1 Odia Daily