ମୋରଡ଼ା,୨୫ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ସରାଶୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୯ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ରାକେଶ ବେହେରା ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅଛନ୍ତି। ମଙ୍ଗଳବାର ବିଦ୍ୟାଳୟର ରୋଷେୟା ପ୍ରଧାନ ଶିକ୍ଷକ ବେହେରାଙ୍କୁ ନ ଜଣାଇ ବିଦ୍ୟାଳୟକୁ ଆସି ନ ଥିଲେ। ଫଳରେ ଗ୍ରାମର କେତେଜଣ ଯୁବକ ହାଣ୍ଡି, କଡ଼େଇ ସଫେଇ କରି ମଧ୍ୟାହ୍ନଭୋଜନ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଥିଲା। ଏନେଇ ପ୍ରଧାନ ଶିକ୍ଷକ ବେହେରାଙ୍କୁ ପଚାରିବାରୁ ରୋଷେୟା ତାଙ୍କୁ ନ ଜଣାଇ ଛୁଟିରେ ଅଛନ୍ତି ଏବଂ ଏବାବଦରେ ସେ ସିଆର୍ସିସି ମଞ୍ଜିତ ତରେଇଙ୍କୁ ଜଣାଇଛନ୍ତି। ସିଆର୍ସିସି ତରେଇଙ୍କୁ ପଚାରିବାରୁ ଘଟଣା ବାବଦରେ ସେ ଏବିଇଓ ପାଲୁ ହଁାସଦାଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି।
Dharitri – Odisha’s No.1 Odia Daily